ବଢ଼ିଲା NEET ୨୦୨୧ ପାଇଁ ଆବେଦନର ଶେଷ ତାରିଖ, ଏବେ ଏହି ଦିନ ଯାଏଁ କରିପାରିବେ ଆପ୍ଲାଏ

ବଢ଼ିଲା NEET ୨୦୨୧ ପଞ୍ଜିକରଣର ଶେଷ ତାରିଖ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(NTA) ନିଟ୍‌ ୨୦୨୧ର ପଞ୍ଜିକରଣ ତାରିଖ ବୃଦ୍ଧି କରିଛି। ଏବେ ନ୍ୟାସନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ ପାଇଁ ଆବେଦନ କରିବାର ଶେଷ ତାରିଖ ୧୦ ଅଗଷ୍ଟ, ୨୦୨୧ ସନ୍ଧ୍ୟା ୫ଟା ଯାଏଁ ବଢ଼ାଇ ଦିଆଯାଇଛି। ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ NTA NEETର ଅଫିସିଆଲ ୱେବ୍‌ସାଇଟ୍‌()କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ।

ଆବେଦନ ଶୁଳ୍କ ୧୦ ଅଗଷ୍ଟ ରାତି ୧୧.୫୦ ମଧ୍ୟରେ ପୈଠ କରିପାରିବେ। ଅନ୍ୟ ପାଠ୍ୟକ୍ରମ ସହ ବିଏସ୍‌ସି(ଅନର୍ସ) ନର୍ସିଂ କୋର୍ସରେ ପ୍ରବେଶ ପାଇଁ ଆବେଦନ କରିବାକୁ ଇଚ୍ଛୁକ ପ୍ରାର୍ଥୀ ମଧ୍ୟ ଶେଷ ତାରିଖ ଯାଏଁ ଆବେଦନ କରିପାରିବେ।

ଅଫିସିଆଲ ନୋଟିସ୍‌ ମୁତାବକ, କରେକ୍ସନ୍‌ ଓ୍ଵିଣ୍ଡୋ ୧୧ ଅଗଷ୍ଟରୁ ୧୪ ଅଗଷ୍ଟ, ୨୦୨୧ ପର୍ଯ୍ୟନ୍ତ ଖୋଲାଯିବ। ଫଳରେ ଇଚ୍ଛୁକ ପ୍ରାର୍ଥୀ ନିଜ ଅନ୍‌ଲାଇନ୍‌ ଆବେଦନ ଫର୍ମରେ ପରୀକ୍ଷା କେନ୍ଦ୍ରରେ ପରିବର୍ତ୍ତନ କରିପାରିବେ। ଛାତ୍ରଛାତ୍ରୀ ଚାହିଁଲେ ନିଜ ପସନ୍ଦର ପରୀକ୍ଷା କେନ୍ଦ୍ର ଦୁବାଇ ବି ଚୟନ କରିପାରିବେ।

ସାରା ଦେଶରେ ବିଭିନ୍ନ ମେଡିକାଲ ପାଠ୍ୟକ୍ରମରେ ପ୍ରବେଶ ପାଇଁ NTA NEET 2021ର ଆୟୋଜନ ୧୨ ସେପ୍ଟେମ୍ବର,୨୦୨୧କୁ ପେନ୍‌ ଓ ପେପର ମୋଡ୍‌ରେ ୧୩ଟି ଭାଷାରେ କରାଯିବ। ଏହି ଭାଷାଗୁଡ଼ିକ ହେଉଛି ଇଂରାଜୀ, ହିନ୍ଦୀ, ଅସାମିଆ, ବଙ୍ଗାଳୀ, ଗୁଜରାଟୀ, କନ୍ନଡ଼, ମଲାୟାଲମ୍‌, ମରାଠୀ, ଓଡ଼ିଆ, ପଞ୍ଜାବୀ, ତାମିଲ,ତେଲୁଗୁ ଓ ଉର୍ଦ୍ଦୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.