ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର: କ୍ୟାଟ୍ରିନା କୈଫ୍‌ଙ୍କ ସହ ନିର୍ବନ୍ଧକୁ ନେଇ ମୁହଁ ଖୋଲିଲେ ଭିକ୍କି କୌଶଲ

ଉରି ଫେମ୍‌ ଭିକ୍କି କୌଶଲ ଏବେ ନିଜ ଆଗାମୀ ଫିଲ୍ମ ‘ସର୍ଦ୍ଦାର ଉଧମ୍‌’କୁ ନେଇ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମକୁ ନେଇ ଭିକ୍କିଙ୍କୁ ଦର୍ଶକେ ବେଶ୍‌ ପ୍ରଶଂସା କରୁଛନ୍ତି। ଫ୍ୟାନ୍‌ଙ୍କ ଠାରୁ ଆରମ୍ଭ କରି କ୍ରିଟିକ୍ସଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଫିଲ୍ମକୁ ଭୁରି ଭୁରି ପ୍ରଶଂସା କରୁଛନ୍ତି। କେବଳ ପ୍ରଫେସନାଲ ନୁହେଁ, ପର୍ସନାଲ ଲାଇଫ୍‌କୁ ନେଇ ମଧ୍ୟ ଭିକ୍କି କୌଶଲ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ଭିକ୍କି ଏବେ କ୍ୟାଟ୍ରିନା କୈଫ୍‌ଙ୍କ ସହ ନିଜ ରୋକା ସେରିମନିକୁ ନେଇ ମୁହଁ ଖୋଲିଛନ୍ତି।

କିଛି ଦିନ ପୂର୍ବରୁ ତଥାକଥିତ ଗାର୍ଲଫ୍ରେଣ୍ଡ କ୍ୟାଟ୍ରିନା କୈଫ୍‌ଙ୍କ ସହ ଭିକ୍କି କୌଶଲଙ୍କ ରୋକା ସେରିମନି ଖବର ଖୁବ୍‌ ଚର୍ଚ୍ଚାରେ ରହିଥିଲା। କିନ୍ତୁ ପରେ ସେ କହିଥିଲେ ଯେ ଏହା କେବଳ ଗୁଜବ। କିନ୍ତୁ ଏବେ ନିଜ ପର୍ସନାଲ ଲାଇଫ୍‌କୁ ନେଇ କି ଯୋଜନା କରୁଛନ୍ତି ସେ ନେଇ କହିଛନ୍ତି ଭିକ୍କି। ଗଣମାଧ୍ୟମକୁ ସୂଚନା ଦେବା ଅବସରରେ ଭିକ୍କି କହିଛନ୍ତି, ଏହି ଖବର ଆପଣଙ୍କ ବନ୍ଧୁମାନେ ହିଁ ପ୍ରଚାରିତ କରିଛନ୍ତି। ଠିକ୍‌ ସମୟ ଆସିଲେ ମୁଁ ତୁରନ୍ତ ନିର୍ବନ୍ଧ କରିନେବି। ସେଥିପାଇଁ ଆହୁରି ସମୟ ଅଛି ବୋଲି କହିଛନ୍ତି ଭିକ୍କି କୌଶଲ।

 

View this post on Instagram

 

A post shared by Vicky Kaushal (@vickykaushal09)

ସୂଚନାଯୋଗ୍ୟ ଯେ ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫ୍‌ ଦୀର୍ଘ ଦିନ ଧରି ରିଲେସନ୍‌ସିପ୍‌ରେ ଅଛନ୍ତି ବୋଲି ଖବର ସାମ୍ନାକୁ ଆସିଥିଲା। ଉଭୟେ ପରସ୍ପରକୁ ଦେଖା କରିବାକୁ ଯାଇଥିବା ବେଳେ ଅନେକ ଥର କ୍ୟାମେରାରେ ଧରାପଡ଼ିଥିଲେ। କ୍ୟାଟ୍ରିନା କୈଫ୍‌ ଭିକ୍କି କୌଶଲଙ୍କ ଫିଲ୍ମ ‘ସର୍ଦ୍ଦାର ଉଧମ୍‌’ର ସ୍କ୍ରିନିଂରେ ମଧ୍ୟ ପହଞ୍ଚିଥିଲେ। ନିକଟରେ ଫିଲ୍ମ ଶେରଶାହର ସ୍କ୍ରିନିଂରେ ଉଭୟଙ୍କର ଏକ ଭିଡିଓ ଖୁବ୍‌ ଭାଇରାଲ ହୋଇଥିଲା। ଭିଡିଓରେ କ୍ୟାମେରାମ୍ୟାନ୍‌ଙ୍କୁ ଦେଖି ଭିକ୍କି କ୍ୟାଟ୍ରିନାଙ୍କୁ ବାହାରକୁ ଯିବାକୁ ଇସାରାରେ ମନା କରୁଥିବା ଦେଖାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.