ମା’ ହେବାକୁ ଯାଉଛନ୍ତି ଶ୍ରେୟା ଘୋଷାଲ, ବେବି ବମ୍ପ ଫଟୋ ସେୟାର କରି କହିଲେ ପିଲାର ନାଁ

ମା’ ହେବାକୁ ଯାଉଛନ୍ତି କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ। ଖୁବ୍‌ଶୀଘ୍ର ଶ୍ରେୟା ନିଜର ପ୍ରଥମ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି। ଏ ନେଇ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି ନିଜେ ଶ୍ରେୟା। ଅନୁଷ୍କା ଶର୍ମା, କରୀନା କପୁର, କପିଲ ଶର୍ମା ପ୍ରମୁଖ ଅନେକ ସେଲିବ୍ରିଟିଙ୍କ ପରେ ଏବେ ଶ୍ରେୟା ନୂଆ ଅତିଥିଙ୍କୁ ସ୍ୱାଗତ କରିବାକୁ ଯାଉଛନ୍ତି।

ଶ୍ରେୟା ଗୁରୁବାର ସକାଳେ ଟ୍ଵିଟ୍‌ କରି ଲେଖିଛନ୍ତି, ବେବି ଶ୍ରେୟାଦିତ୍ୟ ଆସୁଛି। ଏଥିପାଇଁ ମୋ ସ୍ୱାମୀ ଓ ମୁଁ ଖୁବ୍‌ ଏକ୍ସାଇଟେଡ୍‌ ଅଛୁ। ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିବା ପୂର୍ବରୁ ଆପଣମାନଙ୍କ ଭଲ ପାଇବା ଓ ଆଶୀର୍ବାଦ କାମନା କରୁଛି। ପ୍ରକାଶ ଯେ ଶ୍ରେୟା ୨୦୧୫ରେ ଶିଳାଦିତ୍ୟ ମୁଖୋପାଧ୍ୟାୟଙ୍କୁ ବିବାହ କରିଥିଲେ।

ଲକ୍‌ଡାଉନ୍‌ ବେଳେ ଶ୍ରେୟାଙ୍କ ଗୀତ ଅଙ୍ଗଦା ମୋରେ ରିଲିଜ୍‌ ହୋଇଥିଲା। ଶ୍ରେୟା ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ ସେ ବୋର୍‌ ହେଉଥିବା ବେଳେ ଏହି ଗୀତ କରିବାକୁ ଭାବିଥିଲେ। ସେ କହିଥିଲେ, ମହାମାରୀ ସମସ୍ତଙ୍କ ପାଇଁ ଡିପ୍ରେସନ୍‌ର କାରଣ ବନିଛି। ଲକ୍‌ଡାଉନ୍‌ ଯୋଗୁ ସେ ପରିବାର ସହ ସମୟ କାଟିଥିଲେ। ଏହି ସମୟରେ ସେ ରିଆଜ୍‌ ବି କରିବାକୁ ସମୟ ପାଇଥିଲେ ବୋଲି କହିଥିଲେ ଶ୍ରେୟା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.