‘Country Of Blind’ ଓସ୍କାର ପାଇଁ ମନୋନୀତ, ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରି ଖୁସି ବ୍ୟକ୍ତ କଲେ ହିନା ଖାନ

ଟିଭି ଦୁନିଆରେ ଲୋକପ୍ରିୟ ହେବା ପରେ ଏବେ ଅଭିନେତ୍ରୀ ହିନା ଖାନ ବିଦେଶରେ ମଧ୍ୟ ନିଜର ଯାଦୁ ଦେଖାଇବାକୁ ଯାଉଛନ୍ତି। ହିନା ଖାନଙ୍କ ଫିଲ୍ମ ‘ଦି କଣ୍ଟ୍ରି ଅଫ୍ ବ୍ଲାଇଣ୍ଡ୍‌’ ଓସ୍କାର ୨୦୨୪ ପାଇଁ ମନୋନୀତ ହୋଇଛି।

ଟିଭି ଦୁନିଆରେ ଲୋକପ୍ରିୟ ହେବା ପରେ ଏବେ ଅଭିନେତ୍ରୀ ହିନା ଖାନ ବିଦେଶରେ ମଧ୍ୟ ନିଜର ଯାଦୁ ଦେଖାଇବାକୁ ଯାଉଛନ୍ତି। ହିନା ଖାନଙ୍କ ଫିଲ୍ମ ‘ଦି କଣ୍ଟ୍ରି ଅଫ୍ ବ୍ଲାଇଣ୍ଡ୍‌’ ଓସ୍କାର ୨୦୨୪ ପାଇଁ ମନୋନୀତ ହୋଇଛି। ଏହି ଫିଲ୍ମ ଏଚ୍‌ଜି ୱେଲ୍ସଙ୍କ ଉପନ୍ୟାସ କାହାଣୀ ଉପରେ ଆଧାରିତ। ଫିଲ୍ମକୁ ଆଇଏମ୍‌ଡିବି ୮.୫ ରେଟିଂ ଦେଇଛି। କେବଳ ଏତିକି ନୁହେଁ, ଏହାକୁ ଓସ୍କାର ଲାଇବ୍ରେରୀରେ ମଧ୍ୟ ସ୍ଥାନ ମିଳିଛି।

ଓସ୍କାରରେ ଫିଲ୍ମ ମନୋନୀତ ହେବା ପରେ ହିନା ଖାନ ନିଜର ଖୁସି ବ୍ୟକ୍ତ କରିଛନ୍ତି। ସେ ଇନଷ୍ଟାଗ୍ରାମରେ ପୋଷ୍ଟ୍‍ ସେୟାର କରି ଲେଖିଛନ୍ତି, ‘ପୁରସ୍କାର ଦୁନିଆରେ ସବୁଠାରୁ ପ୍ରତିଷ୍ଠିତ ଓସ୍କାର ଦୌଡ଼ରେ ଦୌଡ଼ିବା ଅତ୍ୟନ୍ତ ସ୍ୱତନ୍ତ୍ର। ତଥାପି ଆମେ ଅଳ୍ପ ଦୂରରେ, କିନ୍ତୁ ଅତି ନିକଟତର। ବିଜୟର ଆଶା ଅଛି। କାରଣ, ଆମେ ନୋମିନେସନ ପର୍ଯ୍ୟନ୍ତ ପହଞ୍ଚିଯାଇଛୁ ଏବଂ ନିଜ ସ୍ୱପ୍ନଠାରୁ ଅଳ୍ପ ଦୂରରେ ଅଛୁ। ପ୍ରେମ ଏବଂ ଆଶୀର୍ବାଦ ମିଳିବା ଜାରି ରହୁ, ଯଦ୍ଦ୍ଵାରା ଆମର ସ୍ୱପ୍ନ ସାକାର ହୋଇପାରିବ’।

କହି ରଖୁଛୁ, ଏହି ଫିଲ୍ମକୁ ରାହବତ ଶାହ କାଜମି ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମରେ ହିନା ଖାନଙ୍କ ବ୍ୟତୀତ ଶୋଏବ ନିକାଶ, ମୀର ସରଭାର, ଅନୁଷ୍କା ସେନ, ଇନାମୁଲହକ, ଅହମର ହାଇଦର, ପ୍ରଧୁମନ, ନମିତା ଲାଲ, ହୁସେନ୍ ଖାନ, ଜିତେନ୍ଦ୍ର ରାୟ, ରାହତ୍ ଶାହ କାଜମି, ୟୁଲିୟନ୍ ସିଜରଙ୍କ ଭଳି କଳାକାର ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି।

 

View this post on Instagram

 

A post shared by Hina Khan (@realhinakhan)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.