କର୍ଣ୍ଣାଟକର ପୂର୍ବତନ ସିଏମ୍‌ ୟେଦୁରପ୍ପାଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ, POCSO ଅଧୀନରେ ମାମଲା ରୁୁଜୁ

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ବିଏସ୍‌ ୟେଦୁରପ୍ପାଙ୍କ ନାଁରେ ସଙ୍ଗୀନ ଅଭିଯୋଗ । ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଇଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଛି ।

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ବିଏସ୍‌ ୟେଦୁରପ୍ପାଙ୍କ ନାଁରେ ସଙ୍ଗୀନ ଅଭିଯୋଗ । ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଇଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଛି । ଏ ନେଇ ପୋଲିସ ୟେଦୁରପ୍ପାଙ୍କ ବିରୋଧରେ ଏଫଆଇଆର ପଞ୍ଜିକୃତ କରିଛି । POCSO ଏବଂ ଆଇପିସି ଧାରା ୩୫୪ (A) ଅଧୀନରେ ମାମଲା ରୁଜୁ କରାଯାଇଛି ।

ତେବେ ଏହି ପୂରା ଘଟଣା ଉପରେ ୟେଦୁରପ୍ପାଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ଜବାବ ଦେଇ ସେ କହିଛନ୍ତି ଯେ ‘ମା’, ଝିଅ କହିଥିଲେ, ସେମାନେ ଅସୁବିଧାରେ ଅଛନ୍ତି । ମୁଁ ପୋଲିସ କମିଶନରଙ୍କୁ ଫୋନ୍‌ କରି କଥା ହେଲି ଏବଂ ଏହି ଦୁଇ ଜଣଙ୍କୁ ତାଙ୍କ ପାଖକୁ ଯିବାକୁ କହିଲି । ଏହାରି ଭିତରେ ସେମାନେ ମୋ ବିରୁଦ୍ଧରେ ବି କହିବା ଆରମ୍ଭ କଲେ । ମୁଁ ଅନୁଭବ କଲି ଯେ ସେମାନଙ୍କ ମାନସିକ ସ୍ଥିତି ଠିକ୍‌ ନାହିଁ । ମୁଁ ଅଧିକ କଥାବାର୍ତ୍ତା ନ କରି କମିଶନରଙ୍କ ନିକଟକୁ ଯିବା ପାଇଁ କହିଲି ।

ବର୍ତ୍ତମାନ କୁହାଯାଉଛି ଯେ ମୋ ବିରୋଧରେ ହିଁ ଏଫ୍ଆଇଆର୍ ଦାଖଲ କରାଯାଇଛି । ଆଇନ ଅନୁଯାୟୀ ଏହାର ସାମ୍ନା କରିବି, କିନ୍ତୁ ମୁଁ କାହାକୁ ସାହାଯ୍ୟ କରିବାକୁ ଚେଷ୍ଟା କରିଥିଲି ଏବଂ ମୋ ସହିତ ଏମିତି ଘଟିଗଲା । ସେମାନେ କହିଥିଲେ କି, ସେମାନେ ଅସୁବିଧାରେ ଅଛନ୍ତି । ତେଣୁ ମୁଁ କିଛି ଟଙ୍କା ମଧ୍ୟ ଦେଇ ପଠାଇଥିଲି । ଏ ସବୁ କରିବା ପରେ ବି ମାମଲା ଏମିତି ହୋଇଗଲା । ଦେଖିବା, ଏହାକୁ ସାମ୍ନା କରିବା’ ।

ସେପଟେ ଏହି ଘଟଣାରେ କର୍ଣ୍ଣାଟକ ଗୃହମନ୍ତ୍ରୀ ଜି ପରମେଶ୍ୱର ମଧ୍ୟ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ‘ଗତକାଲି ରାତି ପ୍ରାୟ ୧୦ଟା ବେଳେ ଜଣେ ମହିଳା ବିଏସ୍ ୟେଦୁରପ୍ପାଙ୍କ ବିରୋଧରେ ଅଭିଯୋଗ କରିଥିଲେ । ପୋଲିସ ମାମଲା ରୁଜୁ କରିଛି । ଯେ ପର୍ଯ୍ୟନ୍ତ ଆମକୁ ସତ୍ୟ ଜଣାନାହିଁ, ଆମେ କିଛି ପ୍ରକାଶ କରିପାରିବୁ ନାହିଁ’ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.