୧୦ ଟଙ୍କାର ଷ୍ଟାମ୍ପ୍‌ ପେପରରେ ଲେଖିଦେଲେ ଅମିତ୍‌ ଶାହଙ୍କ ନାଁରେ ୪୩ ଲକ୍ଷ ଟଙ୍କାର ଫ୍ଲାଟ୍‌!

୪୩ ଲକ୍ଷ ଟଙ୍କା ଦେଇ ଫ୍ଲାଟ୍‌ କିଣିବାର ୫ ବର୍ଷ ପରେ ନିଜ ସ୍ତ୍ରୀଙ୍କ ସହ ଭଡ଼ା ଘରେ ରହିବା ପାଇଁ ବାଧ୍ୟ ହୋଇଥିଲେ ଦୀପଙ୍କର କୁମାର। ଦୀପଙ୍କର ପେସାରେ ଜଣେ କମ୍ପ୍ୟୁଟର ଇଞ୍ଜିନିୟର ହୋଇଥିବା ବେଳେ ନିଜର ଏକ ଫାର୍ମ ମଧ୍ୟ ଚଲାଉଛନ୍ତି। ୨୦୧୪ରେ ସେ ଲେଜର ବେଲିରେ ଏକ ଫ୍ଳାଟ୍‌ କିଣିଥିଲେ। କିନ୍ତୁ ଫ୍ଲାଟ୍‌ କିଣିବାର ୫ ବର୍ଷ ପରେ ବି ତାଙ୍କୁ ତାହା ମିଳି ନ ଥିଲା। ଏଠିସେଠି ଦୌଡ଼ି ଦୌଡ଼ି ନିରାଶ ହେବା ପରେ ଶେଷରେ ସେ ଆଶା ହରାଇ ବସିଥିଲେ।

ଫ୍ଲାଟ୍‌ ମିଳିବାରେ ଅହେତୁକ ବିଳମ୍ବ ହେତୁ ଦୀପଙ୍କର ୧୦ ଟଙ୍କାର ଷ୍ଟାମ୍ପ୍‌ ପେପରରେ ଉକ୍ତ ଫ୍ଲାଟ୍‌କୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହଙ୍କ ନାଁରେ କରିଦେଲେ। ଏହାସହ ସେ ସରକାରଙ୍କୁ ଅପିଲ କରିଥିଲେ ଯେ ସରକାର ତାଙ୍କର ଏବଂ ଅନ୍ୟ କ୍ରେତାଙ୍କ ଦୁର୍ଦ୍ଦଶା ଉପରେ ଧ୍ୟାନ ଦିଅନ୍ତୁ।

ଡିସେମ୍ବର ୮ ତାରିଖ ରବିବାର ଦୀପଙ୍କର ଟୁଇଟ୍‌ରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାଜପାକୁ ଟ୍ୟାଗ୍‌ କରି ଲେଖିଥିଲେ, ‘ଆମ୍ରପାଲି ହୋମ୍‌ବାୟର୍ସଙ୍କୁ ସାହାଯ୍ୟ କରନ୍ତୁ। ମୋଦି ଜୀ ସାହଯ୍ୟ କରନ୍ତୁ। ଅମିତ୍‌ ଶାହ ଜୀ ଆମକୁ ସାହାଯ୍ୟ କରନ୍ତୁ। ଆମ ଆଶା ଭାଙ୍ଗିଯାଇଛି’।


ଦୀପଙ୍କରର ୧୦ ଟଙ୍କାର ଷ୍ଟାମ୍ପ୍‌ ପେପର ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଲେଖିଛନ୍ତି, ‘ମହୋଦୟ, ମୁଁ ଆପଣଙ୍କୁ ଏବଂ ଆପଣଙ୍କ ପାର୍ଟିକୁ ନିଜ ଘରକୁ ହ୍ୟାଣ୍ଡ ଓଭର କରିବାକୁ ଚାହୁଁଛି। କାରଣ, ମୋ ଭିତରେ ଏବେ ଆଉ ଧୌଯ୍ୟର୍ ନାହିଁ ଯେ କୌଣସି ପ୍ରକାରେ ଲଢ଼ିପାରିବି। ମୁଁ ପେପରରେ ଏହା ଲେଖି ଦେବାକୁ ଚାହୁଁଛି କି, ଏହି ଘର ଏବେ ଆପଣମାନଙ୍କର। ଏଥିରେ ବି ଆପଣ ଜଣେ ଘର ବିକ୍ରେତା ବନିପାରିବେ ଏବଂ ଆପଣଙ୍କ ନେତୃତ୍ୱରେ ଆମେ ଆଗକୁ ଲଢ଼ିପାରିବୁ, ଯେଉଁଥିରେ କି ବିଜୟ ସୁନିଶ୍ଚିତ’।

ଷ୍ଟାମ୍ପ୍‌ ପେପରରେ ଆଗକୁ ଲେଖାଯାଇଛି, ଗତ ୧୦ ବର୍ଷ ହେବ ୪୫,୦୦୦ଜଣ ଫ୍ଲାଟ କ୍ରେତା ଏଥିରେ ଫସି ରହିଛନ୍ତି, ଯେଉଁମାନଙ୍କୁ ଏ ପଯ୍ୟର୍ନ୍ତ ଘର ମିଳନାହିଁ। ଏବେ ସମସ୍ତଙ୍କର ଆଶା, ଭରସା ସବୁ ଭାଙ୍ଗିଯାଇଛି। ସମସ୍ତେ ସରକାରଙ୍କୁ ସାହାଯ୍ୟ ପାଇଁ ଅପିଲ କରି କରି ଥକିଯାଇଛନ୍ତି। କେଉଁଠି କିଛି ବି ହୋଇପାରୁନି’।

କହି ରଖୁଛୁ କି, ଫ୍ଲାଟ ମିଳିବାରେ ବିଳମ୍ବ ହେବାରୁ ଦୀପଙ୍କର ଷ୍ଟାମ୍ପ୍‌ ପେପର ସହ ଏକ ପତ୍ରକୁ ପୋଷ୍ଟ ଜରିଆରେ ଭାଜପା ଅଫିସକୁ ପଠାଇ ଦେଇଛନ୍ତି।

Leave A Reply

Your email address will not be published.