ଜଳ ସଙ୍କଟ ସାଜିଛି ଚେନ୍ନାଇର ଦୁଃଖ, ପାଣି ପାଇଁ ବନ୍ଦ ହେଲାଣି ଶିକ୍ଷାନୁଷ୍ଠାନ ଓ ବିଭିନ୍ନ ବ୍ୟବସାୟୀକ ପ୍ରତିଷ୍ଠାନ

ଚେନ୍ନାଇ: ଦିନକୁ ଦିନ ଚେନ୍ନାଇର  ଅବସ୍ଥା ସଂଘାତିକ ହେବାରେ ଲଗିଛି। ଗ୍ରୀଷ୍ଣ ପ୍ରବାହାମାତ୍ରା ଏତେ ମାତ୍ରାରେ ପ୍ରଖର ହୋଇଛି ଯେ, ସବୁ ନଦୀ ଓ ହ୍ରଦର ଜଳ ସ୍ଥର ହ୍ରାସ ପାଇବାରେ ଲାଗିଛି।  ଯେଉଁଥିପାଇଁ ଚେନ୍ନାଇ ବାସୀ ନାହିଁ ନଥିବା ଜଳକଷ୍ଟ ଭୋଗୁଛନ୍ତି। ଯେଉଁଠି ଦିନେ ଫୋନ କଲରେ ନିମିଷକ ମଧ୍ୟରେ ପାଣି ଟାଙ୍କି ଦୁଆର ଆଗରେ ଲାଗୁଥିଲା ସେଠି ଏବେ ପାଣି ପହଞ୍ଚିବା ପାଇଁ ସପ୍ତାହ ଲାଗିଯାଉଛି। ଏହାର ପ୍ରମୁଖ କାରଣ ହେଉଛି ଦେଖାଯାଇଥିବା ଜଳ ସଂକଟ।

ଏହି ଜଳ ସଂକଟର ସୁପରିଚାଳନା ନେଇ ତାମିଲନାଡୁର ହାଇକୋର୍ଟ ମଙ୍ଗଳବାର  ଦିନ ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି। ଜଳ ସଙ୍କଟର ମୁକାବିଲା ପାଇଁ ସରକାର କଣ କଣ ପଦକ୍ଷେପ ନେଇଛନ୍ତି ସେ ସଂକ୍ରାନ୍ତରେ ଜବାବ ରଖିବାକୁ କହିଛନ୍ତି ମାଡ୍ରାସ ହାଇକୋର୍ଟ।ତେବେ ପାଣି ସମସ୍ୟା ବାବଦରେ ତାଙ୍କ ସରକାର ଅବଗତ ଅଛନ୍ତି ଓ କିଭଳି ଭାବରେ ଲୋକଙ୍କ ପାଖରେ ପାଣି ପହଞ୍ଚିବ ସେଥିପାଇଁ ପଦକ୍ଷେପ ନିଆଯାଉଛି ବେଲି ଗଣମାଧ୍ୟମରେ ପ୍ରତିକ୍ରୀୟା ଦେଇଛନ୍ତି ଚେନ୍ନାଇର ମୁଖ୍ୟମନ୍ତ୍ରୀ ଇ ପଲ୍ଲାନିସ୍ୱାମୀ।

ପ୍ରତିଦିନ ୮୦୦ ମିଲିୟନ ଲିଟର ଆବଶ୍ୟକତା ପଡିଥାଏ ଚେନ୍ନାଇ ସହରକୁ। ରାଜ୍ୟ ସରକାରଙ୍କ ତରଫରୁ ଲୋକମାନଙ୍କୁ  ଯେଉଁ ପରିମାଣର ପାଣି ଯୋଗାଇ ଦିଆଯାଏ, ଏବେ ତାହାର ୪୦ ପ୍ରତିଶତ କମ୍ ପାଣି ଲୋକମାନଙ୍କୁ ମିଳୁଛି। ପ୍ରତି କଲୋନୀକୁ ଯେତିକି ସରକାରୀ ପାଣି ଟ୍ୟାଙ୍କର ଆସୁଛି, ତାହା ପରିବାର ପିଛା ଆବଶ୍ୟକତାକୁ ମେଣ୍ଟାଇ ପାରୁନାହିଁ।

ଯେହେତୁ ପାଣିର ନିଅଣ୍ଟିଆ ପରିସ୍ଥିତି ସ୍‌ଷ୍ଟି ହୋଇଛି, ଏହି କାରଣରୁ ଲୁଗା ସଫା କରିବା, ବାସନ ମଜା ସାଙ୍ଗକୁ ଦୈନନ୍ଦିନ ବ୍ୟବହାର ପାଇଁ ଆବଶ୍ୟକ ପାଣି ସଠିକ୍ ଭାବରେ ମିଳିପାରୁ ନାହିଁ। ଏଥିପାଇଁ ଅନେକ ଲୋକ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବାର ଦେଖାଗଲାଣି। ପାଣିର ଅଭାବକୁ ଦେଖି କିଛି ଦିନ ତଳେ ଅନେକ ଘରୋଇ ଆଇଟି କମ୍ପାନୀ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦେଇଛି। ବଡ଼ ବଡ଼ ହୋଟେଲ୍, ରେଷ୍ଟୁରାଣ୍ଟ ଆଦି ପାଣିର ଅଭାବା କାରଣରୁ ବ୍ୟବସାୟ ବନ୍ଦ ରଖିଛନ୍ତି। ସେହିଭଳି ଅନେକ ସ୍କୁଲ କଲେଜ ପାଣିର ଅଭାବ ଲାଗି ଶିକ୍ଷାନୁଷ୍ଠାନ ବନ୍ଦ ରଖିଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.