କାକୁଡି ଖାଇବା ପରେ ପାଣି ପିଉଥିଲେ ସାବଧାନ, ହୋଇପାରେ ଏଭଳି ସମସ୍ୟା

ପ୍ରାୟତଃ ଲୋକମାନେ କାକୁଡିକୁ ସାଲାଡ ଆକାରରେ ଖାଇଥାନ୍ତି । ଏହା ବ୍ୟତୀତ ଅନେକ ଲୋକ ଖାଲି କାକୁଡି ଖାଇବାକୁ ପସନ୍ଦ କରନ୍ତି । ତେବେ ଭିଟାମିନ୍ C, ଭିଟାମିନ୍ K, ମାଙ୍ଗାନିଜ୍, ମ୍ୟାଗ୍ନେସିୟମ୍, ପୋଟାସିୟମ୍ ଇତ୍ୟାଦି ପୁଷ୍ଟିକର ଖାଦ୍ୟ ଏଥିରେ ପ୍ରଚୁର ପରିମାଣରେ ମିଳିଥାଏ । କିନ୍ତୁ ଆପଣ ଜାଣନ୍ତି କି କାକୁଡି ଖାଇବା ପରେ ପାଣି ପିଇବା ଶରୀର ପାଇଁ କ୍ଷତିକାରକ ହୋଇପାରେ ।

ପୋଷକ ତତ୍ତ୍ୱରେ ଭରପୂର ହୋଇଥାଏ କାକୁଡି, ପ୍ରାୟତଃ ଲୋକମାନେ ଏହାକୁ ସାଲାଡ ଆକାରରେ ଖାଇଥାନ୍ତି । ଏହା ବ୍ୟତୀତ ଅନେକ ଲୋକ ଖାଲି କାକୁଡି ଖାଇବାକୁ ପସନ୍ଦ କରନ୍ତି । ତେବେ ଭିଟାମିନ୍ C, ଭିଟାମିନ୍ K, ମାଙ୍ଗାନିଜ୍, ମ୍ୟାଗ୍ନେସିୟମ୍, ପୋଟାସିୟମ୍ ଇତ୍ୟାଦି ପୁଷ୍ଟିକର ଖାଦ୍ୟ ଏଥିରେ ପ୍ରଚୁର ପରିମାଣରେ ମିଳିଥାଏ । ଏହା ବ୍ୟତୀତ କାକୁଡିରେ ପ୍ରଚୁର ଜଳ ମଧ୍ୟ ରହିଥାଏ । କାକୁଡିରେ ପ୍ରଚୁର ପରିମାଣର ଜଳ ଥିବାରୁ ଏହା ଖରା ଦିନ ପାଇଁ ହେଲଦି ବୋଲି ବିବେଚନା କରାଯାଏ । କିନ୍ତୁ ଆପଣ ଜାଣନ୍ତି କି କାକୁଡି ଖାଇବା ପରେ ପାଣି ପିଇବା ଶରୀର ପାଇଁ କ୍ଷତିକାରକ ହୋଇପାରେ । ତାହେଲେ ଆସନ୍ତୁ ଜାଣିବା ଯେ କାକୁଡି ଖାଇବା ପାରେ ପାଣି ପିଇବା ଦ୍ୱାରା କ’ଣ କ୍ଷତି ହୋଇଥାଏ ।

ଜାଣନ୍ତୁ କାକୁଡି ଖାଇବା ପରେ ପାଣି କାହିଁକି ପିଇବେ ନାହିଁ ?
ସ୍କିନ୍‌ ଏବଂ କେଶ ପାଇଁ ଅତ୍ୟାବଶ୍ୟକ ଭାବେ ଗ୍ରହଣ କରାଯାଉଥିବା କାକୁଡିରେ ୯୫ ପ୍ରତିଶତ ପାଣି ରହିଥାଏ । ତେବେ ଭିଟାମିନ୍ C, ଭିଟାମିନ୍ K, ମାଙ୍ଗାନିଜ୍, ମ୍ୟାଗ୍ନେସିୟମ୍, ପୋଟାସିୟମ୍‌ରେ ଭରପୂର ଏହି ଫଳ ଖାଇବା ପରେ, ପାଣି ପିଇବା ଆପଣଙ୍କୁ ସମସ୍ତ ପୁଷ୍ଟିକର ଖାଦ୍ୟରୁ ବଞ୍ଚିତ କରିଥାଏ । ଯାହାଫଳରେ ଜଳ ଏହି ସମସ୍ତ ପୋଷକ ତତ୍ତ୍ୱକୁ ଶୋଷଣ କରିଥାଏ । କେବଳ କାକୁଡି ନୁହେଁ ଅନ୍ୟ ଯେକୌଣସି ପ୍ରକାରର ଫଳ ଏବଂ ପନିପରିବା ଖାଇବା ପରେ ପାଣି ନ ପିଇବା ପାଇଁ ଡାକ୍ତର ପରାମର୍ଶ ଦେଇଥିାନ୍ତି । ସେଥିପାଇଁ କାକୁଡି ଖାଇବା ପାରେ ପାଣି ପିଇବା ଉଚିତ ନୁହେଁ ।

କାକୁଡି ଖାଇବା ପରେ ପାଣି ପିଇବା ଦ୍ୱାରା ଶରୀରରେ ଏପରି ସମସ୍ୟା ହୋଇପାରେ :
ଖାଦ୍ୟ ହଜମ ହେବା ପାଇଁ pH ସ୍ତର ସଠିକ୍ ରହିବା ଅତ୍ୟନ୍ତ ଜରୁରୀ ହୋଇଥାଏ । କାକୁଡି ଖାଇବା ପରେ ପାଣି ପିଇବା ଦ୍ୱାରା pH ସ୍ତର ଅସନ୍ତୁଳିତ ହୋଇପାରେ । ଯାହା ଆମ ହଜମ ଶକ୍ତିକୁ ପ୍ରଭାବିତ କରିଥାଏ । କାକୁଡି ଖାଇବା ପରେ ପାଣି ପିଇବା ଦ୍ୱାରା ପେଟ ଖରାପ୍‌ ହେବା ସହ ଡାଇରିଆ ଭଳି ସମସ୍ୟା ସୃଷ୍ଟି ହୋଇପାରେ । ଯଦି ଆପଣ କାକୁଡି ଖାଇବା ପରେ ପାଣି ପିଇବାକୁ ଚାହାଁନ୍ତି, ତେବେ ଏଥିରେ ପ୍ରାୟ ୨୦ ମିନିଟର ଅନ୍ତର ରଖିବା ଜରୁରୀ ହୋଇଥାଏ । ଯାହା ଫଳରେ ଆପଣ ଏହି ସବୁ ସମସ୍ୟାରୁ ବଞ୍ଚିତ ରହିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.