ବହୁ ପ୍ରତୀକ୍ଷିତ ଫିଲ୍ମ RRR ର ଫାଇନାଲ ରିଲିଜ୍ ଡେଟ୍ ଘୋଷଣା, ଦର୍ଶକଙ୍କୁ ଆଖି ଆଗରେ ରଖି ପ୍ରସ୍ତୁତ କରାଯାଇଛି ଫିଲ୍ମ

କରୋନା ପାଇଁ ଫିଲ୍ମ “RRR”କୁ ଥିଏଟରରେ ଅନେକ ଥର ରିଲିଜ୍ ହେବା ପାଇଁ ସ୍ଥଗିତ ରଖାଯାଇଥିଲା। କିନ୍ତୁ ବର୍ତ୍ତମାନ ଏହି ଫିଲ୍ମର ଫାଇନାଲ ଡେଟ୍ ଘୋଷଣା କରିଛନ୍ତି ଫିଲ୍ମ ମେକର। ତେବେ ଏକ ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଦୁଇଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନୀ ଉପରେ ଆଧାରିତ ଏହା ଏକ କାଳ୍ପନିକ କାହାଣୀର ଫିଲ୍ମ ଦୁଇଜଣଙ୍କ ବନ୍ଧୁତ୍ୱକୁ ଦର୍ଶାଉଛି ।

ଏସ୍ ରାଜା ମଉଲିଙ୍କ ବହୁ ପ୍ରତୀକ୍ଷିତ ଆକ୍ସନ୍ ଫିଲ୍ମ “ରାଇଜ୍ ରୋର୍ ରିଭଲ୍ଟ” (RRR) ର ଟ୍ରେଲର ଓ ଟିଜର ରିଲିଜ୍ ହେବା ପରେ ଏହାକୁ ଦର୍ଶକମାନେ ଖୁବ୍ ପସନ୍ଦ କରିଥିଲେ। ଫିଲ୍ମ ରିଲିଜକୁ ନେଇ ସିନେ ପ୍ରେମୀ ଅପେକ୍ଷା କରିଥିଲେ କେବେ ରିଲିଜ୍ ହେବ ଏହି ଫିଲ୍ମ୍। ତେବେ ବର୍ତ୍ତମାନ RRR ର ରିଲିଜ୍ ଡେଟ୍ ଧାର୍ଯ୍ୟ କରାଯାଇଛି ।ତେବେ ପୂର୍ବରୁ ମାର୍ଚ୍ଚ ୧୮ କିମ୍ବା ଅପ୍ରେଲ ୨୮ରେ ଏହି ଫିଲ୍ମ ରିଲିଜ୍ ହେବ ବୋଲି କୁହାଯାଇଥିଲା। କିନ୍ତୁ ଫିଲ୍ମ ରିଲିଜ୍ ନେଇ ଫିଲ୍ମ ନିର୍ମାତାମାନେ ଆଜି ସୋସିଆଲ ମିଡ଼ିଆ ଫିଲ୍ମର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଓ ଇନଷ୍ଟାଗ୍ରାମରେ ଫିଲ୍ମର ଫାଇନାଲ ତାରିଖ ଘୋଷଣା କରିଛନ୍ତି। ମାର୍ଚ୍ଚ ୨୫ ରେ ପ୍ରେକ୍ଷାଳୟରେ ଦେଖିବାକୁ ମିଳିବ ଏହି ଫିଲ୍ମକୁ।

 

 

View this post on Instagram

 

A post shared by RRR Movie (@rrrmovie)

ଫିଲ୍ମରେ ଅଭିନୟ କରିଥିବା ସାଉଥ୍ ଷ୍ଟାର ରାମ ଚରଣ ଏବଂ ଜୁନିଅର ଏନ ଟି ଆର ମଧ୍ୟ ନିଜ ସୋସିଆଲ ମିଡ଼ିଆରେ ପୋଷ୍ଟ ସେୟାର କରି ଫିଲ୍ମର ରିଲିଜ୍ ଡେଟ୍ ବିଷୟରେ ଲେଖିଛନ୍ତି। ଏସ ଏସ ରାଜାମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ RRRର ରିଲିଜ୍ ତାରିଖ ବର୍ତ୍ତମାନ ଫାଇନାଲ ହୋଇଯାଇଛି।

ଏହି ଫିଲ୍ମକୁ ଏସ ଏସ ରାଜାମୌଲି ନିର୍ଦ୍ଦେଶନା ଦେଇଥିବା ବେଳେ ଏହି ଫିଲ୍ମରେ ସାଉଥ୍ ଷ୍ଟାର ରାମଚରଣ, ଜୁନିୟର ଏନ୍‌ଟିଆର୍, ବଲିଉଡ଼ ଷ୍ଟାର ଆଲିଆ ଭଟ୍ଟଙ୍କ ସମେତ ଅଜୟ ଦେବଗନ ଅଭିନୟ କରିଛନ୍ତି । ଫିଲ୍ମର ପ୍ରମୋସନ୍ ବି ଜୋରସୋରରେ ଚାଲିଛି । ଏହି ଫିଲ୍ମରେ ୪୦୦ କୋଟି ଟଙ୍କା ଲଗାଯାଇଛି ବୋଲି ସୂଚନା ମିଳିଛି ଆଉ ଫିଲ୍ମଟି ହିନ୍ଦୀ, ତାମିଲ, ତେଲୁଗୁ ଏବଂ କନ୍ନଡ଼ ଭାଷାରେ ରିଲିଜ୍ ହେବାକୁ ଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.