ଛାତ୍ର ସଂଗଠନ ପକ୍ଷରୁ ଆଜି ବିହାର ବନ୍ଦ ଡ଼ାକରା: RRB,NTPC ପରୀକ୍ଷାକୁ ନେଇ ଛାତ୍ରଙ୍କ ପ୍ରଦର୍ଶନ ଜାରି

ବିହାର : ଆଜି ବିହାର ବନ୍ଦ । ଛାତ୍ର ସଂଗଠନ ପକ୍ଷରୁ ବିହାର ବନ୍ଦ ଡ଼ାକରା RRB,NTPC ପରୀକ୍ଷାକୁ ନେଇ ଛାତ୍ରଙ୍କ ପ୍ରଦର୍ଶନ ଜାରି ରହିଛି। ଆଜି ବିହାର ବନ୍ଦ ଡାକରା ଦେଇଛନ୍ତି ଛାତ୍ର। ବହୁ ରାଜନୈତିକ ଦଳ ଏହାକୁ ସମର୍ଥନ କରୁଛନ୍ତି। ବିହାର ଓ ଉତ୍ତର ପ୍ରଦେଶ ସମେତ ଅନ୍ୟ ରାଜ୍ୟରେ ମଧ୍ୟ ଚୟନ ପ୍ରକ୍ରିୟାକୁ ନେଇ ବିରୋଧ-ପ୍ରଦର୍ଶନ ଜାରି ରହିଛି ।

ଆରଆରବି ତରଫରୁ NTPC CBT-2 ଓ ଗ୍ରୁପ ଡି CBT-1 ପରୀକ୍ଷାରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ବିରୋଧ ପ୍ରଦର୍ଶନ କରୁଛନ୍ତି ଛାତ୍ର। ଆଜି ବିହାରକୁ ବନ୍ଦ ରଖିବା ପାଇଁ ଛାତ୍ରମାନେ ଘୋଷଣା କରିଥିବା ବେଳେ ଉତ୍ତର ପ୍ରଦେଶରେ ମଧ୍ୟ ଆଲର୍ଟ ଜାରି କରାଯାଇଛି । ବିହାରରେ ଗତ ୫ ଦିନ ହେବ ଭିନ୍ନ ଭିନ୍ନ ସ୍ଥାନରେ ଟ୍ରେନ୍‌ ରୋକ କରାଯାଇଛି । ଛାତ୍ରମାନେ ରେଳଧାରଣାରେ ଟ୍ରେନ୍‌ ଅଟକାଇବା ସହ ଟ୍ରେନରେ ନିଆଁ ଲଗାଇଦେଇଥିଲେ । ଏହାରି ଭିତରେ ଚର୍ଚ୍ଚିତ ଖାନ୍‌ ସାରଙ୍କ ସମେତ ଏକାଧିକ ସଂସ୍ଥାର ମାଲିକ ଓ ୪୦୦ରୁ ଅଧିକ ଲୋକଙ୍କ ବିରୋଧରେ ପାଟନାରେ ମାମଲା ରୁଜୁ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.