ଆସନ୍ତା ୨୩ରେ ୱାନ ନେସନ ୱାନ ଇଲେକ୍ସନ କମିଟିର ପ୍ରଥମ ଆନୁଷ୍ଠାନିକ ବୈଠକ

ଆସନ୍ତା ୨୩ରେ ୱାନ ନେସନ ୱାନ ଇଲେକ୍ସନ କମିଟିର ପ୍ରଥମ ଆନୁଷ୍ଠାନିକ ବୈଠକ। ଏନେଇ ସ୍ପଷ୍ଟ କରିଛନ୍ତି କମିଟି ଅଧ୍ୟକ୍ଷ ରାମନାଥ କୋବିନ୍ଦ।

ଆସନ୍ତା ୨୩ରେ ୱାନ ନେସନ ୱାନ ଇଲେକ୍ସନ କମିଟିର ପ୍ରଥମ ଆନୁଷ୍ଠାନିକ ବୈଠକ। ଏନେଇ ସ୍ପଷ୍ଟ କରିଛନ୍ତି କମିଟି ଅଧ୍ୟକ୍ଷ ରାମନାଥ କୋବିନ୍ଦ। ତାଙ୍କ ଅଧ୍ୟକ୍ଷତାରେ ପ୍ରଥମ ବୈଠକ ବସିବ। ଏହି ବୈଠକରେ ଏକକ ନିର୍ବାଚନ ନୀତିର ସମୀକ୍ଷା ନେଇ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ସେପ୍ଟେମ୍ବର ୩ତାରିଖରେ ରାମନାଥ କୋବିନ୍ଦଙ୍କୁ ଭେଟି କମିଟି ସଦସ୍ୟମାନେ ଆଲୋଚନା କରିଥିଲେ।

କେନ୍ଦ୍ର ଆଇନ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ କମିଟି ଅଧ୍ୟକ୍ଷଙ୍କୁ ଭେଟି ଆଲୋଚନା କରିଥିଲେ। ସାଧାରଣ ନିର୍ବାଚନ ସହ ବିଧାନସଭା, ମୁନିସିପାଲିଟି ଓ ପୌରପରିଷଦର ନିର୍ବାଚନ ଏକାଠି କଲେ କଣ ହେବ ସେ ନେଇ ତର୍ଜମା କରି ସରକାରଙ୍କୁ ରିପୋର୍ଟ ଦେବେ କମିଟି। ବିଭିନ୍ନ ପକ୍ଷଙ୍କ ସହ ଏ ନେଇ ଆଲୋଚନା କରିବେ କମିଟି।

ଏହି କମିଟିର ସଦସ୍ୟମାନଙ୍କ ଭିତରେ ଅଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହ, କଂଗ୍ରେସ ନେତା ଅଧିର ରଂଜନ ଚୌଧୁରୀ, ଗୁଲାମନବୀ ଆଜାଦ, ପୂର୍ବତନ ଅର୍ଥ କମିଶନ ଚେୟାରମ୍ୟାନ ଏନକେ ସିଂ, ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ପ୍ରମୁଖ ଅଛନ୍ତି। ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ନିମନ୍ତ୍ରିତ ଅତିଥି ଭାବେ ପ୍ରଥମ ବୈଠକରେ ଯୋଗ ଦେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.