ଘରୁ ମିଳିଲା ପରିବାରର ୪ ସଦସ୍ୟଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
କେରଳ ଆଲାପୁଜ୍ଜାରୁ ଆସିଛି ଛାତି ଥରାଇଦେବା ଭଳି ଘଟଣା । ଗୋଟିଏ ଘରୁ ଉଦ୍ଧାର ହେଲା ପରିବାରର ୪ ସଦସ୍ୟଙ୍କ ମୃତ ଦେହ । ଏନେଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ତିରୁବନ୍ତପୁରମ୍ : କେରଳ ଆଲାପୁଜ୍ଜାରୁ ଆସିଛି ଛାତି ଥରାଇଦେବା ଭଳି ଘଟଣା । ଗୋଟିଏ ଘରୁ ଉଦ୍ଧାର ହେଲା ପରିବାରର ୪ ସଦସ୍ୟଙ୍କ ମୃତ ଦେହ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଛି ଭୟର ବାତାବରଣ । ଏନେଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
କେରଳ ଆଲାପୁଜ୍ଜା ଅଞ୍ଚଳର ଥଲାବଡି ଜିଲ୍ଲାର ଏକ ଘରୁ ଆଜି ସକାଳୁ ପରିବାରର ୪ ସଦସ୍ୟଙ୍କ ମୃତ ଦେହ ଉଦ୍ଧାର ହୋଇଛି । ତେବେ ପୋଲିସ କହିବା ଅନୁଯାୟୀ, ମା’ ବାପାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିବା ବେଳେ ୨ ସନ୍ତାନ ଶେଯରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ମୃତକ ମାନେ ହେଉଛନ୍ତି ସୁନୁ , ସୋମ୍ୟା ଏବଂ ତାଙ୍କର ୨ ସନ୍ତାନ ।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ସୋନୁ ଏକ ଦୁର୍ଘଟଣାର ଶିକାର ହୋଇ ମେରୁଦଣ୍ଡ ସମସ୍ୟା ଜନିତ ରୋଗରେ ପୀଡ଼ିତ ଥିଲେ । ସୋମ୍ୟା ମଧ୍ୟ ବ୍ଲଡ୍ କ୍ୟାନସର ରୋଗରେ ମଧ୍ୟ ପୀଡ଼ିତ ଥିଲେ । ତାଙ୍କର ଚିକିତ୍ସା ମଧ୍ୟ ଚାଲିଥିଲା ହେଲେ ଚିକିତ୍ସାରେ ଅଧିକ ଟଙ୍କାର ଆବଶ୍ୟକତା ରହିଥିଲା କିନ୍ତୁ ତାଙ୍କ ପାଖରେ ଏତେ ଟଙ୍କା ନଥିଲା । ସେଥିପାଇଁ ସେମାନେ ନାନା ସମସ୍ୟା ଦେଇ ଗତି କରୁଥିଲେ ।
ସୁଚନା ମୁତାବକ୍,ସୋମ୍ୟା ଗୁରୁବାର ଦିନ ତାଙ୍କର ଏକ ବନ୍ଧୁଙ୍କୁ ଡାକିଥିଲେ । ଚିକିତ୍ସାଳୟକୁ ଯାଇ ରକ୍ତ ଗ୍ରହଣ କରିବାକୁ ଯିବା ପାଇଁ । ହେଲେ ତାଙ୍କ ବନ୍ଧୁ ଆସି ତାଙ୍କ କବାଟ ପିଟି ଯେତେ ଡାକିଥିଲେ ସୌମ୍ୟା ଶୁଣି ନଥିଲେ ଫଳରେ ତାଙ୍କର ସନ୍ଦେହ ବଢ଼ିଥିଲା ସେ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏହା ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।