ପ୍ରତିଦିନ ପିଅନ୍ତୁ ଏହି ଜୁସ୍‌ ୟୁରିକ୍ ଏସିଡ୍ ସମସ୍ୟା ହେବ ନିୟନ୍ତ୍ରଣ, ଜାଣନ୍ତୁ କିପରି ପ୍ରସ୍ତୁତ କରିବେ

ଯେତେବେଳେ କିଡନୀ ୟୁରିକ୍ ଏସିଡ୍ ଫିଲ୍ଟର୍ କରିବା ବନ୍ଦ କରେ, ଶରୀରରେ ଏହା ଜମା ହେବାକୁ ଲାଗେ । ଯାହାଫଳରେ ସେଗୁଡିକ ପଥର ଆକାରରେ ଗଣ୍ଠିରେ ଜମା ହେବାକୁ ଆରମ୍ଭ କରେ । ଏହା ବ୍ୟତୀତ ଖରାପ ଖାଦ୍ୟ, ଅଧିକ ଓଜନ, ଡାଇବେଟିସ୍‌ ଏବଂ ଅଧିକ ମଦ୍ୟପାନର ହେତୁ ୟୁରିକ୍ ଏସିଡ୍ ବଡିରେ ବଢିବାକୁ ଲାଗିଥାଏ । ଶରୀରରେ ୟୁରିକ୍ ଏସିଡ୍ ବଢିବା ଦ୍ୱାରା ଗଣ୍ଠିରେ ଅସହ୍ୟ ଯନ୍ତ୍ରଣା ହୋଇଥାଏ ।

ଆପଣମାନେ ତ ଜାଣିଥିବେ ଯେ ଆଜିର ଖରାପ ଲାଇଫ୍‌ ଷ୍ଟାଇଲ୍‌ ଯୋଗୁ ଶରୀରରେ ୟୁରିକ୍ ଏସିଡ୍ ଜମା ହୋଇଥାଏ । ତେବେ ଏହା କିଡନୀ ଦ୍ୱାରା ଶରୀରରୁ ସହଜରେ ଫିଲ୍ଟର୍ ହୋଇ ବାହାରି ଯାଏ । କିନ୍ତୁ ଯେତେବେଳେ କିଡନୀ ୟୁରିକ୍ ଏସିଡ୍ ଫିଲ୍ଟର୍ କରିବା ବନ୍ଦ କରେ, ଶରୀରରେ ଏହା ଜମା ହେବାକୁ ଲାଗେ । ଯାହାଫଳରେ ସେଗୁଡିକ ପଥର ଆକାରରେ ଗଣ୍ଠିରେ ଜମା ହେବାକୁ ଆରମ୍ଭ କରେ । ଏହା ବ୍ୟତୀତ ଖରାପ ଖାଦ୍ୟ, ଅଧିକ ଓଜନ, ଡାଇବେଟିସ୍‌ ଏବଂ ଅଧିକ ମଦ୍ୟପାନର ହେତୁ ୟୁରିକ୍ ଏସିଡ୍ ବଡିରେ ବଢିବାକୁ ଲାଗିଥାଏ । ଶରୀରରେ ୟୁରିକ୍ ଏସିଡ୍ ବଢିବା ଦ୍ୱାରା ଗଣ୍ଠିରେ ଅସହ୍ୟ ଯନ୍ତ୍ରଣା ହୋଇଥାଏ । ତେବେ ଏହାକୁ କମ୍‌ କରିବା ପାଇଁ ଡାକ୍ତରମାନେ ଖାଇବା ଅଭ୍ୟାସ ଏବଂ ଲାଇଫ୍‌ ଷ୍ଟାଇଲ୍‌ରେ ପରିବର୍ତ୍ତନ କରିବାକୁ ପରାମର୍ଶ ଦିଅନ୍ତି । ତାହେଲେ ଆସନ୍ତୁ ଜାଣିବା ଯେ କେଉଁ ସବୁ ପ୍ରୋଟିନ୍‌ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଆପଣ ଶରୀରରେ ସହଜରେ ୟୁରିକ୍ ଏସିଡ୍ ନିୟନ୍ତ୍ରଣ ହୋଇପାରେ ।

ସୂଚନା ଅନୁସାରେ, କଲରା ଏକ ପନିପରିବା ଯେଉଁଥିରେ ଆଇରନ୍‌, ମ୍ୟାଗ୍ନେସିୟମ୍, ପୋଟାସିୟମ୍ ଏବଂ ଭିଟାମିନ୍ C ପରି ପୁଷ୍ଟିକର ପଦାର୍ଥ ମିଳିଥାଏ । ଏଥିରେ ଭଲ ପରିମାଣର କ୍ୟାଲସିୟମ୍, ବିଟା-କାରୋଟିନ୍ ଏବଂ ପୋଟାସିୟମ୍ ମଧ୍ୟ ମିଳିଥାଏ । ନିକଟରେ ହୋଇଥିବା ଏକ ରିସର୍ଚ୍ଚ ଅନୁଯାୟୀ, କିଛି ମୂଷାକୁ କଲରା ରସ ଦିଆଯାଇଥିଲା । ଏହା ପରେ ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ ଏହା ମୂଷାର ୟୁରିକ୍ ଏସିଡ୍ ଲେବଲକୁ କମ୍‌ କରିଛି ।

କଲରା ଏହା ବ୍ୟତୀତ ଆହୁରି ଅନେକ ରୋଗକୁ ଦୂର କରିପାରେ :
ଖାଦ୍ୟ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ନିୟମିତ ଭାବେ କଲରା ଖାଇବା ଦ୍ୱାରା ବ୍ଲଡରେ ସୁଗାର ଲେବଲ ନିୟନ୍ତ୍ରଣ ହୋଇପାରେ । ଏହା ବ୍ୟତୀତ କ୍ୟାନ୍ସର ରୋଗର ଆଶଙ୍କା କମ୍‌ କରିବାରେ, ଖରାପ କୋଲେଷ୍ଟ୍ରଲ କମ୍‌ କରିବାରେ, ଓଜନ କମ୍‌ କରିବାରେ, ଲିଭର ଭଲ କାମ କରିବାରେ, ସ୍କିନ୍‌ ସମସ୍ୟା ଦୂର ହେବାରେ ଏବଂ ପେଟ ଜନିତ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ ।

ପ୍ରତିଦିନ କଲରା ଜୁସ୍‌ ପିଅନ୍ତୁ :
କଲରାରୁ ଅଧିକ ଲାଭ ପାଇବା ପାଇଁ, ଆପଣ ପ୍ରତିଦିନ ସକାଳେ ଏହାର ଏକ କପ୍ ଜୁସ୍‌ ପିଇପାରିବେ । ଏହା ବ୍ୟତୀତ ଆପଣ ଏହାକୁ ରୋଷେଇ କରି ମଧ୍ୟ ଖାଇପାରିବେ । ଆପଣ ଏହାକୁ ନିଜ ପନିପରିବା କିମ୍ବା ସୁପ୍ ରେ ମଧ୍ୟ ସାମିଲ କରିପାରିବେ । ତେବେ ଏପରି ଭାବେ କଲରା ଆପଣଙ୍କୁ ଅନେକ ସମସ୍ୟାରୁ ମୁକ୍ତି ଦେଇଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.