ଯୌନ ଉତ୍ପୀଡନ ମାମଲାରେ ଡିଏନଏ ଟେଷ୍ଟ ନିର୍ଣ୍ଣାୟକ ପ୍ରମାଣ ନୁହେଁ, ନାବାଳିକା ମାମଲାରେ ପୋକସୋ କୋର୍ଟଙ୍କ ଟିପ୍ପଣୀ

ଯୌନ ଉତ୍ପୀଡନ ମାମଲାରେ ଡିଏନଏ ଟେଷ୍ଟ ନିର୍ଣ୍ଣାୟକ ପ୍ରମାଣ ନୁହେ ବୋଲି ଏକ ନାବାଳିକା ଦୁଷ୍କର୍ମ ମାମଲାରେ ସ୍ପେଶାଲ ପୋକସୋ କୋର୍ଟ ଦୁଇ ଅଭିଯୁକ୍ତଙ୍କୁ ଦଣ୍ଡ ବିଧାନ କରି ଏହି ଟିପ୍ପଣୀ ଦେଇଛନ୍ତି ।

ଯୌନ ଉତ୍ପୀଡନ ମାମଲାରେ ଡିଏନଏ ଟେଷ୍ଟ ନିର୍ଣ୍ଣାୟକ ପ୍ରମାଣ ନୁହେ ବୋଲି ଏକ ନାବାଳିକା ଦୁଷ୍କର୍ମ ମାମଲାରେ ସ୍ପେଶାଲ ପୋକସୋ କୋର୍ଟ ଦୁଇ ଅଭିଯୁକ୍ତଙ୍କୁ ଦଣ୍ଡ ବିଧାନ କରି ଏହି ଟିପ୍ପଣୀ ଦେଇଛନ୍ତି ।

ଜଷ୍ଟିସ ସୀମା ଜାଘବ ମାମଲାର ଶୁଣାଣି କରି ଦୁଇ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨୦ ବର୍ଷ ଲେଖାଏଁ ଜେଲ ଦଣ୍ଡ ରାୟ ଶୁଣାଇଥିଲେ । ଏଥିସହ ଉଭୟ ୨୫ ହଜାର ଟଙ୍କା ଲେଖାଏଁ ନାବାଳିକାକୁ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ଟଙ୍କା ନାବାଳିକାକୁ ଅନୁକମ୍ପାମୂଳକ ରାଶି ଭାବେ ଦିଆଯିବା ନେଇ କହିଥିଲେ ଜଷ୍ଟିସ ।

ଯଦିଓ ଟଙ୍କା ନାବାଳିକାଙ୍କ ସମ୍ମାନ ପାଇଁ ଯଥେଷ୍ଟ ନୁହେଁ ତେବେ ଏହାକୁ ଏକ ଶାନ୍ତ୍ୱନାମୂଳକ ରାଶି ଭାବେ କହିଥିଲେ ଜଷ୍ଟିସ । ନାବାଳିକା ତା’ର ମା’ଙ୍କ ସାଙ୍ଗର ପିତା ଓ ଜଣେ ଦୋକାନ କର୍ମଚାରୀଙ୍କ ଉପରେ ଯୌନ ଉତ୍ପୀଡନ ଅଭିଯୋଗ ଆଣିଥିଲା ।

ରିପୋର୍ଟ ଅନୁଯାୟୀ ନାବାଳିକାଙ୍କୁ ୧୧ ବର୍ଷ ହେବା ସମୟରେ ତାଙ୍କର ମା’ ମରିଯାଇଥିଲେ । ଫଳରେ ନାବାଳିକାକଙ୍କୁ ତାଙ୍କର ମା’ଙ୍କ ଜଣେ ସାଙ୍ଗ ନେଇ ପାଖରେ ରଖିଥିଲେ ଏବଂ ନାବାଳିକାଙ୍କୁ ବ୍ୟୁଟିସିଆନ କାମ ଶିଖାଉଥିଲେ । ହେଲେ ନାବାଳିକା ଶିକ୍ଷା କରୁଥିବା ଦୋକାନରେ ଜଣେ କର୍ମଚାରୀ ତାଙ୍କ ସହ ବାରମ୍ବାର ଦୁଷ୍କର୍ମ କରିଥିଲା ।

ଖାଲି ସେତିକି ନୁହେଁ ନାବାଳିକାକୁ ଆଶ୍ରୟ ଦେଇଥିବା ମହିଳାଙ୍କର ସ୍ୱାମୀ ମଧ୍ୟ ବାରମ୍ବାର ଦୁଷ୍କର୍ମ କରିଥିଲା । ଫଳରେ ନାବାଳିକା ଜଣକ ଗର୍ଭବତୀ ହୋଇଥିଲେ । ଏକଥା ନାବାଳିକାଙ୍କ ପିଉସୀ ଜାଣିବା ପରେ ମାମଲା ରୁଜୁ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.