ଆଡଲ୍ଟ ସାଇଟ୍‌ରେ ମହିଳା ପୋଲିସ ଅଧିକାରୀଙ୍କ ଗଦା ଗଦା ଅଶ୍ଳୀଳ ଫଟୋ; ମୁଣ୍ଡ ଲାଜରେ ନଇଁ ଯିବାରୁ ଟଙ୍କା ଦେଇ ବିଭାଗ କରି ଦେଲା ବହିଷ୍କାର!

ଜଣେ ପୋଲିସ କର୍ମଚାରୀର ନିଜସ୍ୱ ମର୍ଯ୍ୟାଦା, ସମ୍ମାନ ରହିଛି। କିନ୍ତୁ ଏଠି ଜଣେ ମହିଳା ପୋଲିସ ଅଧିକାରୀ ସବୁ ନୈତିକତା ଉଲ୍ଲଂଘନ କରି ଦେଇଛନ୍ତି, ଯାହାଫଳରେ କି, ସେ ପ୍ରଶ୍ନ ଘେରକୁ ଚାଲି ଆସିଛନ୍ତି। ୨୮ ବର୍ଷ ଧରି ଯିଏ କେବେ କାହାକୁ ଅଭିଯୋଗ କରିବାକୁ ଟିକିଏ ବି ସୁଯୋଗ ଦେଇ ନ ଥିଲେ, ସେହି ଅଧିକାରୀ ହଠାତ୍ ସବୁ କିଛି ଭୁଲି ଲଜ୍ଜାଜନକ କାର୍ଯ୍ୟରେ କାହିଁକି ପ୍ରବେଶ କଲେ? ତେବେ ଏହି ପ୍ରଶ୍ନର ଉତ୍ତର ଅତି ଆଶ୍ଚର୍ଯ୍ୟଜନକ ରହିଛି।

କଲୋରାଡୋରେ ରହୁଥିବା ପୋଲିସ ଅଧିକାରୀ ମେଲିସା ୱିଲିୟମ୍ ଯେତେବେଳେ ଏକ ଆଡଲ୍ଟ ସାଇଟ୍‌ରେ ଅଶ୍ଳୀଳତା ଦେଖାଉ ଥିବାର ନଜର ଆସିଲେ, ତ ଖବର ବିଜୁଳି ବେଗରେ ବ୍ୟାପି ଯାଇଥିଲା। ସବୁଠି ଅଶାନ୍ତି ଦେଖା ଦେଇଥିଲା। ତାଙ୍କୁ ବିଭାଗ ତରଫରୁ ନୋଟିସ୍‌ ପଠାଯାଇ ତୁରନ୍ତ ଏହାର ଉତ୍ତର ରଖିବାକୁ କୁହାଯାଇଥିଲା। ତାଙ୍କୁ ପୋଲିସ ଚାକିରି ଛାଡିବାକୁ ମଧ୍ୟ ଚାପ ପକାଯାଇଥିଲା, ଯାହା ପରେ ମେଲିସା ନିଜ ବିଭାଗ ବିରୋଧରେ ଅଭିଯୋଗ ଆଣି କହିଥିଲେ ଯେ ତାଙ୍କୁ ଶୋଷଣ କରାଯିବାକୁ ଚେଷ୍ଟା କରାଯାଉଛି। ମେଲିସା ଆଡଲ୍ଟ କଣ୍ଟେଣ୍ଟ ବିକ୍ରି କରୁଥିବା ଏକ ସାଇଟରେ ନିଜର ପେଜ୍‌ ତିଆରି କରିଥିଲେ, ଯେଉଁଥିରେ ସେ ଅଶ୍ଳୀଳ ଫଟୋ ଏବଂ ଭିଡିଓ ସେୟାର କରୁଥିଲେ। ଆଉ ଏହା ପରେ ତାଙ୍କୁ ପୋଲିସ ଚାକିରି ହରାଇବାକୁ ପଡ଼ିଥିଲା।

ଚିନ୍ତା ଏବଂ ଚାପ ଯୋଗୁ ଆଡଲ୍ଟ ମଡେଲ ହୋଇଛନ୍ତି

ମେଲିସା ୱିଲିୟମଙ୍କର କିଛି ଜୁନିୟର ଏବଂ ସିନିୟର ସାଥୀ ଯେତେବେଳେ ତାଙ୍କ ପେଜ୍‌କୁ ଯାଇ ତାଙ୍କର ଅଶ୍ଳୀଳ ଫଟୋ ସବୁ ଦେଖିଲେ, ତ ତାଙ୍କୁ ଏହି ପଦ ଛାଡିବାକୁ ଚାପ ପକାଇଥିଲେ। ମେଲିସାଙ୍କ କହିବା ହେଲା ଯେ ତାଙ୍କୁ ଚାକିରି ଛାଡ଼ିବାକୁ ବାଧ୍ୟ କରାଯାଇଥିଲା। ତାଙ୍କ ସାଥୀମାନେ ଆଡଲ୍ଟ ସାଇଟ୍‌ରେ ଫଟୋ ଦେଖି ତାଙ୍କଠାରୁ ଏହା ଆଶା କରୁଥିଲେ ଯେ ସେ ସମାନ ଢଙ୍ଗରେ ହିଁ ସମସ୍ତଙ୍କ ସାମ୍ନାରେ ଅଙ୍ଗ ପ୍ରଦର୍ଶନ କରିବେ। ମେଲିସା କହିଥିଲେ, ତାଙ୍କୁ ତାଙ୍କ ୨୮ ବର୍ଷର ଚାକିରିରୁ ବରଖାସ୍ତ କରି ଦିଆଯାଇଥିଲା। ମେଲିସା ଏହା ମଧ୍ୟ କହିଛନ୍ତି, ପୋଲିସ ଚାକିରିରେ ଏତେ ଚାପ ଏବଂ ବିପଦ ରହିଛି ଯେ ଯାହାକୁ ସେ ବର୍ଷ ବର୍ଷ ଧରି ସାମ୍ନା କରି ଆସୁଥିଲେ। ଏମିତିରେ ନିଜ ଚିନ୍ତା ଏବଂ ଥକ୍କାପଣକୁ ଦୂର କରିବା ପାଇଁ ସେ ଏକ ଆଡଲ୍ଟ ପେଜ୍‌ର ସାହାରା ନେଇଥିଲେ। ତାଙ୍କ ସହକର୍ମୀମାନେ ତାଙ୍କ ପ୍ରତି ଯେପରି ବ୍ୟବହାର କରୁଥିଲେ, ତାହା ଦେଖିବା ପରେ ସେ ଅନୁଭବ କରିଥିଲେ ଯେ ଚାକିରି ଛାଡି ଆଗକୁ ବଢ଼ିବା ହିଁ ଭଲ। ମେଲିସା ବର୍ତ୍ତମାନ ଜଣେ ଆଡଲ୍ଟ ମଡେଲ ଭାବେ ଜୀବନ ଅତିବାହିତ କରୁଛନ୍ତି ଏବଂ ନିଜ କାର୍ଯ୍ୟରେ ଖୁସି ଅଛନ୍ତି।

ପୋଲିସ ବିଭାଗର ଛବି ଖରାପ ହେଉଥିବାର ଦେଖି ଅଧିକାରୀମାନେ ମେଲିସାଙ୍କୁ ଚାକିରି ଛାଡ଼ିବା ପାଇଁ ୨୩ ଲକ୍ଷରୁ ଅଧିକ ଟଙ୍କା ଦେଇଥିଲେ। ଦୁଇ ସନ୍ତାନର ମା’ ୪୬ ବର୍ଷୀୟା ମେଲିସା ୨୮ ବର୍ଷ ଧରି ପୋଲିସ ଚାକିରିରେ ଥିଲେ। ତାଙ୍କ କ୍ୟାରିୟର ନିର୍ମଳ ଥିଲା। କିନ୍ତୁ ହଠାତ୍‌ ସେ ଆଡଲ୍ଟ ସାଇଟ୍‌କୁ ଓହ୍ଲାଇଥିଲେ। ମେଲିସା ୱିଲିୟମ ମେ’ ୨୦୨୦ରେ ନିଜର ଆକାଉଣ୍ଟ ଆଡଲ୍ଟ ସାଇଟରେ ଖୋଲିଥିଲେ। ତାଙ୍କ କହିବା ମୁତାବକ, ସେ ତାଙ୍କ ସ୍ୱାମୀଙ୍କ ସହ ମିଶି ଆଡଲ୍ଟ ସାଇଟରେ ନିଜର ଅଶ୍ଳୀଳ ଫଟୋ ପୋଷ୍ଟ କରି ଥାଆନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.