ଭିକି କୌଶଲ ଓ କ୍ୟାଟ୍ରିନା କୈଫ୍‌ଙ୍କ ଗାଡ଼ି ନମ୍ବର ପ୍ଲେଟ୍‌ ବି ଇଙ୍ଗିତ କରୁଛି ସେମାନଙ୍କ ପ୍ରେମ ସମ୍ପର୍କ, ଜଣଙ୍କର ଧଳା ତ ଆଉ ଜଣଙ୍କର କଳା ରଙ୍ଗର ଗାଡ଼ି!

ବଲିଉଡ୍‌ ଅଭିନେତା ଭିକି କୌଶଲ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ସେମାନଙ୍କ ପ୍ରେମ ସମ୍ପର୍କକୁ ନେଇ ଲଗାତାର ଚର୍ଚ୍ଚାରେ ରହି ଆସିଛନ୍ତି। ଏହି ପ୍ରେମ ସମ୍ପର୍କ ବିଷୟରେ ଫ୍ୟାନ୍‌ମାନେ ମଧ୍ୟ ବେଶ୍‌ ଚର୍ଚ୍ଚା ଆଲୋଚନା କରୁଛନ୍ତି। ଏମିତିରେ ଦୁଇଜଣଙ୍କ ତରଫରୁ ଏହାକୁ ନେଇ କିଛି ବି ସ୍ପଷ୍ଟ ରୂପେ କୁହାଯାଇ ନାହିଁ। ସେମାନେ ଏଥିରୁ ନିଜକୁ ପ୍ରାୟତଃ ଦୂରେଇ ରଖୁଥିବାର ନଜର ଆସି ଥାଆନ୍ତି। କିନ୍ତୁ ଉଭୟଙ୍କୁ ଅନେକ ଥର ଏକାଠି ସ୍ପଟ୍‌ କରାଯାଇଛି। କିଛି ଦିନ ତଳେ ମଧ୍ୟ ସେମାନଙ୍କୁ ସ୍ପଟ୍‌ କରାଯାଇଥିଲା, ଆଉ ତାହା ବି ଗୋଟିଏ ଜାଗାରେ। ଦୁଇଜଣ କୌଣସି କାମରେ ରେଶ୍‌ମା ସେଟ୍ଟୀଙ୍କ ବାନ୍ଦ୍ରାସ୍ଥିତ ଅଫିସ୍‌ ପହଞ୍ଚିଥିଲେ।

ଗାଡ଼ି ନମ୍ବର ପ୍ଲେଟ୍‌ ଧ୍ୟାନ ଆକର୍ଷଣ କଲା

ଭିକି କୌଶଲ ଓ କ୍ୟାଟ୍ରିନା କୈଫ୍‌ଙ୍କଠାରୁ ଅଧିକ ସେମାନଙ୍କ ଗାଡ଼ିର ନମ୍ବର ପ୍ଲେଟ୍‌ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା। ଦୁଇଜଣଙ୍କ ଗାଡ଼ିର ନମ୍ବର ପ୍ଲେଟ୍‌ରେ ଲେଖା ଯାଇଥିବା ସଂଖ୍ୟାକୁ ଦେଖି ଲୋକେ ଏକଦମ୍‌ ଚମକି ପଡ଼ିଥିଲେ। କ୍ୟାଟ୍ରିନାଙ୍କ ଗାଡ଼ିର ନମ୍ବର ଯେଉଁଠି ୮୮୨୨ ଥିଲା, ସେଠି ଭିକି କୌଶଲଙ୍କ ଗାଡ଼ିର ନମ୍ବର ପ୍ଲେଟ୍‌ ଥିଲା ୭୭୨୨। ସେହିପରି କ୍ୟାଟ୍ରିନାଙ୍କ ଗାଡ଼ି ଧଳା ରଙ୍ଗର ଥିବା ବେଳେ ଭିକିଙ୍କ ଗାଡ଼ି କଳା ରଙ୍ଗର ଥିଲା।

କହି ରଖୁଛୁ, ଲମ୍ବା ସମୟରୁ ଏକ ଗୁଜବ ବଲିଉଡ୍‌ରେ ଚାଲିଛି କି, କ୍ୟାଟ୍ରିନା ଓ ଭିକି ଦୁହେଁ ପରସ୍ପରକୁ ଡେଟ୍‌ କରୁଛନ୍ତି। ଏମିତିରେ ଦୁଇଜଣଙ୍କୁ ଏକାଠି ଦେଖି ଫ୍ୟାନ୍‌ମାନେ ମଧ୍ୟ ବହୁତ ପସନ୍ଦ କରୁଛନ୍ତି। ନିକଟ ଅତୀତରେ ସେମାନଙ୍କୁ ‘ସରଦାର ଉଧମ’ର ସ୍କ୍ରିନିଂରେ ଏକାଠି ଦେଖିବାକୁ ମିଳିଥିଲା। ସେହି ସମୟରେ ଦୁଇଜଣଙ୍କ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା, ଯେଉଁଥିରେ ସେମାନେ ପରସ୍ପରକୁ ଆଲିଙ୍ଗନ କରୁଥିବାର ନଜର ଆସିଥିଲେ। ତେବେ ଯାହା ହେଉନା କାହିଁକି, ବର୍ତ୍ତମାନ ଖବର ଆସିଛି କି, ଆସନ୍ତା ଡିସେମ୍ବରରେ କ୍ୟାଟ୍ରିନା କୈଫ୍ ଓ ଭିକି କୌଶଲ ବିବାହ କରି ପାରନ୍ତି। ଆଉ ବିବାହ ବେଳେ କ୍ୟାଟ୍ ସବ୍ୟସାଚୀଙ୍କ ଆଉଟଫିଟ୍ ପିନ୍ଧିବେ ବୋଲି ମଧ୍ୟ ଖବର ମିଳିଛି।

ଦୁଇଜଣ ଅନେକ ପ୍ରୋଜେକ୍ଟରେ ବ୍ୟସ୍ତ

ଓ୍ଵାର୍କଫ୍ରଣ୍ଟ ବିଷୟରେ ଆଲୋଚନା କରିବା ତ ଭିକି କୌଶଲ ନିକଟରେ ‘ସରଦାମ ଉଧମ’ ଫିଲ୍ମରେ ନଜର ଆସିଛନ୍ତି। ଆଗକୁ ସେ ମେଘନା ଗୁଲଜାରଙ୍କ ସାମ୍‌ ମାନେକଶ୍‌ଙ୍କ ବାୟୋପିକ୍‌ରେ ଦେଖା ଯିବେ। ଅନ୍ୟପଟେ କ୍ୟାଟ୍ରିନା କୈଫ୍‌ ରୋହିତ ସେଟ୍ଟୀଙ୍କ ‘ସୂର୍ଯ୍ୟବଂଶୀ’ରେ ନଜର ଆସିଛନ୍ତି। ଏଥିସହ ସେ ‘ଫୋନ୍‌ ଭୂତ’, ‘ଜି ଲେ ଜରା’ ଓ ‘ଟାଇଗର ୩’ରେ ବି ନଜର ଆସିବେ। ଏମିତିରେ ଦୁଇଜଣଙ୍କ ପାଖରେ ବର୍ତ୍ତମାନ ଅନେକ ପ୍ରୋଜେକ୍ଟ ପାଇପ୍‌ଲାଇନରେ ଅଛି।

 

View this post on Instagram

 

A post shared by yogen shah (@yogenshah_s)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.