ରଣବୀର ସିଂଙ୍କ ଉପରେ ଚିଡିଗଲେ ମୁକେଶ ଖାନ୍ନା, ଜାଣନ୍ତୁ କାହାଣୀ

୯୦ ଦଶକର ହିଟ୍ ସୋ ‘ଶକ୍ତିମାନ’କୁ ଆଧାର କରି ଫିଲ୍ମର କାଷ୍ଟିଂ କାଉଚକୁ ନେଇ ଟିଭିର ଶକ୍ତିମାନ ମୁକେଶ ଖାନ୍ନା ରିଆକ୍ଟ କରିଛନ୍ତି । ରଣବୀର ସିଂଙ୍କୁ ଶକ୍ତିମାନ ଭାବେ କାଷ୍ଟ କରାଯିବା ଖବର ଉପରେ ପ୍ରତିକ୍ରିୟା ପ୍ରକାଶ କରି ମୁକେଶ ଖାନ୍ନା ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରିଛନ୍ତି ।

ଟିଭି ଦୁନିଆର ଲୋକପ୍ରିୟ ସୋ ଶକ୍ତିମାନ ଭୂମିକାରେ ଅଭିନୟ କରୁଥିବା ମୁକେଶ ଖାନ୍ନା ତାଙ୍କର ଦମ୍‌ଦାର ଅଭିନୟ ବ୍ୟତୀତ ପ୍ରତିଦିନ ନିଜର ବିବୃତ୍ତି ପାଇଁ ହେଡଲାଇନରେ ରହିଛନ୍ତି ଏବଂ ପୁଣି ଥରେ ଏହି ଅଭିନେତା ଲାଇମ୍ ଲାଇଟକୁ ଆସିଛନ୍ତି । ତେବେ ୯୦ ଦଶକର ହିଟ୍ ସୋ ‘ଶକ୍ତିମାନ’କୁ ଆଧାର କରି ଫିଲ୍ମର କାଷ୍ଟିଂ କାଉଚକୁ ନେଇ ଟିଭିର ଶକ୍ତିମାନ ମୁକେଶ ଖାନ୍ନା ରିଆକ୍ଟ କରିଛନ୍ତି । ରଣବୀର ସିଂଙ୍କୁ ଶକ୍ତିମାନ ଭାବେ କାଷ୍ଟ କରାଯିବା ଖବର ଉପରେ ପ୍ରତିକ୍ରିୟା ପ୍ରକାଶ କରି ମୁକେଶ ଖାନ୍ନା ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏହା ବ୍ୟତୀତ ସେ ତାଙ୍କର ପ୍ରତିକ୍ରିୟାର ଭିଡିଓ ଲିଙ୍କ୍ ମଧ୍ୟ ସେୟାର କରିଛନ୍ତି । ରଣବୀର ସିଂଙ୍କ ଶକ୍ତିମାନ ହେବାରେ ମୁକେଶ ଖାନ୍ନାଙ୍କ ଆପତ୍ତି ସୃଷ୍ଟି କରିଛନ୍ତି ।

ତେବେ ଏପରି ଭାବେ ଲୋକପ୍ରିୟ ସୋ ‘ଶକ୍ତିମାନ’କୁ ନେଇ ନିର୍ମିତ ହେବାକୁ ଥିବା ଫିଲ୍ମର କାଷ୍ଟିଂ ଖବର ଉପରେ ମୁକେଶ ଖାନ୍ନା ନିଜର ନୀରବତା ଭାଙ୍ଗିଛନ୍ତି । ଏହା ସହ ତାଙ୍କର ଏହି ମନ୍ତବ୍ୟ ବିବାଦ ସୃଷ୍ଟି କରିଛି । ତେବେ ତାଙ୍କ ପ୍ରତିକ୍ରିୟା ପାଇଁ ସେ ଚର୍ଚ୍ଚାରେ ରହିଛନ୍ତି । ଏପରି ଭାବେ ମୁକେଶ ଖାନ୍ନା ତାଙ୍କ ସୋସିଆଲ ମିଡିଆରେ କାଷ୍ଟିଂ କାଉଚକୁ ବିରୋଧ କରିଛନ୍ତି ଏବଂ ରଣବୀର ସିଂଙ୍କ ବିବାଦୀୟ ନଗ୍ନ ଫଟୋସୁଟ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି । ଲୋକପ୍ରିୟ ଅଭିନେତା ଶକ୍ତିମାନ ଅର୍ଥାତ୍‌ ମୁକେଶ ଖାନ୍ନାଙ୍କ ପୋଷ୍ଟ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନା ମୁତାବକ, ପୂରା ଏକ ମାସ ଧରି ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଥିଲା ଯେ ରଣବୀର ସିଂ ଶକ୍ତିମାନଙ୍କ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି ଏବଂ ଏହାକୁ ନେଇ ସମସ୍ତ ଲୋକ ଏଥିରେ ରାଗିଥିଲେ । କିନ୍ତୁ ଏବେ ଚ୍ୟାନେଲ ଘୋଷଣା କରିଛି ଯେ ଏଥିପାଇଁ ରଣବୀରଙ୍କୁ ସାଇନ୍ କରାଯାଇଛି । ଏହା ଘୋଷଣା ହେବା ପରେ ମୁକେଶ ଖାନ୍ନା ନିଜ ମତ ରଖିଛନ୍ତି । ଯେ ଏପରି ଇମେଜ୍‌ର ଲୋକ ଏହି ଭୂମିକା କରିପାରିବେ ନାହିଁ । ମୁଁ ଏହାର ବିରୋଧ କରୁଛି । ତେବେ ମୁକେଶ ଖାନ୍ନା ଏହି ପରି ଅନେକ ମତ ରଖିଛନ୍ତି ।

ଭିଡିଓରେ ମୁକେଶ ଖାନ୍ନା କହିଛନ୍ତି, ‘ଯଦି ସେ ଭାବନ୍ତି ଯେ ସେ ନିଜ ଶରୀରକୁ ଦେଖାଇ ସ୍ମାର୍ଟ ହୋଇପାରିବେ ତେବେ ଯାଇ ଫିନଲ୍ୟାଣ୍ଡ କିମ୍ବା ସ୍ପେନ୍ ପରି ଅନ୍ୟ ଦେଶରେ ରୁହନ୍ତୁ । ମୁଁ ନିର୍ମାତାମାନଙ୍କୁ ମଧ୍ୟ କହିଛି ଯେ ଆପଣଙ୍କ କମ୍ପିଟିସନ୍‌ ସ୍ପାଇଡର୍-ମ୍ୟାନ୍ ଏବଂ ବ୍ୟାଟ୍ସମ୍ୟାନ୍‌ଙ୍କ ସହିତ ନୁହେଁ । ତେବେ ଶକ୍ତିମାନ କେବଳ ଜଣେ ସୁପରହିରୋ ନୁହଁନ୍ତି ଜଣେ ଶିକ୍ଷକ ମଧ୍ୟ । ଯେତେବେଳେ ଏହି ଅଭିନେତାଙ୍କୁ ପଚରାଗଲା ଏହି ଭୂମିକା ପାଇଁ କିଏ ଫିଟ୍ ହୋଇପାରିବ ? ଏହାକୁ ନେଇ ମୁକେଶ ଖାନ୍ନା କହିଛନ୍ତି, ‘ଯଦି ମୁଁ ଜାଣିଥାନ୍ତି କିମ୍ବା କେହି ଜଣେ ଅଭିନେତା ମୋ ନଜରରେ ରହିଥାନ୍ତେ, ତେବେ ମୁଁ ବର୍ତ୍ତମାନ ସୁଦ୍ଧା ଫିଲ୍ମ ଆରମ୍ଭ କରିସାରିଥାନ୍ତି । ମୁଁ ଏପର୍ଯ୍ୟନ୍ତ ସେହି ଭଳି କାହାକୁ ପାଇ ନାହିଁ । ଏପରି ଅନେକ ପ୍ରକାରର କଥା ସାମ୍ନାକୁ ଆସିଛି । ଏବେ ଦେଖିବାରେ ଅଛି ଆଗକୁ ଯାଇ ଏହି ଫିଲ୍ମକୁ ନେଇ ର୍ନିମାତାଙ୍କର କିପରି ମତ ଆସୁଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.