୪ ବର୍ଷର ନାବାଳକ, ୮ମାସର ଗର୍ଭବତୀ ମା’ ଉପରେ ଚଲାଇଲା ଗୁଳି

ଓ୍ଵାଶିଂଟନ୍ : ଅପରାଧ ତାହାର ସମସ୍ତ ଚରମସୀମା ଟପିବାରେ ଲାଗିଛି। ଠିକ୍ ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ଆମେରିକା ୱାଶିଂଟନର ଷ୍ଟେଟ୍ ଆପାର୍ଟମେଣ୍ଟରେ। ଜଣେ ୪ ବର୍ଷର ନାବାଳକ ଖଟ ତଳୁ ଗୁଳିଭରା ପିସ୍ତଲ ପାଇ ନିଜର ଗର୍ଭବତୀ ମାଙ୍କ ମୁହଁରେ ଗୁଳି ମାରିଥିଲା।

ସୂଚନା ଅନୁଯାୟୀ, ଶନିବାର ଦିନ ୨୭ ବର୍ଷୀୟ ମହିଳା ଏବଂ ତାଙ୍କ ପ୍ରେମିକଙ୍କ ସହ ଘରେ ସ୍ବାମୀ ନଥିବା ବେଳେ ଟେଲିଭିଜନ୍ ଦେଖୁଥିଲେ। ସେହି ସମୟରେ ତାଙ୍କ ପୁଅ ଖଟର ଗଦି ତଳୁ ଏକ ଗୁଳିଭରା ପିସ୍ତଲ ପାଇଥିଲା। ସେହି ସମୟରେ ପିଲାଟି କିଛି ନଭାବି ମାଆଙ୍କ ମୁହଁକୁ ସିଧାସଳଖ ଗୁଳି ମାରିଦେଲା। ଫଳରେ ଘଟଣାସ୍ଥଳରେ ଅଚେତ ପଡ଼ିଯାଇଥିଲେ ମହିଳା।

gun

ଆଠମାସ ଗର୍ଭ ଥିବା ସେ ମହିଳାଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଡାକ୍ତରଖାନାକୁ ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟରେ ସାମାନ୍ୟ ଉନ୍ନତି ଦେଖା ଦେବା ପରେ ସେଠାରୁ ରବିବାର ଦିନ ଅନ୍ୟ ଏକ ଡାକ୍ତରଖାନାକୁ ନିଆଯାଇଥିଲା। ମହିଳା ଏବେ ଗମ୍ଭୀର ଅବସ୍ଥାରେ ଚିକିତ୍ସାରତ ହେଉଛନ୍ତି।  ସୂଚନା ଅନୁଯାୟୀ, ପିସ୍ତଲଟି ଚୋରା ବା ଅଣପଞ୍ଜିକୃତ ରହି ନଥିଲା। ଏହାକୁ ଆତ୍ମରକ୍ଷା ପାଇଁ ଘରେ ରଖାଯାଇଥିଲା। ତେବେ ଘଟଣାର ଏବେ ତଦନ୍ତ ଚାଲିଥିବା ବେଳେ ଏନେଇ ପୋଲିସ ଏକ ମାମଲା ରୁଜୁ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.