୨୧୦ ଦେଶରେ ରାଜ୍‌ କରୁଛିି ଘାତକ ଭାଇରସ୍‌: ଏପର୍ଯ୍ୟନ୍ତ ୩୨.୨୦ ଲକ୍ଷ ଲୋକ ଆକ୍ରାନ୍ତ, ଗଲାଣି ୨ ଲକ୍ଷ ୨୮ ହଜାର ୨୧୬ଜଣଙ୍କ ଜୀବନ

ନୂଆଦିଲ୍ଲୀ: ମହାମାରୀ କରୋନାକୁ ନେଇ ସାରା ବିଶ୍ୱରେ କୋକୁଆ ଭୟ । ପ୍ରତିଦିନ ହଜାର ହଜାର ମୁଣ୍ଡ ନେଉଛି କରୋନା । ହୁହୁ ହୋଇ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ୨୧୦ ଦେଶରେ ରାଜ୍‌ କରୁଛିି ଘାତକ ଭାଇରସ୍‌ । ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୩୨.୨୦ ଲକ୍ଷ ଲୋକ ଆକ୍ରାନ୍ତ ହୋଇସାରିଲେଣି । ମୋଟ ୨ ଲକ୍ଷ ୨୮ ହଜାର ୨୧୬ ଜୀବନ ଗଲାଣି । ସୁସ୍ଥ ହୋଇଛନ୍ତି ୧୦ ଲକ୍ଷରୁ ଅଧିକ ଲୋକ । ଆମେରିକାରେ ମୃତ୍ୟୁର ବୀଭିଷିକା ରଚୁଛି କରୋନା । ୧୦ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୬୧ ହଜାର ଲୋକଙ୍କ ପ୍ରାଣ ଗଲାଣି । ସେହିପରି ଇଟାଲୀରେ ଯାଇଛି ୨୭ ହଜାରରୁ ଅଧିକ ଲୋକଙ୍କ ଜୀବନ । ସ୍ପେନ୍‌ରେ ମଧ୍ୟ ୨୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.