ୟୁକ୍ରେନ୍ ଉପରେ ସବୁଠୁ ବଡ଼ ମିଲିଟାରୀ ଆଟାକ୍, ୧୫୮ଟି ଡ୍ରୋନ୍ ଓ ମିସାଇଲ୍ ମାଡ଼ କଲା ରୁଷ୍‌; ୧୨ ମୃତ

ୟୁକ୍ରେନ୍‌ ଉପରେ ଭୟଙ୍କର ବଦ୍‌ଲା। କ୍ରିମିଆରେ ୱାରସିପକୁ ଧ୍ୱଂସ କରିବାର ପ୍ରତିଶୋଧ ନେଇଛି ରୁଷ୍। ୟୁକ୍ରେନର ଚାରିଆଡ଼େ ବିକ୍ଷିପ୍ତ ଏୟାରଷ୍ଟ୍ରାଇକ୍ କରିଛି। ବର୍ଷିଛି ମିସାଇଲ୍ ଓ ରକେଟ୍। ଡ୍ରୋନରୁ ଆଖିବୁଜା ହମ୍‌ଲା କରିଛି ରୁଷ୍। ୟୁକ୍ରେନର ବିଭିନ୍ନ ସହରରେ ୧୫୮ଟି ଡ୍ରୋନ୍ ଓ ମିସାଇଲ୍ ମାଡ଼ କରିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି।

ୟୁକ୍ରେନ୍‌ ଉପରେ ଭୟଙ୍କର ବଦ୍‌ଲା। କ୍ରିମିଆରେ ୱାରସିପକୁ ଧ୍ୱଂସ କରିବାର ପ୍ରତିଶୋଧ ନେଇଛି ରୁଷ୍। ୟୁକ୍ରେନର ଚାରିଆଡ଼େ ବିକ୍ଷିପ୍ତ ଏୟାରଷ୍ଟ୍ରାଇକ୍ କରିଛି। ବର୍ଷିଛି ମିସାଇଲ୍ ଓ ରକେଟ୍। ଡ୍ରୋନରୁ ଆଖିବୁଜା ହମ୍‌ଲା କରିଛି ରୁଷ୍। ୟୁକ୍ରେନର ବିଭିନ୍ନ ସହରରେ ୧୫୮ଟି ଡ୍ରୋନ୍ ଓ ମିସାଇଲ୍ ମାଡ଼ କରିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ।

ପଶ୍ଚିମ ୟୁକ୍ରେନରେ ରାଜଧାନୀ କିଭ୍ ସମେତ ଲିଭ୍, ଦକ୍ଷିଣରେ ଓଡେଶା ଓ ଜାପୋରଝିଆ ଏବଂ ପୂର୍ବ ୟୁକ୍ରେନରେ ଖାରକିଭ୍ ଓ ନିପ୍ରୋରେ ଘନଘନ ଏୟାରଷ୍ଟ୍ରାଇକ୍ ହୋଇଛି। ୫୫ଟି କ୍ରୁଜ୍ ମିସାଇଲ୍, ୧୪ଟି ବାଲିଷ୍ଟିକ୍ ମିସାଇଲ୍ ଏବଂ ୧୪ଟି ଏରୋବାଲିଷ୍ଟିକ୍ ମିସାଇଲ୍ ସମେତ ଏକାଧିକ ଆଣ୍ଟି ରାଡାର ମିସାଇଲ୍ ବର୍ଷା କରିଛି ପୁଟିନ୍ ସେନା। ୟୁକ୍ରେନ୍ ଉପରେ ଏହା ସବୁଠୁ ବଡ଼ ମିଲିଟାରୀ ଆଟାକ୍ ବୋଲି କୁହାଯାଉଛି।

ୟୁକ୍ରେନ୍ ସେନା କହିଛି, ଏକାସଙ୍ଗେ ଏକାଧିକ ସ୍ଥାନକୁ ଟାର୍ଗେଟ୍ କରି ଆକ୍ରମଣ କରାଯିବା କେବେ ଦେଖି ନାହାନ୍ତି। ବିଭିନ୍ନ ଶିକ୍ଷାନୁଷ୍ଠାନ, ସପିଂ ମଲ୍, ବହୁତଳ ବିଲ୍ଡିଂ, ପାର୍କିଂ ସ୍ଥାନ, ବ୍ୟବସାୟିକ ଗୋଦାମ ଆଦି ସ୍ଥାନକୁ ଟାର୍ଗେଟ୍ କରି ଆକ୍ରମଣ କରିଛି ରୁଷ୍ ସେନା। ସବୁ ପ୍ରକାର ଅସ୍ତ୍ରଶସ୍ତ୍ର ବ୍ୟବହାର କରିଛି।

ସେପଟେ ୧୫୮ରୁ ୧୧୪ଟି ଡ୍ରୋନ୍ ଓ ମିସାଇଲକୁ ମାରି ଖସାଇଥିବା ଦାବି କରିଛି ୟୁକ୍ରେନ୍। ନିକଟରେ ଅଧିକୃତ କ୍ରିମିଆରେ ରୁଷର ୱାରସିପକୁ ଧ୍ୱଂସ କରିଥିଲା ଜେଲେନ୍‌ସ୍କି ବାହିନୀ, ଯାହାର ଭୟଙ୍କର ପ୍ରତିଶୋଧ ନେଇଛନ୍ତି ପୁଟିନ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.