ଦାନ୍ତ ଯନ୍ତ୍ରଣା ନେଇ ଯାଇଥିଲେ କ୍ଲିନିକ୍‌; ୱେଟିଂ ହଲରେ ବସି ଖବରକାଗଜ ପଢ଼ିବା ସମୟରେ ହଠାତ୍‌ ଆସିଲା ହାର୍ଟ ଆଟାକ୍‌! ଦେଖନ୍ତୁ ଭିଡିଓ

ରାଜସ୍ଥାନର ବାଡ଼ମେରରେ ଖବରକାଗଜ ପଢ଼ୁଥିବା ସମୟରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ମୃତକଙ୍କ ନାମ ଦିଲୀପ କୁମାର, ସେ କପଡ଼ା ବ୍ୟବସାୟ କରୁଥିଲେ।

ଖବରରୁ ଜଣାପଡ଼ିଛି ଯେ ନଭେମ୍ବର ୫ରେ ଦିଲୀପ ବାଡ଼ମେରର ଏକ କ୍ଲିନିକରେ ପହଞ୍ଚିଥିଲେ। ସେଠାରେ ରିସେପ୍ସନ୍ ପାଖରେ ବସି ସେ ଖବରକାଗଜ ପଢ଼ୁଥିଲେ। ହଠାତ୍‌ କିଛି ସମୟ ପରେ ସେ ଅସୁସ୍ଥ ହୋଇପଡ଼ିଥିଲେ ଏବଂ ସେହିଠାରେ ହିଁ ସେ ତଳେ ପଡ଼ି ଯାଇଥିଲେ। ଏହା ଦେଖି କ୍ଲିନିକରେ ଏକ ପ୍ରକାର ଭୟର ବାତାବରଣ ଖେଳିଯାଇଥିଲା। ସେଠାରେ ଉପସ୍ଥିତ ଲୋକମାନେ ଦିଲୀପଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରିଥିଲେ। ସେମାନେ ତାଙ୍କୁ ତୁରନ୍ତ ନିକଟସ୍ଥ ସରକାରୀ ଡାକ୍ତରଖାନା ନେଇଯାଇଥିଲେ। ହେଲେ ସେଠାରେ ଡାକ୍ତରମାନେ ଦିଲୀପଙ୍କୁ ମୃତ ଘୋଷଣା କରିଥିଲେ। ପରେ ଏହି ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଥିଲା, ଯାହାକି ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ରିପୋର୍ଟ ମୁତାବକ, ବାଡ଼ମେରର ପଚପଦରା ଅଞ୍ଚଳର ନିବାସୀ ଦିଲୀପ କୁମାର ଦୀର୍ଘ ବର୍ଷ ଧରି ସୁରଟରେ କପଡା ବ୍ୟବସାୟ କରୁଥିଲେ। କିଛି ଦିନ ତଳେ ସେ ଏକ ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ବାଡ଼ମେର ଆସିଥିଲେ। ୫ ନଭେମ୍ବରରେ ତାଙ୍କୁ ଦାନ୍ତରେ ଯନ୍ତ୍ରଣା ଅନୁଭବ ହେବାରୁ ସେ ଚିକିତ୍ସା ପାଇଁ କ୍ଲିନିକରେ ପହଞ୍ଚିଥିଲେ। ୱେଟିଂ ହଲରେ ବସି ସେ ଖବରକାଗଜ ପଢ଼ୁଥିବା ସମୟରେ ହଠାତ୍‌ ବେହୋଶ୍‌ ହୋଇ ତଳେ ପଡ଼ିଯାଇଥିଲେ।

ଦିଲୀପଙ୍କ ଭାଇ ମହେନ୍ଦ୍ର କହିଛନ୍ତି କି, ବାଡ଼ମେର ଆସିବା ସମୟରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ। ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ମହେନ୍ଦ୍ରଙ୍କ ମୁତାବକ, ତାଙ୍କ ଭାଇଙ୍କୁ ସାମାନ୍ୟ ହୃଦଘାତ ଆସିଥିଲା। ତେବେ ଏହି ସମୟର ଭିଡିଓ ଦେଖିବା ପରେ ଲୋକମାନଙ୍କ କହିବା ହେଲା, କରୋନା ସଙ୍କଟ ବେଳେ ଅସୁସ୍ଥ ହୋଇପଡିଥିବା ଲୋକଙ୍କ ସହ ପରେ ଏହିପରି ଘଟଣା ଘଟୁଛି, ଯାହାକୁ ନେଇ ଗବେଷଣାର ଆବଶ୍ୟକ ରହିଛି। ଯଦିଓ ଏହା ସ୍ପଷ୍ଟ ହୋଇନି ଯେ ଯେ ଦିଲୀପଙ୍କୁ ପୂର୍ବରୁ କରୋନା ହୋଇଥିଲା କି ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.