କେବେ ଟ୍ରାଏ କରିଛନ୍ତି ଛତୁଆ ପରଟା ? ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ

ଗରମ ଦିନ ଆସିଗଲେ ଆମେ ବିଭିନ୍ନ ପ୍ରକାର ଥଣ୍ଡା ଜିନିଷ ଖାଇବାକୁ ଖୋଜିଥାଉ । ଆଉ ବିହାରରେ ଗରମ ଦିନ ଆସିଯିବା ମାତ୍ରେ ଛତୁଆ ଅଧିକ ବ୍ୟବହାର କରାଯାଏ। ଛତୁଆ ଶରୀରକୁ ଉର୍ଜା ଦେବା ସହିତ ଅଧିକ ସମୟ ପର୍ଯ୍ୟନ୍ତ ପେଟ ଫୁଲ୍‌ ରଖିଥାଏ। ତେଣୁ ଗରମ ଦିନ ଆସିଲେ ଏହାକୁ ଭିନ୍ନ ଭିନ୍ନ ଉପାୟରେ ବ୍ୟବହାର କରାଯାଏ। ଛତୁଆକୁ ଆପଣ ପାଣି ଏବଂ ଚିନି ମିଶାଇ ଖାଇଥିବେ ନିଶ୍ଚିତ। କିନ୍ତୁ ଆଜି ଆମେ ଯେଉଁ ରେସିପି ବିଷୟରେ କହିବୁ, ତାହା ହୁଏତ ଆପଣ କେବେ ବି ଟ୍ରାଏ କରିନଥିବେ।

ଛତୁଆ ହେଉଛି ପାରମ୍ପରିକ ଖାଦ୍ୟ। ଯାହାକୁ ଆପଣ ଚଟାପଟ ବନାଇ ଖାଇପାରିବେ। ଏହାର ସ୍ୱାଦ ବିଲକୁଲ୍‌ ଅଲଗା ଏବଂ ଟେଷ୍ଟି। ତେବେ ଜାଣନ୍ତୁ କେମିତି ତିଆରି କରିବେ ଛତୁଆ ପରଟା ।
ଆବଶ୍ୟକୀୟ ସାମଗ୍ରୀ : ଅଟା, ଛତୁଆ, ପିଆଜ, ରସୁଣ, ଅଦା ଛୋଟ କଟା ହୋଇଥିବା, ଜୁଆଣି, କଞ୍ଚାଲଙ୍କା, ଲେମ୍ବୁରସ, ଆମଚୁର, ଧନିଆପତ୍ର, ଘିଅ, ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମ ପରଟା ତିଆରି କରିବା ପାଇଁ ଅଟାକୁ ଚକଟି ରଖିଦିଅନ୍ତୁ। ଏହା ପରେ ଏକ ପାତ୍ରରେ ଛତୁଆ, ପିଆଜ, ରସୁଣ ପେଷ୍ଟ, ଅଦା ପେଷ୍ଟ, ଲେମ୍ବୁ ରସ, ଆଚୁର ପାଉଡର, ଧନିଆପତ୍ର, କଞ୍ଚା ଲଙ୍କା, ଜୁଆଣି ଏବଂ ଲୁଣ ଅଳ୍ପ ଟିକେ ପାଣି ଦେଇ ମିକ୍ସ କରିଦିଅନ୍ତୁ। ଏହା ପରେ ପରଟା ତିଆରି କରନ୍ତୁ।

ପ୍ରଥମେ ଅଟା ଚକଟା ନେଇ ଏହାକୁ ଆଳୁ ପରଟା ଭଳି ବେଲନ୍ତୁ, ଏହା ପରେ ଆପଣ ସେଥିରେ ଛତୁଆ ଚକଟା ନେଇ ଆଳୁ ପୁର ଦେଲା ଭରି ଅଟାରେ ଦେଇ ବେଲି ଦିଅନ୍ତୁ। ଏବେ ଏକ ନନଷ୍ଟିକ ପ୍ୟାନରେ ଟିକେ ତେଲ ପକାଇ ଏହାକୁ ସେକି ଦିଅନ୍ତୁ। ଦୁଇପାର୍ଶ୍ୱକୁ ଭଲ ଭାବେ ସେକିବା ପରେ ଦହି କିମ୍ବା ଟମାଟୋ ସସ୍‌ ଦେଇ ଖାଆନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.