ଲଣ୍ଡନରେ ସୋନମ୍‌ କପୁରଙ୍କ ସହ Uber କାର୍‌ରେ ହେଲା କିଛି ଏମିତି, ଯାହା ପରେ ସେ କହିଲେ ‘ମୁଁ ଖୁବ୍‌ ଡରିଯାଇଛି’

ନିକଟରେ ସୋନମ କପୁର ଏକ ଟ୍ଵିଟ୍‌ କରିଛନ୍ତି ଯାହାକୁ ଦେଖିବା ପରେ ତାଙ୍କ ଫ୍ୟାନ୍‌ମାନେ ବ୍ୟସ୍ତ ହୋଇପଡ଼ିଛନ୍ତି। ସୋନମ୍‌ ନିଜ ଟ୍ଵିଟ୍‌ରେ ଉବର କ୍ୟାବ୍‌ ଓ କ୍ୟାବ୍‌ ଡ୍ରାଇଭରଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଅନୀଲ ତନୟା ନିଜ ଟ୍ଵିଟରେ କହିଛନ୍ତି ସେ ବହୁତ ଡରି ଯାଇଛନ୍ତି। ଉବର କ୍ୟାବ୍‌ ଡ୍ରାଇଭରଙ୍କ ଆଚରଣ ଦେଖି ସେ ଖୁବ୍‌ ଭୟଭୀତ ହୋଇପଡ଼ିଥିବା କହିଛନ୍ତି।

ସୋନମ୍‌ ନିଜ ଟ୍ଵିଟ୍‌ରେ କହିଛନ୍ତି ହ୍ୟାଲୋ ବନ୍ଧୁଗଣ, ମୁଁ ଏବେ ଲଣ୍ଡନରେ ଉବରକୁ ନେଇ ଏକ ଖରାପ କଥା ଅନୁଭବ କଲି। ସୋନମ୍‌ ଫ୍ୟାନ୍‌ଙ୍କୁ ପରାମର୍ଶ ଦେଇ କହିଛନ୍ତି ଦୟା କରି ଆପଣମାନେ ବି ସାବଧାନ ରୁହନ୍ତୁ। ସୁରକ୍ଷା ପାଇଁ ଅନ୍‌ଲାଇନ୍‌ କାର୍‌ ବ୍ୟବହାର ନ କରି ଲୋକାଲ କ୍ୟାବ୍‌ ବା ଟ୍ରାନ୍ସପୋର୍ଟ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ସୋନମ୍‌।

ରିପୋର୍ଟ ମୁତାବକ, ସୋନମ୍‌ ଏବେ ଲଣ୍ଡନରେ ଅଛନ୍ତି। ସେଠାରେ ସେ ଏକ ଉବର କ୍ୟାବ୍‌ ବୁକ୍‌ କରିଥିଲେ। କାରରେ ବସିବା ପରେ କ୍ୟାବ୍‌ ଡ୍ରାଇଭର ତାଙ୍କ ଉପରେ ଭୀଷଣ ରାଗିଯାଇ ଚିଲ୍ଲାଇଥିଲେ। ଫଳରେ ସୋନମ୍‌ ଖୁବ୍‌ ଭୟଭୀତ ହୋଇ ଟ୍ଵିଟ୍‌ କରିଥିବା ଜଣାଯାଇଛି। ସେ ନିଜ ଟ୍ଵିଟ୍‌ରେ ଉବର କମ୍ପାନୀକୁ ମଧ୍ୟ ଟ୍ୟାଗ୍‌ କରିଛନ୍ତି। ତେବେ ସୋନମ୍‌ଙ୍କ ଏହି ଟ୍ଵିଟ୍‌ ପରେ ତାଙ୍କ ଫ୍ୟାନ୍‌ମାନେ ବ୍ୟତିବ୍ୟସ୍ତ ହୋଇପଡ଼ି ସୋନମ୍‌ଙ୍କୁ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ କହିଥିବା ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.