ଆଖିକୁ ଦିଶୁଛି କି ଧୂଆଁଳିଆ,ଏହି ସମସ୍ୟାରୁ ମୁକ୍ତି ଦେବ ଗାଜର, ଜାଣନ୍ତୁ ଏହାର ଜବରଦସ୍ତ ଲାଭ

ମନୁଷ୍ୟ ଶରୀରର ଆଖି ଏକ ଗୁରୁତ୍ୱପୂର୍ଣ୍ଣ ଅଂଗ । ଏହାର ଦେଖାଶୁଣା କରିବା ଅତ୍ୟନ୍ତ ଜରୁରୀ । ଏହା ବିନା ଆମର ସବୁ କାମ ଅଧା । ଅଫିସରେ କାମ କରିବା ଠାରୁ ଆରମ୍ଭ କରି ଖାଇବା ପର୍ଯ୍ୟନ୍ତ ସବୁ କାମରେ ଆଖିର ଆବଶ୍ୟକତା ରହିଛି । ଦୁର୍ବଳ ଆଖିର ପାଓ୍ଵାର ପାଇଁ ଆଜିକାଲି ଅଧିକାଂଶ ଲୋକେ ଚଷମା ଲଗାଉଛନ୍ତି । ଏହାର ଅର୍ଥ ଆପଣଙ୍କ ଆଖିର ପାଓ୍ଵାର କମ ଅଟେ ।

ଯଦି ଆପଣଙ୍କୁ ଠିଆ ହେବା ସମୟରେ କିମ୍ବା କାମ କରିବା ସମୟରେ ମୁଣ୍ଡ ଘୁରାଇ ଦେଉଛି, ଏହାର ଅର୍ଥ ଆପଣ ଆଖି ଉପରେ ଆବଶ୍ୟକତା ଠାରୁ ଅଧିକ ପ୍ରେସର ଦେଉଛନ୍ତି । ଅଧିକାଂଶ ସମୟରେ କମ୍ପ୍ୟୁଟରରେ କାମ କରିବା ଯୋଗୁ ଧୂଆଁଳିଆ ସମସ୍ୟା ଆରମ୍ଭ ହୋଇଥାଏ । ଆଜି ଆସନ୍ତୁ ଜାଣିବା କିପରି ରଖିବା ଆଖିର ଯତ୍ନ ।

ଯଦି ଆଖିକୁ ଧୂଆଁଳିଆ ଦିଶୁଛି

ଶୀତ ରୁତୁରେ ଗାଜର ପ୍ରଚୁର ମିଳିଥାଏ । ଗାଜର ହାଲଓ୍ଵା, ଗାଜର ତରକାରୀ କିମ୍ବା ଗାଜର ର କିଛି ବି ଆଇଟମ ଖାଇବା କଥା । କାରଣ ଆଖି ପାଇଁ ଗାଜର ବହୁତ ଲାଭକାରୀ ହୋଇଥାଏ । କାରଣ ଗାଜରେ ସବୁଠୁ ଅଧିକ ରୋଡୋସ୍ପରିନ ରହିଥାଏ । ଯାହା ଆଖିର ପାଓ୍ଵାର ବଢ଼ାଇବାରେ ସହାୟକ ହୋଇଥାଏ । ଗାଜରକୁ କଂଚା ଖାଇବା ଦ୍ୱାରା ମଧ୍ୟ ଆଖିର ପାଓ୍ଵାର ବଢ଼ିଥାଏ । କାରଣ ଏଥିରେ ଭିଟାମିନ ଏ ଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.