ଆଜି ଭାଇଜାନ୍‌ଙ୍କ ଜନ୍ମ ଦିନ , ୫୩ ବର୍ଷରେ ପାଦ ଦେଇଛନ୍ତି ବଲିଉଡ୍‌ ସୁଲତାନ୍ ସଲମାନ୍ ଖାନ୍‌

ମୁମ୍ବାଇ(କେନ୍ୟୁଜ୍) : ଆଜି ଭାଇଜାନ୍‌ଙ୍କ ଜନ୍ମ ଦିନ । ୫୩ ବର୍ଷରେ ପାଦ ଦେଇଛନ୍ତି ବଲିଉଡ୍‌ର ଦବଙ୍ଗ ବୟ ସଲମାନ ଖାନ୍‌ । ଜନ୍ମଦିନରେ ସଲମାନ୍‌ ଖାନ୍‌ଙ୍କ ସେଲିବ୍ରେସନ୍‌ ଜାରି ରହିଛି । ବିଳମ୍ବିତ ରାତିରେ ମୁମ୍ବାଇର ପନେଓ୍ଵଲ ହାଉସ୍‌ରେ ନିଜର ଜନ୍ମଦିନ ପାଳିଛନ୍ତି ସଲମାନ୍‌ ।

salman-s ବଲିଉଡ୍‌ ସେଲିବ୍ରିଟି ଓ ପରିବାର ଲୋକଙ୍କ ସହ ଜନ୍ମଦିନ ପାଳିଥିଲେ ସେ । ମିଡିଆ ଆଗରେ ପ୍ରଥମ କେକ୍‌ କାଟିଥିଲେ ଭାଇଜାନ୍‌ । ଏହା ପରେ ଭାଣିଜୀଙ୍କ ସହ କେକ୍‌ କାଟିଥିଲେ । ଭାଣିଜୀ ଆହିଲଙ୍କୁ କୋଳରେ ଧରି କେକ୍‌ କାଟିଥିଲେ ସଲମାନ୍‌ । ବିଳମ୍ବିତ ରାତିରେ ହୋଇଥିବା ସେଲିବ୍ରେସନ୍‌ରେ ଅଭିନେତ୍ରୀ ମୌନୀ ରାୟ, ଦିୟା ମିର୍ଜା, ଡିନୋ ମୋରିଆ, କୃତି ସେନନ୍‌, ଆଦିତ୍ୟ ପଞ୍ଚୋଲିଙ୍କ ସମେତ ପରିବାର ସଦସ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.