ଦିଲ୍ଲୀ ପୋଲିସର ଦାଦାଗିରି, ବିଚ୍ ରାସ୍ତାରେ ଅଟୋ ଚାଳକଙ୍କୁ ଲାଠିରେ ପିଟିଲେ

ଦିଲ୍ଲୀ ପୋଲିସର ଦାଦାଗିରି । ବିଚ୍ ରାସ୍ତାରେ ଅଟୋ ଚାଳକଙ୍କୁ ଲାଠିରେ ପିଟିଲେ । ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ହେଉଛି ଭାଇରାଲ୍ । ଭିଡିଓରେ ଦେଖିବାକୁ ମିଳିଛି ଦିଲ୍ଲୀ ପୋଲିସର ଜଣେ ଅଫିସରଙ୍କ ସହ ଉକ୍ତ ଅଟୋ ଡ୍ରାଇଭରଙ୍କ କୌଣସି କଥାରେ ଯୁକ୍ତି ହୋଇଥିଲା । ଏହା ପରେ ଅଫିସର୍ ଜଣ ଅନ୍ୟ କିଛି ପୋଲିସଙ୍କ ସହ ସେଠାକୁ ଆସିଥିଲେ । ଆଉ ଅଟୋ ଚାଳକ ଏବଂ ତାଙ୍କ ପୁଅଙ୍କୁ ଲାଠିରେ ପିଟିଥିଲେ ।

ଘଟଣାଟି ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ ଏହାକୁ ନିନ୍ଦା କରିଛନ୍ତି । ଟୁଇଟ୍ କରି କହିଛନ୍ତି ମୁଖାର୍ଜୀ ନଗରରେ ଦିଲ୍ଲୀ ପୁଲିସ୍ କରିଥିବା ବର୍ବରତା ନିନ୍ଦାଜନକ। ମୁଁ ଏହି ପୂରା ଘଟଣାର ତଦନ୍ତ ସହ ଉପଯୁକ୍ତ କାର‌୍ୟ୍ୟାନୁଷ୍ଠାନ ଦାବି କରୁଛି।

ଏହି ଘଟଣାରେ ଏଯାଏଁ ୩ ଜଣ ପୁଲିସ୍ ନିଲମ୍ବିତ ହୋଇ ସାରିଲେଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.