ଏୟାର ଇଣ୍ଡିଆ ପରେ ଏବେ ଇଣ୍ଡିଗୋରେ ଚର୍ଚ୍ଚା : ମଦ ପିଇ ୨ ଯାତ୍ରୀ କରିଥିଲେ ହଙ୍ଗାମା, ବାନ୍ଧିଲା ପୋଲିସ

ଗତ କିଛିଦିନ ହେଲାଣି ବିମାନରେ କିଛି ନା କିଛି ଘଟଣା ଘଟୁଛି । ଏୟାର ଇଣ୍ଡିଆ ବିମାନ ବିବାଦ ପରେ ଏବେ ଇଣ୍ଡିଗୋ ବିମାନରେ ବିବାଦ ସାମ୍ନାକୁ ଆସିଛି। ଦୁଇଯାତ୍ରୀ ବିମାନରେ ମଦ ପିଇ ହଙ୍ଗାମା କରିଥିବା ଅଭିଯୋଗ ହୋଇଛି । ଇଣ୍ଡିିଗୋ ଫ୍ଲାଇଟରେ ମଦ ପିଇ ବନ୍ଧା ହେଲେ ୨ ଯାତ୍ରୀ । ୨ ଜଣ ଯାତ୍ରୀ ମଦ ପିଇ ଫ୍ଲାଇଟରେ ହଙ୍ଗାମା କରିଥିଲେ । ଦିଲ୍ଲୀରୁ ପାଟନା ଯାଉଥିବା ଇଣ୍ଡିଗୋ ଫ୍ଲାଇଟରେ ଦୁଇ ଜଣ ମଦ ପିଇବା ସହ ମଦ ନେଉଥିବା ଅଭଯୋଗ କରିଥିଲେ ଇଣ୍ଡିଗୋ ମ୍ୟାନେଜର । ଦିଲ୍ଲୀରୁ ୩ ଜଣ ଲୋକ ମଦ ପିଇ ଫ୍ଲାଇଟରେ ଯାତ୍ରା କରିଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ଏୟାର ହୋଷ୍ଟେସ ଓ ପାଇଲଟଙ୍କ ସହ ଝଗଡା କରିଥିଲେ । CISFର ସହାୟତାରେ ୨ଜଣଙ୍କୁ ଗିରଫ କରିଛି ପାଟନା ଏୟାରପୋର୍ଟ ପୋଲିସ।

ସୂଚନାଯୋଗ୍ୟ, ବିମାନ ନଂ 6E-6383 ରେ ଦୁଇ ଜଣ ବିଦେଶୀ ନାଗରିକ ମଦ ପିଇ ଏୟାର ହଷ୍ଟେସଙ୍କ ସହିତ ଝଗଡା କରିଥିଲେ । କ୍ରୁ ମେମ୍ବରଙ୍କ ସହିତଅସଦାଚରଣ ମଧ୍ୟ କରିଥିଲେ । ତାଙ୍କୁ ଗିରଫ କରାଯାଇ ଏବେ ଅଦାଲତରେ ହାଜର କରାଯିବ । ୫ ଜାନୁଆରୀରେ ଗୋଆ ମୁମ୍ବାଇ ବିମାନରେ କ୍ରୁ ମେମ୍ବର ସହିତ ଅସଦାଚରଣ କରୁଥିବା ମାମଲା ସାମ୍ନାକୁ ଆସିଥିଲା । ଏହି ଘଟଣାରେ ଦୁଇ ବିଦେଶୀ ନାଗରିକ ଗୋଆରେ ବିମାନରୁ ଓହ୍ଲାଇ ସୁରକ୍ଷାକର୍ମୀଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହାପରେ ଏୟାରଲାଇନ ଏହି ମାମଲାରେ ଡିଜିସିଏକୁ ସୂଚନା ଦେଇଥିଲେ ।

ଏହାପୂର୍ବରୁ ୨୬ ନଭେମ୍ବରରେ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ବିମାନରେ କିଛି ଘଟଣା ଦେଖିବାକୁ ମିଳିଥିଲା।  ଆମେରିକାରୁ ବିମାନରେ ଦିଲ୍ଲୀ ଆସିବା ବେଳେ ଶଙ୍କର ମିଶ୍ରା ନାମକ ଜଣେ ବ୍ୟକ୍ତି ମଦ ନିଶାରେ ଜଣେ ୭୦ ବର୍ଷୀୟ ବୃଦ୍ଧାଙ୍କ ଉପରେ ପରିସ୍ରା କରି ଦେଇଥିଲେ। ଶଙ୍କର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ହୋଇଥିବା ବେଳେ ବିମାନ ଭିତରେ ତାଙ୍କର ଏପରି କାଣ୍ଡ ପୂରା ଦେଶରେ ହଇଚଇ ସୃଷ୍ଟି କରିଥିଲା। ଶଙ୍କର ମଲ୍ଟିନ୍ୟାସନାଲ କମ୍ପାନୀ ୱେଲ୍ସ ଫାରଗୋରେ କାମ କରୁଥିଲେ। ହେଲେ ବିମାନ ଯାତ୍ରା ବେଳେ ସେ ଜଣେ ମହିଳାଙ୍କ ଉପରେ ପରିସ୍ରା କରି ଦେବାରୁ ତାଙ୍କୁ କମ୍ପାନୀ ଚାକିରିରୁ ବରଖାସ୍ତ କରିଥିଲା। ଏୟାର ଇଣ୍ଡିଆ ବିମାନରେ ଜଣେ ବୃଦ୍ଧା ମହିଳାଙ୍କ ଉପରେ ପରିସ୍ରା କରିଥିବା ବ୍ୟକ୍ତି ଶଙ୍କର ମିଶ୍ରାଙ୍କୁ ବେଙ୍ଗାଲୁରୁରୁ ଗିରଫ କରିଥିଲା ଦିଲ୍ଲୀ ପୋଲିସ ।

ଏ ସମ୍ପର୍କରେ ମହିଳା ଯାତ୍ରୀ ଜଣଙ୍କ ଏୟାର ଇଣ୍ଡିଆର କର୍ମଚାରୀଙ୍କୁ ଜଣାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ନ ନେବାରୁ ସେ ଏୟାର ଇଣ୍ଡିଆର ଅଧ୍ୟକ୍ଷ ଏନ ଚନ୍ଦ୍ରଶେଖରନଙ୍କୁ ଚିଠି ଲେଖି ଜଣାଇଥିଲେ । ଚିଠି ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା। ଏହାକୁ ନେଇ DGCA ମଧ୍ୟ ଏୟାର ଇଣ୍ଡିଆକୁ ଜବାବ ମାଗିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.