ନିର୍ବାଚନୀ ବଣ୍ଡ ପ୍ରସଙ୍ଗରେ ସଂପୂର୍ଣ୍ଣ ତଥ୍ୟ ଦେଇନି ଏସବିଆଇ, ଆସନ୍ତା ୧୮ରେ ପରବର୍ତ୍ତୀ ଶୁଣାଣି

ନିର୍ବାଚନୀ ବଣ୍ଡ ଉପରେ ପୂରା ତଥ୍ୟ ଦେଇନି ଏସବିଆଇ। ଇସିଆଇଙ୍କୁ ଏସବିଆଇ ଦେଇଥିବା ତଥ୍ୟ ଅସମ୍ପୂର୍ଣ୍ଣ। ୫ ବର୍ଷର ପୂରା ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟର ୫ ଜଣିଆ ସମ୍ବିଧାନ ଖଣ୍ଡପୀଠ ଏହି ଶୁଣାଣି କରିଛନ୍ତି ।

ନୂଆଦିଲ୍ଲୀ : ନିର୍ବାଚନୀ ବଣ୍ଡ ଉପରେ ପୂରା ତଥ୍ୟ ଦେଇନି ଏସବିଆଇ । ଇସିଆଇଙ୍କୁ ଏସବିଆଇ ଦେଇଥିବା ତଥ୍ୟ ଅସମ୍ପୂର୍ଣ୍ଣ । ୫ ବର୍ଷର ପୂରା ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଇସିଆଇଙ୍କୁ ଷ୍ଟେଟ୍ ବ୍ୟାଙ୍କ ଦେଇଥିବା ତଥ୍ୟରେ ବଣ୍ଡ କ୍ରେତା ଓ ଗ୍ରହୀତାଙ୍କ ଉପରେ ସଂପୂର୍ଣ୍ଣ ବିବରଣୀ ନାହିଁ । କେତେ ସଂଖ୍ୟାରେ ବଣ୍ଡ କିଣାଯାଇଛି ତାର ପୂରା ତଥ୍ୟ ଦେଇ ନାହିଁ ଏସବିଆଇ । ସୁପ୍ରିମକୋର୍ଟର ୫ ଜଣିଆ ସମ୍ବିଧାନ ଖଣ୍ଡପୀଠ ଏହି ଶୁଣାଣି କରିଛନ୍ତି । ମୁଖ୍ୟ ବିଚାରପତି ଚନ୍ଦ୍ରଚୁଡ କହିଛନ୍ତି, ସୁପ୍ରିମକୋର୍ଟ ପକ୍ଷରୁ ସମ୍ପୂର୍ଣ୍ଣ ଭାବେ ସମସ୍ତ ତଥ୍ୟ ଦାଖଲ କରିବାକୁ ସ୍ପଷ୍ଟ ଭାବେ କୁହାଯାଇଥିଲା କିନ୍ତୁ ପୁରା ତଥ୍ୟ ଦିଆଯାଇନାହିଁ । ତେଣୁ ନିର୍ବାଚନୀ ବଣ୍ଡର ୟୁନିକ୍ ନମ୍ବର ସାର୍ବଜନୀନ କରିବାକୁ କହିଛନ୍ତି ସୁପ୍ରିମକୋର୍ଟ ।

ଆସନ୍ତା ସୋମବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଗତକାଲି ନିର୍ବାଚନ ବଣ୍ଡ ସଂପର୍କିତ ତଥ୍ୟ ନିଜ ୱେବସାଇଟରେ ଅପଲୋଡ୍ କରିଥିଲେ କମିଶନ । ଏସବିଆଇ ଦେଇଥିବା ତଥ୍ୟକୁ ନେଇ ସୁପ୍ରିମକୋର୍ଟରେ ଆବଦେନ କରିଥିଲେ ଇସିଆଇ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.