ଶୋଇବା ପୂର୍ବରୁ ଅତ୍ୟଧିକ ଥଣ୍ଡା କିମ୍ବା ଗରମ ଲାଗୁଛି କି ? ଜାଣନ୍ତୁ କିପରି ଶରୀରର ତାପମାତ୍ରା ନିୟନ୍ତ୍ରଣ କରିବେ !

ଗୋଟିଏ ଅନୁସନ୍ଧାନରୁ ଜଣାପଡିଛି ଯେ ଶରୀର ଡିହାଇଡ୍ରେସନ୍ ହେତୁ ଶରୀରର ତାପମାତ୍ରା ବଦଳି ଥାଏ । ଏହା ସହ ଶରୀରରେ ପାଣିର ଅଭାବ ଶୋଇବାରେ ବାଧ୍ୟା ସୃଷ୍ଟି କରିଥାଏ ।

ଯଦି ଆପଣଙ୍କୁ ରାତିରେ ଭଲ ନିଦ ନଆସେ, ତେବେ ସକାଳୁ ଆପଣଙ୍କ ଚେହେରା ଶୁଖିଲା ଓ ଅସୁସ୍ଥ ଦେଖାଯାଇଥାଏ । ଘରେ କିମ୍ବା ଅଫିସରେ ଯେଉଁ ସ୍ଥାନରେ ମଧ୍ୟ ହେଉ, ଯଦି ଶୋଇବା ଅଭାବ ହୁଏ, ତାହେଲେ ଆପଣଙ୍କୁ ଦିନସାରା କ୍ଳାନ୍ତ ଅନୁଭବ ହୋଇଥାଏ । ଅଧିକ ସମୟ ପର୍ଯ୍ୟନ୍ତ ନିଦ ଅଭାବ ହେବା ମଧ୍ୟ ଗୋଟିଏ ବ୍ୟାକ୍ତିର ବିରକ୍ତିର କାରଣ ହୋଇଥାଏ । ବାରମ୍ବାର ନିଦ ଭାଙ୍ଗିବା କିମ୍ବା ରାତିରେ ଭଲ ନିଦ ନହେବା ପାଇଁ ଅନେକ କାରଣ ରହିଥାଇପାରେ । ରାତିରେ ଶୋଇବା ସମୟରେ କିଛି ଲୋକ ଅତ୍ୟଧିକ ଗରମ ଅନୁଭବ କରୁଥିବାବେଳେ କିଛି ଲୋକ ଥଣ୍ଡା ଲାଗିବା ହେତୁ ଶୋଇପାରନ୍ତି ନାହିଁ । ଏବେ ପ୍ରଶ୍ନ ଉଠିଛି ଯେ ରାତିରେ ହଠାତ୍ ଥଣ୍ଡା କିମ୍ବା ଗରମ ଅନୁଭବ କରିବାର କାରଣ କ’ଣ ହୋଇପାରେ ? ଗୋଟିଏ ଅନୁସନ୍ଧାନରୁ ଜଣାପଡିଛି ଯେ ଶରୀର ଡିହାଇଡ୍ରେସନ୍ ହେତୁ ଶରୀରର ତାପମାତ୍ରା ବଦଳି ଥାଏ । ଏହା ସହ ଶରୀରରେ ପାଣିର ଅଭାବ ଶୋଇବାରେ ବାଧ୍ୟା ସୃଷ୍ଟି କରିଥାଏ । ତେବେ ଆସନ୍ତୁ ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ କ’ଣ ପାଇଁ ଏପରି ହୋଇଥାଏ ଏବଂ ଏହାର କାରଣ କ‘ଣ ରହିଛି ।

ସୂଚନା ମୁତାବକ, ଶୋଇବା ପୂର୍ବରୁ ପାଣି ପିଇବା ଦ୍ୱାରା ଶରୀରର ତାପମାତ୍ରା ନିୟନ୍ତ୍ରଣ ହୋଇଥାଏ । ଏହା ଦ୍ୱାରା ପୂରା ଦିନ ଗୋଟିଏ ଲୋକ ହାଇଡ୍ରେଟ୍‌ ରହିଥାଏ । ସେହି ପରି ଯଦି ଆପଣଙ୍କ ଶରୀରରେ ପାଣିର ଅଭାବ ଅଛି ଏବଂ ଶରୀର ଡିହାଇଡ୍ରେସନ୍ ରହିଛି, ତେବେ ଏହି କାରଣରୁ ବ୍ୟକ୍ତିକୁ ଶୋଇବା ସମୟରେ ଅତ୍ୟଧିକ ଗରମ କିମ୍ବା ଥଣ୍ଡା ଅନୁଭବ ହୋଇଥାଏ । ଶୋଇବା ପୂର୍ବରୁ ପାଣି ପିଇବା ଦ୍ୱାରା ଶରୀରର ତାପମାତ୍ରା ସ୍ୱାଭାବିକ ରହିଥାଏ । ଏଥିପାଇଁ ଆପଣଙ୍କ ଶରୀରରେ ହଠାତ୍ ଅତ୍ୟଧିକ ଥଣ୍ଡା କିମ୍ବା ଗରମ ଅନୁଭବ ହେବ ନାହିଁ । ଏପରି ଭାବେ ଶୋଇବା ସମୟରେ ଶରୀର ହାଇଡ୍ରେଟ୍ ରହିଥାଏ, ତେବେ ଏହି କାରଣରୁ ଆପଣଙ୍କ ମୁଡ୍ ସୁଇଙ୍ଗ୍କୁ ମଧ୍ୟ କମ୍‌ ହୋଇଥାଏ । ଏହା ସହ ‘ନ୍ୟାସନାଲ୍ ଲାଇବ୍ରେରୀ ଅଫ୍ ମେଡିସିନ୍’ରେ ପ୍ରକାଶିତ ଏକ ଅନୁସନ୍ଧାନରେ କୁହାଯାଇଛି ଯେ ‘ ବ୍ୟାକ୍ତିର ପାଣି ପିଇବା ଅଭାବରୁ ମନୋବଳ ପରିବର୍ତ୍ତନ ହୋଇପାରେ ’।

ପାଣି ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିଥାଏ :
ରାତିରେ ଶୋଇବା ପୂର୍ବରୁ ଡକ୍ଟରମାନେ ମଧ୍ୟ ପାଣି ପିଇବା ପାଇଁ ପରାମର୍ଶ ଦିଅନ୍ତି । ଶୋଇବା ପୂର୍ବରୁ ପାଣି ଔଷଧ ଭଳି କାମ କରିଥାଏ । ଯଦି ଆପଣଙ୍କ ଘରର ତାପମାତ୍ରା ଅନୁଯାୟୀ ପାଣି ପିଇବେ, ତେବେ ଆପଣ ସକାଳେ ସମ୍ପୂର୍ଣ୍ଣ ସତେଜ ଅନୁଭବ କରିବେ । ରାତିରେ ପାଣି ପିଇବା ଦ୍ୱାରା ତ୍ୱଚାରେ ଚମକ ଆସିଥାଏ । ଏହା ଦ୍ୱାରା ଆପଣଙ୍କ ପେଟ ସଫା ହୋଇଥାଏ ଏବଂ ଆପଣ ଦିନସାରା ସତେଜ ଅନୁଭବ କରିବେ ।

ରାତିରେ ଶୋଇବା ପୂର୍ବରୁ କେଉଁ ପ୍ରକାରର ପାଣି ପିଇବା ଉଚିତ ?
ଆପଣଙ୍କ ମନରେ କେବେ ପ୍ରଶ୍ନ ଆସିଥିବ ଯେ ଶୋଇବା ପୂର୍ବରୁ କେଉଁ ପ୍ରକାରର ପାଣି ପିଇବା ଉଚିତ ? ଥଣ୍ଡା ପାଣି କିମ୍ବା ଗରମ ପାଣି କେଉଁ ପାଣି ଶରୀର ପାଇଁ ଭଲ ହୋଇଥାଏ । ଏହି ପାଣି ମଧ୍ୟରୁ କେଉଁ ପାଣି ପିଇବା ଦ୍ୱାରା ନିଦ ଭଲ ହୋଇଥାଏ । ଏହାସହ ଡକ୍ଟରମାନେ ମଧ୍ୟ ରାତିରେ ଉଷୁମ ପାଣି ପିଇବାକୁ ପରାମର୍ଶ ଦେଇଥାନ୍ତି । ଶୀତ ଦିନରେ ଆପଣଙ୍କୁ ଉଷୁମ ପାଣି ପିଇବା ଉଚିତ୍ । କିନ୍ତୁ ଅଧିକ ଗରମ ପାଣି ପିଇବେ ନାହିଁ । ଏହା ସହ ରାତିରେ ଥଣ୍ଡା ପାଣି ପିଇବା ଠାରୁ ଦୂରେଇ ରହିବା ଉଚିତ୍ । ଏହା ଦ୍ୱାରା ଆପଣଙ୍କୁ ଭଲ ନିଦ ହୋଇପାରେ । ଏଥିପାଇଁ ଆପଣଙ୍କ ପେଟ ଓ ଓଜନ ମଧ୍ୟ କମ୍‌ ହୋଇପାରେ । ଏପରି କି ସକାଳୁ ଉଠିବା ମାତ୍ରେ ତ୍ୱଚା ଉଜ୍ଜ୍ୱଳ ଏବଂ ସତେଜ ଦେଖାଯିବ ।

ରାତିରେ ଭଲ ନିଦ କିପରି ହେବ ?
ବର୍ତ୍ତମାନ ଲୋକମାନଙ୍କୁ ବହୁତ ନିଦ ସମସ୍ୟା ହେଉଛି । ଏହାର କାରଣ ଫୋନ୍‌, ଲାଇଫ୍‌ଷ୍ଟାଇଲ୍‌ ଏବଂ ଆପଣଙ୍କ ପ୍ରତିଦିନର ଖାଇବା ପିଇବା ହୋଇପାରେ । ଭଲ ନିଦ ପାଇଁ ଆପଣଙ୍କୁ ଠିକ୍‌ ସମୟରେ ଶୋଇବା ପାଇଁ ଚେଷ୍ଟା କରିବା ଉଚିତ୍‌ । ଯେତେବେଳେ ରାତିରେ ଶୋଇବା ପାଇଁ ଯିବେ, ସେହି ସମୟରେ ଆପଣ ଫୋନ୍‌, ଲ୍ୟାପ୍‌ଟପ୍‌ ଏବଂ ଟିଭି ଭଳି ଜିନିଷରୁ ଦୂରେଇ ରହିବା ଜରୁରୀ । ପ୍ରାୟତଃ ୧ ଘଣ୍ଟା ପୂର୍ବରୁ ଆପଣ ଏହି ସବୁ ଜିନିଷରୁ ଦୂରେଇ ରହିବା ଉଚିତ । ତେବେ ଫୋନ୍‌ ଚଲେଇବା ଅଭ୍ୟାସ ଆପଣଙ୍କ ନିଦର ଶତ୍ରୁ ହୋଇଥାଏ । ଏହା ବ୍ୟାତୀତ ରାତିରେ ଶୋଇବା ପୂର୍ବରୁ ଚା’, କଫି ଏବଂ କାଫିନ୍‌ ଭଳି ଜିନିଷ ସେବନ କରିବାରୁ ବଞ୍ଚିବା ଉଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.