ପ୍ରତିଦିନ ଶରୀରରେ ଏପରି କିଛି ଲକ୍ଷଣ ଦେଖାଯାଉଛି କି ? ସାବଧାନ ନଚେତ ଆଗକୁ ଯାଇ ହୋଇପାରେ ବଡ଼ ସମସ୍ୟା

ବର୍ତ୍ତମାନର ଖରାପ ଲାଇଫ୍‌ଷ୍ଟାଇଲ ଯୋଗୁ ଲୋକମାନେ ପୁଷ୍ଟିକର ଖାଦ୍ୟକୁ ଅଣଦେଖା କରୁଛନ୍ତି ଏବଂ କେବଳ ସ୍ୱାଦ ଅନୁଯାୟୀ ଖାଦ୍ୟ ଖାଉଛନ୍ତି । ଏହା ସହ ଲୋକମାନେ ପ୍ରତିଦିନ ନିଜ ଖାଦ୍ୟରେ ଜଙ୍କ୍‌ ଫୁଡ୍‌ ଆଡ କରିବା ଯୋଗୁ, ଶରୀରକୁ ସଠିକ୍‌ ପରିମାଣରେ ପୁଷ୍ଟିକର ଖାଦ୍ୟ ମିଳୁନାହିଁ ।

ଆମ ଖାଦ୍ୟ ଅଭ୍ୟାସ ଯୋଗୁ ସ୍ୱାସ୍ଥ୍ୟ ସିଧାସଳଖ ପ୍ରଭାବିତ ହୋଇଥାଏ । କେବଳ ପେଟ ଭରିବା ପାଇଁ ଖାଦ୍ୟ ଖାଇବା ଉଚିତ୍ ନୁହେଁ, ବରଂ ଏଥିରୁ ଆମ ଶରୀରକୁ କେତେ ପୁଷ୍ଟିକର ଖାଦ୍ୟ ମିଳୁଛି, ତାମଧ୍ୟ ଦେଖିବା ଅତ୍ୟନ୍ତ ଜରୁରୀ ହୋଇଥାଏ । ଶରୀରକୁ ଖାଦ୍ୟରୁ ଶକ୍ତି ମିଳିଥାଏ । ଖାଦ୍ୟ ଯୋଗୁ ହିଁ ଆମ ଶରୀରର ସମ୍ପୂର୍ଣ୍ଣ କାର୍ଯ୍ୟ ସଠିକ୍ ଭାବରେ କରିପାରେ । ତେବେ ବର୍ତ୍ତମାନର ଖରାପ ଲାଇଫ୍‌ଷ୍ଟାଇଲ ଯୋଗୁ ଲୋକମାନେ ପୁଷ୍ଟିକର ଖାଦ୍ୟକୁ ଅଣଦେଖା କରୁଛନ୍ତି ଏବଂ କେବଳ ସ୍ୱାଦ ଅନୁଯାୟୀ ଖାଦ୍ୟ ଖାଉଛନ୍ତି । ଏହା ସହ ଲୋକମାନେ ପ୍ରତିଦିନ ନିଜ ଖାଦ୍ୟରେ ଜଙ୍କ୍‌ ଫୁଡ୍‌ ଆଡ କରିବା ଯୋଗୁ, ଶରୀରକୁ ସଠିକ୍‌ ପରିମାଣରେ ପୁଷ୍ଟିକର ଖାଦ୍ୟ ମିଳୁନାହିଁ । ଅନେକ ଥର ପୁରୁଣା ତେଲ, ପୁରୁଣା ପନିପରିବା ଏବଂ ନଷ୍ଟ ହୋଇଥିବା ମସଲା ବାହାର ଖାଦ୍ୟରେ ବ୍ୟବହାର ହୋଇଥାଏ । ଏହି କାରଣରୁ ଅନେକ ପ୍ରକାରର ରୋଗ ମଧ୍ୟ ହୋଇପାରେ । ଖାଦ୍ୟର ପ୍ରଭାବ ଶରୀର ଉପରେ ତୁରନ୍ତ ଦେଖାଯିବାକୁ ଲାଗିଥାଏ । ଏପରି ପରିସ୍ଥିତିରେ ଯଦି ଆପଣ ନିଜ ଶରୀରରେ କିଛି ଏପରି ଲକ୍ଷଣ ଦେଖନ୍ତି, ତେବେ ନିଜ ପ୍ରତିଦିନ ଲାଇଫ୍‌ଷ୍ଟାଇଲ୍‌ରେ କିଛି ପରିବର୍ତ୍ତନ ଆଣିବା ନିଶ୍ଚିତ ଜରୁରୀ । ଯଦି ଆପଣ ଏପରି ନକରୁଛନ୍ତି ତାହେଲେ ଆପଣ ଆଗକୁ ଯାଇ ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।

ଲେଟ୍‌ ନାଇଟ୍‌ ପର୍ଯ୍ୟନ୍ତ ନିଦ ନହେବା : କିଛି ଲୋକ ରାତିରେ ଶୀଘ୍ର ଶୋଇବାକୁ ଚାହିଁଲେ ମଧ୍ୟ ଶୋଇ ପାରୁନାହାଁନ୍ତି । ଅନେକ ଥର ଘଣ୍ଟା ଘଣ୍ଟା ଆଖି ବନ୍ଦ କରିବା ପରେ ମଧ୍ୟ ନିଦ ହୁଏ ନାହିଁ । କିଛି ଲୋକ ଭାବନ୍ତି ଯେ ଦିନରେ ଶୋଇବା ଦ୍ୱାରା ରାତିରେ ଅଧିକ ନିଦ ହୁଏ ନାହିଁ । କିନ୍ତୁ ଏହା ପଛର ମୁଖ୍ୟ କାରଣ ଶରୀରରେ କଫିନ୍‌ର ପରିମାଣ ଅଧିକ ଥିବା ଯୋଗୁ ଏପରି ହୋଇଥାଏ । ଯଦି ଆପଣଙ୍କର ରାତିରେ ଶୋଇବାରେ ଅସୁବିଧା ହେଉଛି, ତେବେ ସର୍ବପ୍ରଥମେ ଖାଦ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଯେପରି ରାତିରେ ଏନର୍ଜି ଡ୍ରିଙ୍କ୍‌, ଚକୋଲେଟ୍ କିମ୍ବା କଫିନ୍ ଖାଆନ୍ତୁ ନାହିଁ । ଏହା ଆପଣଙ୍କ ନିଦରେ ସମସ୍ୟା ସୃଷ୍ଟି କରିପାରେ ।

ସ୍କିନ୍‌ରେ ଡ୍ରାଏନେସ୍‌ ବଢିଯିବା : କିଛି ଲୋକ ନିଜ ସ୍କିନ୍‌ରେ ଡ୍ରାଏନେସ୍‌ ଅନୁଭବ କରନ୍ତି । ଶରୀରରେ ପାଣି କମ୍ ଯୋଗୁ ଏପରି ହୋଇପାରେ ବୋଲି ମଧ୍ୟ କୁହାଯାଏ । ତେବେ ଆମ ଶରୀର ପାଇଁ ଖାଦ୍ୟ ଯେତିକି ଗୁରୁତ୍ୱପୂର୍ଣ୍ଣ, ସେହିପରି ପାଣି ମଧ୍ୟ ଶରୀର ପାଇଁ ଜରୁରୀ ହୋଇଥାଏ । ଶରୀରରେ ଡିହାଇଡ୍ରେସନ୍ ହେବା ଯୋଗୁ ସ୍କିନ୍‌ ଡ୍ରାଏ ହୋଇଯାଏ । ପ୍ରାୟତଃ ଲୋକମାନେ ପାଣି କମ୍ ପିଇଥାନ୍ତି ଯେଉଁ କାରଣରୁ ସେମାନଙ୍କୁ ଡିହାଇଡ୍ରେସନ୍, ସ୍କିନ୍‌ ଡ୍ରାଏନେସ୍‌, ମୁଣ୍ଡବିନ୍ଧା, ସ୍କିନ୍‌ର କଲର ବଦଳିବା ଏବଂ ସ୍କିନ୍‌ ଫାଟିବା ଭଳି ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ସେଥିପାଇଁ ଆପଣ ଦିନସାରା ଅତି କମରେ ୪ ରୁ ୫ ଲିଟର ପାଣି ପିଇବା ଜରୁରୀ ।

ବଦହଜମି ସମସ୍ୟା : କିଛି ଲୋକ ହଠାତ୍ କୋଷ୍ଠକାଠିନ୍ୟ ଏବଂ ବଦହଜମି ଭଳି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ତେବେ ଏହାର ମୁଖ୍ୟ କାରଣ ହେଉଛି ଲୋକଙ୍କର ଖାଇବା ଅଭ୍ୟାସ । ଯଦି ଆପଣଙ୍କର ଅନେକ ସମୟ ଧରି ବଦହଜମି ସମସ୍ୟା ଅଛି ତେବେ ଆପଣଙ୍କୁ ନିଜ ପ୍ରତିଦିନ ଖାଦ୍ୟରେ ପରିବର୍ତ୍ତନ କରିବାର ଆବଶ୍ୟକତା ହୋଇଥାଏ । ଖାଦ୍ୟରେ ଫାଇବରର ଅଭାବ ହେତୁ ଏହି ପ୍ରକାର ସମସ୍ୟା ଦେଖାଯାଏ । ତେଣୁ ଆପଣଙ୍କ ଖାଦ୍ୟରେ ଫଳ ଏବଂ ପନିପରିବା ପରିମାଣକୁ ଯଥାସମ୍ଭବ ବଢାଇବା ଉଚିତ । ସେଥିପାଇଁ ଆପଣଙ୍କ ଖାଦ୍ୟରେ ଆପଲ୍, କାକୁଡି, କମଳା ଏବଂ ଗାଜର ଖାଇବା ଅତ୍ୟନ୍ତ ଭଲ ହୋଇଥାଏ ।

ସବୁବେଳେ ଥକା ଲାଗିବା : ଯଦି ଆପଣ ଅନେକ ଖାଦ୍ୟ ଖାଇବା ପରେ ମଧ୍ୟ କ୍ଳାନ୍ତ ଅନୁଭବ କରନ୍ତି, ତେବେ ଏହାର ମୁଖ୍ୟ କାରଣ ଆପଣଙ୍କ ଖାଦ୍ୟ ହୋଇପାରେ । ବାସ୍ତବରେ ଯେଉଁମାନେ ପ୍ରାୟତଃ ଫାଷ୍ଟଫୁଡ୍, ଜଙ୍କ ଫୁଡ୍ ଖାଉଛନ୍ତି, ସେମାନଙ୍କର ବ୍ଲଡ୍‌ ସୁଗାର ଲେବଲ ବଢିଯାଇଥାଏ । ତେବେ ଯେତେବେଳେ ବ୍ଲଡ୍‌ରେ ସୁଗାର ଲେବଲ କମିଯାଏ, ସେତେବେଳେ ଜଣେ ଅତ୍ୟଧିକ କ୍ଲାନ୍ତ ଅନୁଭବ କରିଥାଏ । ତେଣୁ ଏପରି ଖାଦ୍ୟ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ତେବେ ଏହି ସବୁ ଖାଦ୍ୟରେ ପର୍ଯ୍ୟାପ୍ତ ପରିମାଣର ପୋଷକ ତତ୍ତ୍ୱ ନଥାଏ, ଯେଉଁ କାରଣରୁ ଜଣେ କ୍ଳାନ୍ତ ଅନୁଭବ କରିଥାଏ । ତେଣୁ ଖାଦ୍ୟରେ ପୁଷ୍ଟିକର ପଦାର୍ଥ ଭଳି ଭରପୂର ଜିନିଷ ଅନ୍ତର୍ଭୂକ୍ତ କରନ୍ତୁ । ଏପରି ଭାବେ ଆପଣ ଏହି ସବୁ ସମସ୍ୟାରୁ ବଞ୍ଚିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.