ଆଜି ପଞ୍ଚଭୂତରେ ବିଲୀନ ହେବେ ସିଡିଏସ୍ ବିପିନ ରାଓ୍ଵତ, ଅନ୍ତିମ ଦର୍ଶନ ପରେ ଦିଲ୍ଲୀ କ୍ୟାଣ୍ଟ ବରାଡ଼ ସ୍କୋୟାରରେ ହେବ ଶେଷକୃତ୍ୟ

ନୂଆଦିଲ୍ଲୀ: ଆଜି ପଞ୍ଚଭୂତରେ ବିଲୀନ ହେବେ ସିଡିଏସ ବିପିନ ରାଓ୍ଵତ । ବିପିନ ରାଓ୍ଵତଙ୍କ ପାର୍ଥିବ ଶରୀର ପୂରା ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ କରାଯିବ । ଏହାପୂର୍ବରୁ ସାଧାରଣ ଲୋକଙ୍କ ଅନ୍ତିମ ଦର୍ଶନ ପାଇଁ ମରଶରୀରକୁ ରାଓ୍ଵତଙ୍କ ବାସଭବନରେ ରଖାଯିବ । ଆଜି କାରଜ ମାର୍ଗସ୍ଥିତ ବାସଭବନରେ ସକାଳ ୧୧ଟାରୁ ସାଧାରଣ ଜନତା ଅନ୍ତିମ ଦର୍ଶନ କରିବେ ।

ଏହା ପରେ ସେନା ଅଧିକାରୀ ୧୨ଟା ୩୦ରୁ ଗୋଟାଏ ୩୦ ଯାଏ ସିଡିଏସ ରାଓ୍ଵତଙ୍କ ଅନ୍ତିମ ଦର୍ଶନ କରିପାରିବେ । ଅନ୍ତିମ ଦର୍ଶନ ପରେ ଦିଲ୍ଲୀ କ୍ୟାଣ୍ଟ ବରାଡ଼ ସ୍କୋୟାରରେ ସିଡିଏସ ରାଓ୍ଵତଙ୍କ ଅନ୍ତିମ ସଂସ୍କାର କରାଯିବ । ଦୁର୍ଘଟଣାରେ ଆହତ ଥିବା ବାୟୁସେନା ଗ୍ରୁପ କ୍ୟାପଟେନ ବରୁଣ ସିଂଙ୍କ ଉନ୍ନତ ଚିକିତ୍ସା ପାଇଁ ବେଙ୍ଗାଲୁରୁ ସ୍ଥାନାନ୍ତର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.