‘ଜିନେ କେ ହେ ଚାର ଦିନ’ ଗୀତରେ ପୁଣି ନାଚିଲେ ସଲମାନ ଖାନ, ଭିଡିଓ ହେଲା ଭାଇରାଲ

ତୁର୍କୀରେ ଟାଇଗର-୩ର ସୁଟିଂ ଜାରି ରଖିଛନ୍ତି ବଲିଉଡ଼ ସୁପରଷ୍ଟାର ସଲମାନ ଖାନ । ବର୍ତ୍ତମାନ ସେ ସେୟାର କରିଥିବା ଏକ ଡ୍ୟାନ୍ସ ଭିଡ଼ିଓ ପ୍ରମାଣିତ କରିଛି ଯେ ସେ ସୁଟିଂର ଭରପୂର ମଜା ନେଉଛନ୍ତି । ସଲମାନ ‘ମୁଝସେ ଶାଦି କରୋଗୀ’ ଫିଲ୍ମର ‘ଜିନେ କେ ହେ ଚାର ଦିନ’ ଗୀତରେ ନାଚୁଥିବା ଦେଖିବାକୁ ମିଳିଛି । ତେବେ ଏହି ଭିଡିଓଟି ସୋମବାର ସକାଳଠାରୁ ଖୁବ ଭାଇରାଲ ହେବାରେ ଲାଗିଛି ।

ସଲମାନଙ୍କ ଏହି ଡ୍ୟାନ୍ସ ଭିଡ଼ିଓକୁ ଫ୍ୟାନ୍ସମାନେ ଖୁବ ପସନ୍ଦ କରୁଛନ୍ତି । ସଲମାନଙ୍କ ଏହି ଡ୍ୟାନ୍ସ ଭିଡ଼ିଓରେ ଜଣେ ସୋସିଆଲ ମିଡ଼ିଆ ୟୁଜର୍ସ ଲେଖିଛନ୍ତି ଯେ ସଲମାନ ନାଚିବା ସମୟରେ ଖୁବ କ୍ୟୁଟ ଦେଖାଯାଉଛନ୍ତି । ଆଉ ଜଣେ ଲେଖିଛନ୍ତି ଯେ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇବାରେ ସଲମାନ ସବୁଠୁ ଶ୍ରେଷ୍ଠ । ସେପଟେ ସଲମାନ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଏକ ଖୁବ ସୁନ୍ଦର ଫଟୋ ସେୟାର କରିଛନ୍ତି । ଯେଉଁଠି ସେ ତୁର୍କୀର କାପାଡୋସିଆଠାରେ ବାଲକୋନିରେ ଠିଆ ହୋଇ ସୂର୍ଯ୍ୟାସ୍ତକୁ ଉପଭୋଗ କରୁଛନ୍ତି ।

ସଲମାନ କୋ-ଷ୍ଟାର କ୍ୟାଟ୍ରିନା କୈଫଙ୍କ ସହିତ ତୁର୍କୀରେ ଟାଇଗର-୩ର ସୁଟିଂ କରୁଛନ୍ତି । ଉଭୟ କିଛି ଦିନ ପୂର୍ବରୁ ତୁର୍କୀର ପର୍ଯ୍ୟଟନ ମନ୍ତ୍ରୀ ମେହମତ ନୁରୀ ଏରସାୟଙ୍କୁ ମଧ୍ୟ ଭେଟିଥିଲେ । ‘ଏକ୍‌ ଥା ଟାଇଗର’ ଫିଲ୍ମର ୩ୟ ଭାଗ ହେଉଛି ଟାଇଗର-୩ । ଏହି ଫିଲ୍ମରେ ଇମ୍ରାନ ହାସମି ମଧ୍ୟ ଅଭିନୟ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.