ଛୋଟ ଶିଶୁଙ୍କ ପାଇଁ ବରଦାନ ସଦୃଶ ହୋଇଥାଏ ଚାଉଳ ପାଣି, ଜାଣନ୍ତୁ ଦେବାର ସଠିକ ତରିକା

ଚାଉଳ ପାଣିରେ ଅନେକ ଔଷଧୀୟ ଗୁଣ ଭରପୁର ମାତ୍ରାରେ ରହିଛି । ଯାହା ଶରୀରକୁ ଖୁବ ଫାଇଦା ଦାୟକ ହୋଇଥାଏ । ଡାକ୍ତର ମାନେ ଛୋଟ ଛୋଟ ପିଲାଙ୍କୁ ବି ଚାଉଳ ପାଣି ଦେବାକୁ ପରାମର୍ଶ ଦେଉଛନ୍ତି । ଚାଉଳରେ ଥିବା ସମସ୍ତ ପୋଷକ ତତ୍ତ୍ୱ ଚାଉଳ ପାଣିରେ ମହଜୂତ ଥାଏ । ତେଣୁ ପିଲାଙ୍କ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହା ବେଶ ଲାଭଦାୟୀ । ତେବେ ଆସନ୍ତୁ ସେ ଉପରେ ଏକ ଦୃଷ୍ଟି ପକାଇବା ।

1. ଛୋଟ ଛୁଆଙ୍କୁ ଚାଉଳ ଭିଜା ପାଣି ଦେବା ଦ୍ୱାରା ସେମାନଙ୍କୁ ଭିଟାମିନ ବି ୬, ନିଆସୀନ, ରାଇବୋଫ୍ଲୋବିନ ପରି ପୋଷାକ ତତ୍ତ୍ୱ ମିଳିଥାଏ । ପିଲାଙ୍କ ବିକାଶ ଆଉ ମଜବୁତ ସ୍ୱାସ୍ଥ୍ୟ ପାଇଁ ବି ୬ ନିହାତି ଆବଶ୍ୟକ ।

2. ଛୋଟ ପିଲାଙ୍କ ଶରୀର ବିକାଶଶୀଳ ହୋଇଥାଏ । ଆଉ ବିକାଶ ପାଇଁ ଉର୍ଜା ବା ଶକ୍ତିର ଆବଶ୍ୟକତା ରହିଛି । ଚାଉଳ ପାଣିରେ ଥିବା କାର୍ବୋହାଇଡ୍ରେଟ ପିଲାଙ୍କ ଥକ୍କାପଣ ମେଣ୍ଟାଇବା ସହ ତାଙ୍କୁ ଅଧିକ ସତେଜ ରଖିଥାଏ ।

rice water

3. ପିଲାଙ୍କୁ ଅଧିକାଂଶ ସମୟରେ ଡାଇରିଆ ରୋଗ ହୋଇଥାଏ । ତେଣୁ ଏହି ସମୟରେ ସେମାନଙ୍କୁ ଚାଉଳ ଭିଜା ପାଣି ଦେଲେ ସେମାନଙ୍କ ଶରୀରରୁ କ୍ଷୟ ହୋଇଯାଉଥିବା ଶକ୍ତି ଫେରିଥାଏ । ଅର୍ଥାତ ଚାଉଳ ଭିଜା ପାଇଁ ଏନର୍ଜି ଡ୍ରିଙ୍କ ଭାବରେ କାମ କରିଥାଏ ।

କେମିତି କରିବେ ପ୍ରସ୍ତୁତ;

ପ୍ରଥମେ ୨ରୁ ୩ଚାମଚ ଚାଉଳ ନେଇ ନଖ ଉଷୁମ ପାଣିରେ ଧୋଇ ଦିଅନ୍ତୁ । ଏବେ ଏକ ପ୍ୟାନରେ ଚାଉଳ ଓ ଏକ କପ ପାଣି ଦେଇ ଫୁଟାନ୍ତୁ । ଚାଉଳ ନରମ ହୋଇଆସିଲେ ପାଣିକୁ ଛାଣି ଏକ କପରେ ରଖି ଦିଅନ୍ତୁ । ଏହି ପାଣିକୁ ଛୋଟ ପିଲାଙ୍କୁ ଚାମଚରେ ଧୀରେ ଧୀରେ ପିଆନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.