ପିଲାଙ୍କ ମଧ୍ୟରେ ଏହି ପରିବର୍ତ୍ତନ ହେଉଛି କି ? ସାବଧାନ ଡିପ୍ରେସନ୍‌କୁ ଯାଇପାରନ୍ତି ପିଲା

ଡିପ୍ରେସନ୍‌ ମାମଲା ପିଲାଙ୍କ ମଧ୍ୟରେ ଦୃତ ଗତିରେ ବଢୁଛି । ଏକ ଅଧ୍ୟୟନରୁ ଜଣାପଡିଛି ଯେ ଗତ କିଛି ବର୍ଷରେ ଛୋଟ ପିଲା ଓ କିଶୋରମାନଙ୍କ ଭିତରେ ଡିପ୍ରେସନ୍‌ ଦ୍ୱିଗୁଣିତ ହୋଇଛି ।

ସାରା ବିଶ୍ୱରେ କୋଭିଡ ୧୯ କମିବା ପରେ, ପ୍ରାୟତଃ ସବୁ ଲୋକଙ୍କ ମଧ୍ୟରେ ଡିପ୍ରେସନ୍‌ ମାମଲା ଦେଖିବା ପାଇଁ ମିଳିଛି । ଡିପ୍ରେସନ୍‌ ଏକ ବଡ ସମସ୍ୟା ଭାବେ ପିଲାମାନଙ୍କ ଭିତରେ ଅଧିକ ଦେଖିବା ପାଇଁ ମିଳୁଛି । ସୂଚନା ମୁତାବକ, ଡିପ୍ରେସନ୍‌ ମାମଲା ପିଲାଙ୍କ ମଧ୍ୟରେ ଦୃତ ଗତିରେ ବଢୁଛି । ଏକ ଅଧ୍ୟୟନରୁ ଜଣାପଡିଛି ଯେ ଗତ କିଛି ବର୍ଷରେ ଛୋଟ ପିଲା ଓ କିଶୋରମାନଙ୍କ ଭିତରେ ଡିପ୍ରେସନ୍‌ ଦ୍ୱିଗୁଣିତ ହୋଇଛି ।

ଏହା ମଧ୍ୟ ସୂଚନା ରହିଛି ଯେ ୫ ରୁ ୬ ବର୍ଷ ହେବ ପ୍ରାୟତଃ ୧୦ ରୁ ୧୪ ବର୍ଷ ପିଲାମାନେ ଡିପ୍ରେସନ୍‌ର ଶିକାର ହୋଇଛନ୍ତି । ଏହି ଚିନ୍ତାଜନକ ପରିସ୍ଥିତି ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ପାଇଁ ଏକ ବଡ ବିପଦ ହୋଇପାରେ । ତେବେ ଆସନ୍ତୁ ଜାଣିବା ଯେ ଡିପ୍ରେସନ୍‌ ମାମଲା ବଢିବାର କାରଣ ଓ ଏଥିରୁ ବଞ୍ଚିବାର ଉପାୟ ।

ଡିପ୍ରେସନ୍‌କୁ ଯିବାର ଅନେକ କାରଣ ରହିଛି, ଲକଡାଉନ ସମୟରେ ଘରୋଇ ହିଂସା ମାମଲା ମଧ୍ୟ ବଢିଥିଲା । ଏହି ସବୁ ହିଂସାତ୍ମକ ପରିସ୍ଥିତି ଯୋଗୁ ପିଲାମାନଙ୍କ ମାନସିକ ସ୍ୱାସ୍ଥ୍ୟ ବିଶେଷ ପ୍ରଭାବିତ ହୋଇଥିଲା, ନିଜକୁ ଏକା ଭାବିବା, ପାଠ ପଢାକୁ ଚିନ୍ତିତ ରହିବା, ପରୀକ୍ଷାକୁ ନେଇ ଭୟାଭିତ ହେବା, ଏହାର ଅନ୍ୟ ଏକ କାରଣ ମୋବାଇଲ ଫୋନ୍‌ ମଧ୍ୟ ହୋଇଛି । ଏହି ସବୁ କାରଣ ଯୋଗୁ ପିଲାମାନେ ଡିପ୍ରେସନ୍‌କୁ ଯାଉଛନ୍ତି ।

କିପରି ଜାଣିବେ ପିଲାମାନେ ଡିପ୍ରେସନ୍‌ରେ ଗତିକରୁଛନ୍ତି :
ପ୍ରତିଦିନ ଗତିବିଧିରେ ପରିବର୍ତ୍ତନ ଆସିବା, ସବୁବେଳେ ଦୁଃଖରେ ରହିବା, ବାରମ୍ବାର ଥକା ଲାଗିବ, ନିଦ ଓ ଭୋକ ନଲାଗିବା, ଛୋଟ କଥାରେ ରାଗିବା ଓ କାନ୍ଦବାକୁ ଲାଗିବା, ସାଙ୍ଗସାଥିଙ୍କ ସହ ନ ରହି ଏକା ରହିବା, କୌଣସି କାମରେ ମନ ନଲାଗିବା ଭଳି ଲକ୍ଷଣ ଦେଖା ଦେଇଥାଏ ।  ଯଦି ଏହି ଲକ୍ଷଣ ପ୍ରାୟ ଦୁଇ ସପ୍ତାହ ରହିଲା ତାହେଲେ ଜାଣନ୍ତୁ ଯେ ପିଲାମାନେ ଡିପ୍ରେସନ୍‌ରେ ଗତି କରୁଛନ୍ତି ।

ଜାଣନ୍ତୁ କିଭଳି ପିଲାଙ୍କୁ ଡିପ୍ରେସନ୍‌ରୁ ବାହାର କରିବେ :
ଯଦି ଆପଣଙ୍କ ପିଲା ଡିପ୍ରେସନ୍‌ରେ ଗତି କରୁଛି ତାହୋଲ ତା ସହ ବାରମ୍ବାର କଥା ହେବା ସହ ସେ ଯାହା କହୁଛି, ତାକୁ ଧ୍ୟାନ ଦେଇ ଶୁଣିବାକୁ ଚେଷ୍ଟା କରନ୍ତୁ । ସେହିସମୟରେ ପିଲାମାନଙ୍କୁ ଭଲପାଇବା ଦେବା ସହ ତାଙ୍କୁ ସକରାତ୍ମକ ସ୍ଥାନରେ ରଖିବା ପାଇଁ ପ୍ରୟାସ କରନ୍ତୁ । ପିଲାଙ୍କ ପୂରା ଦିନର କାର୍ଯ୍ୟକଳାପରେ ଧ୍ୟାନ ଦେବା । ସେହି ସମୟରେ ପିଲାମାନଙ୍କୁ ଯୋଗ ଓ ମେଡିଟେସନ୍‌ କରିବା ପାଇଁ କୁହନ୍ତୁ । ଯଦି ଆପଣଙ୍କ ପିଲା ଅତ୍ୟଧିକ ଡିପ୍ରେସନ୍‌ରେ ଗତି କରୁଛି ତାହେଲେ ଡାକ୍ତରଙ୍କ ପରାର୍ମଶ ନିଅନ୍ତୁ ଏବଂ ଚିକିତ୍ସା ଆରମ୍ଭ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.