ଅଯୋଧ୍ୟାରେ ପହଞ୍ଚିଲେ ପ୍ରିୟଙ୍କା ଚୋପ୍ରା, ସ୍ୱାମୀ ନିକ୍‌ ଜୋନସ୍‌ ଓ ଝିଅ ମାଳତୀ ମେରୀ ସହ କଲେ ରାମଲାଲାଙ୍କୁ ଦର୍ଶନ

କିଛି ମାସ ବ୍ୟବଧାନରେ ପୁଣି ଭାରତ ଆସିଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ସେ ମୁମ୍ବାଇରେ ପହଞ୍ଚିବା ପରେ ଅଯୋଧ୍ୟା ଯାଇ ସେଠାରେ ପ୍ରଭୁ ରାମଲାଲାଙ୍କୁ ଦର୍ଶନ କରିଛନ୍ତି ।

କିଛି ମାସ ବ୍ୟବଧାନରେ ପୁଣି ଭାରତ ଆସିଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ସେ ମୁମ୍ବାଇରେ ପହଞ୍ଚିବା ପରେ ଅଯୋଧ୍ୟା ଯାଇ ସେଠାରେ ପ୍ରଭୁ ରାମଲାଲାଙ୍କୁ ଦର୍ଶନ କରିଛନ୍ତି । ସ୍ୱାମୀ ନିକ୍‌ ଜୋନସ୍‌ ଓ ଝିଅ ମାଳତୀ ମେରୀ ଚୋପ୍ରା ଜୋନସ୍‌ଙ୍କ ସହ ପ୍ରିୟଙ୍କା ଅଯୋଧ୍ୟାରେ ପହଞ୍ଚିଥିଲେ । ଏଠାରେ ସେ ସପରିବାର ରାମଲାଲାଙ୍କ ଆଶୀର୍ବାଦ ନେଇଛନ୍ତି । ତେବେ କିଛି ଦିନ ପୂର୍ବରୁ ହିଁ ନିକ୍‌ ଜୋନସ୍‌ ମୁମ୍ବାଇ ଆସିଥିଲେ ।

ଏପଟେ ପ୍ରିୟଙ୍କା ମୁମ୍ବାଇ ଆସିବା ପରଠାରୁ ତାଙ୍କୁ ଏ ପର୍ଯ୍ୟନ୍ତ ଅନେକ ଇଭେଣ୍ଟ୍‌ରେ ଦେଖାଯାଇ ସାରିଲାଣି । ପ୍ରଥମେ ସେ ନିଜର ଜୁଏଲେରୀ ବ୍ରାଣ୍ଡ ‘ବୁଲ୍‌ଗାରୀ’ର ଷ୍ଟୋର୍‌ ଉଦ୍‌ଘାଟନ କରିଥିଲେ । ମୁମ୍ବାଇର ଜିଓ ଓ୍ଵାର୍ଲ୍ଡ ପ୍ଲାଜାରେ ଖୋଲିଥିବା ଏହି ଷ୍ଟୋର୍‌ ଭାରତର ପ୍ରଥମ ବୁଲ୍‌ଗାରୀ ଷ୍ଟୋର୍‌ । ଏହାପରେ ସେ ଈଶା ଅମ୍ବାନୀ, ରାଧିକା ମର୍ଚାଣ୍ଟ ଓ ଶ୍ଲୋକା ମେହତାଙ୍କ ସହ ହୋଲି ପାର୍ଟିରେ ଦେଖାଯାଇଥିଲେ । ଇଭେଣ୍ଟରେ ପ୍ରିୟଙ୍କାଙ୍କର ପିଙ୍କ୍‌ ଶାଢି ଏବଂ କୋଟି କୋଟି ଟଙ୍କାର ଜୁଏଲେରୀ ଲୁକ୍‌ ଭାଇରାଲ ହୋଇଥିଲା ।

ଏହିପରି ମାର୍ଚ୍ଚ ୧୯ରେ ପ୍ରିୟଙ୍କା ଆମାଜନ ପ୍ରାଇମ୍‌ ଭିଡିଓର ଇଭେଣ୍ଟ୍‌ରେ ପହଞ୍ଚିଥିଲେ । ଏଠାରେ ସେ ନିଜର ପ୍ରଡକ୍ସନ ବ୍ୟାନର ‘ପର୍ପଲ ପେବଲ୍‌ ପିକ୍‌ଚର୍ସ’ ଅଧୀନରେ ତିଆରି ଡକ୍ୟୁମେଣ୍ଟାରୀ ଫିଲ୍ମ ‘Women of My Billion’ର ଘୋଷଣା କରିଥିଲେ ।

ଏବେ ପ୍ରିୟଙ୍କା ରାମଲାଲାଙ୍କୁ ଦର୍ଶନ କରିବା ପାଇଁ ଅଯୋଧ୍ୟା ଯାଇଛନ୍ତି । ଅଭିନେତ୍ରୀଙ୍କ ସହ ତାଙ୍କ ସ୍ୱାମୀ ନିକ୍‌ ଜୋନସ୍‌ ଓ ଝିଅ ମାଳତୀ ମେରୀ ମଧ୍ୟ ନଜର ଆସିଛନ୍ତି । ପ୍ରିୟଙ୍କାଙ୍କ ପାରିବାରିକ ଫଟୋଗୁଡ଼ିକ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.