ହସି ହସି ପୁଣି ନିଜ ବେବି ବମ୍ପ୍‌ ଫ୍ଲଣ୍ଟ୍‌ କଲେ ବିପାଶା ବସୁ; ଅଭିନେତ୍ରୀଙ୍କ ପ୍ରେଗ୍‌ନାନ୍ସି ଗ୍ଲୋ ଦେଖି ଫ୍ୟାନ୍‌ମାନେ କଲେ ତାରିଫ୍‌

ବଲିଉଡ୍‌ ଅଭିନେତ୍ରୀ ବିପାଶା ବସୁ ଏବେ ନିଜ ପ୍ରେଗ୍‌ନାନ୍ସି ଜର୍ଣ୍ଣିକୁ ଖୁବ୍‌ ଉପଭୋଗ କରୁଛନ୍ତି। ଏହି ମାସର ପ୍ରାରମ୍ଭରେ ବିପାଶା ମା’ ହେବାକୁ ଯାଉଥିବା ନେଇ ଘୋଷଣା କରିଥିଲେ। ଏହା ପରଠାରୁ ସେ ଇନ୍‌ଷ୍ଟାଗ୍ରାମରେ ଲଗାତାର ନିଜ ବେବି ବମ୍ପ୍‌କୁ ଫ୍ଲଣ୍ଟ୍‌ କରୁଥିବାର ନଜର ଆସୁଛନ୍ତି। ଏବେ ଅଭିନେତ୍ରୀ ଏକ ମସ୍ତିଭରା ଭିଡିଓ ସେୟାର କରିଛନ୍ତି।

ନୂଆ ଭିଡିଓରେ ବିପାଶା ନିଜ ବେବି ବମ୍ପ୍‌କୁ ଆଉଁସୁଥିବା ଏବଂ ଖୁସିଥିବାର ନଜର ଆସୁଛନ୍ତି। ଏଥିରେ ବିପାଶା ଗ୍ରୀନ୍‌ କଲର୍‌ର ଢିଲା ଡ୍ରେସ୍‌ ପିନ୍ଧିଛନ୍ତି। ଭିଡିଓକୁ ସେୟାର କରି ସେ କ୍ୟାପସନ ଲେଖିଛନ୍ତି, ‘ବେବି ଆସୁଛି, ଜୟ ମାତା ଦୀ’।

ଫ୍ୟାନ୍ସ ଏବଂ ସେଲିବ୍ରିଟିମାନଙ୍କୁ ବିପାଶାଙ୍କର ଏହି ଭିଡିଓ ଖୁବ୍‌ ପସନ୍ଦ ଆସୁଛି। ଜଣେ ଫ୍ୟାନ ଲେଖିଛନ୍ତି, ‘ନିଜର ଅଧିକ ଧ୍ୟାନ ରଖନ୍ତୁ’। ଅନ୍ୟ ଜଣେ ଲେଖିଛନ୍ତି, ‘ଆପଣଙ୍କର ପ୍ରେଗ୍‌ନାନ୍ସି ଗ୍ଲୋ ବଢ଼ିଆ ରହିଛି’।
କହି ରଖୁଛୁ, ବିବାହର ଅନେକ ବର୍ଷ ପରେ ବିପାଶା ବସୁ ମା’ ହେବାକୁ ଯାଉଛନ୍ତି। ସେ ନିଜ ପ୍ରେଗ୍‌ନାନ୍ସି ଫଟୋଶୁଟ୍‌ର ଫଟୋଗୁଡ଼ିକୁ ଅଗଷ୍ଟ ୧୬ରେ ସୋସିଆଲ ମିଡିଆରେ ସେୟାର କରିଥିଲେ। ଫଟୋରେ ବିପାଶା ବେବି ବମ୍ପ୍‌କୁ ଫ୍ଲଣ୍ଟ୍‌ କରୁଥିବାର ନଜର ଆସିଥିଲେ। ତାଙ୍କ ସହିତ ତାଙ୍କ ସ୍ୱାମୀ କରଣ ସିଂ ଗ୍ରୋଭର ମଧ୍ୟ ଥିଲେ।

 

View this post on Instagram

 

A post shared by Bipasha Basu (@bipashabasu)

ଫଟୋ ସେୟାର କରି ଅଭିନେତ୍ରୀ କ୍ୟାପସନରେ ଲେଖିଥିଲେ, ‘ଏକ ନୂଆ ସମୟ, ଏକ ନୂଆ ପର୍ଯ୍ୟାୟ, ଏକ ନୂଆ ଆଲୋକ ଆମ ଜୀବନରେ ଆଉ ଏକ ନିଆରା ଛବି ଯୋଡ଼ୁଛି। ଆମକୁ ପୂର୍ବ ତୁଳନାରେ ଆହୁରି ଅଧିକ ପରିପୂର୍ଣ୍ଣ କରୁଛି। ଆମେ ଏହି ଜୀବନକୁ ବ୍ୟକ୍ତିଗତ ରୂପରେ ଆରମ୍ଭ କରିଥିଲୁ ଏବଂ ପରେ ଆମେ ପରସ୍ପରକୁ ମିଳିଥିଲୁ, ଆଉ ସେବେଠୁ ଆମେ ଦୁଇ ହିଁ ଥିଲୁ। କେବଳ ଦୁଇ ଜଣଙ୍କ ପାଇଁ ଏତେ ଅଧିକ ଭଲ ପାଇବା, ଆମକୁ ଟିକିଏ ଭୁଲ୍‌ ଲାଗିଥିଲା…। ଏତେ ଜଲ୍‌ଦି, ଆମେ ଦିନେ କେବେ ଦୁଇ ଥିଲୁ, ଏବେ ତିନି ହୋଇଯିବୁ। ଆମ ଭଲ ପାଇବାରୁ ସାମ୍ନାକୁ ଆସିଥିବା ଏକ ସଂରଚନା ‘ଆମ ସନ୍ତାନ’ ଖୁବ୍‌ ଜଲ୍‌ଦି ଆମ ସହିତ ଯୋଡ଼ି ହୋଇଯିବ ଏବଂ ଆମ ଖୁସିରେ ସାମିଲ ହେବ’।

କହି ରଖୁଛୁ, ବିପାଶା ଓ କରଣଙ୍କ ଲଭ୍‌ ଷ୍ଟୋରୀ ଏକ ଫିଲ୍ମର ସେଟ୍‌ରୁ ଆରମ୍ଭ ହୋଇଥିଲା। କିଛି ବର୍ଷ ଧରି ପରସ୍ପରକୁ ଡେଟ୍‌ କରିବା ପରେ ଉଭୟେ ୨୦୧୬ରେ ବିବାହ କରିଥିଲେ। ଏବେ ବିବାହର ୬ ବର୍ଷ ପରେ ଦୁହେଁ ମାଆ, ବାପା ହେବାକୁ ଯାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.