ଲିଭ-ଇନ୍‌ ପାର୍ଟନରଙ୍କୁ ଗଳା କାଟି ହତ୍ୟା କଲେ ଯୁବତୀ, କିଛି ଦିନ ତଳେ କରିଥିଲେ ଦୁଷ୍କର୍ମ ଅଭିଯୋଗ

ପୁଣେରେ ଜଣେ ୨୫ ବର୍ଷୀୟା ଯୁବତୀ ନିଜ ଲିଭ୍‌-ଇନ୍‌-ପାର୍ଟନରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ହତ୍ୟା କରିସାରିବା ପରେ ଯୁବତୀ ନିଜେ ଥାନାରେ ପହଞ୍ଚି ପୋଲିସକୁ ଏନେଇ ସୂଚନା ଦେଇଥିଲେ। ସେ କହିଥିଲେ ଯେ ‘ମୁଁ ଛୁରୀରେ ମୋ ଲିଭ୍‌ ଇନ୍‌ ପାର୍ଟନରର ତଣ୍ଟି କାଟି ହତ୍ୟା କରିଛି’।

crime2

ରିପୋର୍ଟ ମୁତାବକ ଯୁବତୀ ପୋଲିସକୁ କହିଥିଲେ ଯେ ପାର୍ଟନର ଗାଢ଼ ନିଦ୍ରାରେ ଶୋଇଥିବା ବେଳେ ସେ ତାଙ୍କୁ ହତ୍ୟା କରିଥିଲେ। ଯୁବତୀ କହିଥିଲେ ଯେ ସେ ଗତ ଅଗଷ୍ଟରେ ବିବାହ କରିଥିଲେ ମାତ୍ର ସେମାନଙ୍କ ମଧ୍ୟରେ ଭଲ ସମ୍ପର୍କ ନଥିଲା। ପାର୍ଟନରକୁ ହତ୍ୟା କରିସାରିବା ପରେ ସେ ନିଜେ ମଧ୍ୟ ଆତ୍ମହତ୍ୟା କରିବାକୁ ବାହାରିଥିଲେ। ମାତ୍ର ଗର୍ଭବତୀ ଥିବାରୁ ପେଟରେ ଥିବା ଛୁଆ କଥା ଭାବି ଅଟକିଯାଇଥିବା କହିଛନ୍ତି ଯୁବତୀ।

crime

ତେବେ ଖବର ପାଇ ତୁରନ୍ତ ପୋଲିସ ଫ୍ଲାଟ୍‌ରେ ପହଞ୍ଚିଥିଲା। ସେଠାରୁ ସେ ଯୁବକଙ୍କ ମୃତଦେହ ସମେତ ହତ୍ୟାରେ ବ୍ୟବହାର କରାଯାଇଥିବା ସାମଗ୍ରୀ ଜବତ କରିଥିଲା।

ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି ଯେ ଯୁବତୀ ଜଣକ ପାର୍ଟନରଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରିଥିଲେ। କେସ୍‌ର ଶୁଣାଣି ମାର୍ଚ୍ଚ ୩ ତାରିଖରେ ଥିଲା। ଏଣୁ କେସ୍‌ ଉଠାଇବାକୁ ଯୁବକ ତାଙ୍କ ଉପରେ ଚାପ ପକାଉଥିଲେ। ଏନେଇ ବୁଝାଇବାକୁ ସେ ମାର୍ଚ୍ଚ ୧ ତାରିଖରେ ଯୁବତୀଙ୍କ ଘରକୁ ଯାଇଥିଲେ। ମାତ୍ର ଯୁବତୀଙ୍କ ସହ ତାଙ୍କ ଝଗଡ଼ା ହୋଇଥିଲା। ପରେ ସେ ରାତିରେ ଶୋଇଯାଇଥିଲେ। ସେ ଶୋଇଥିବାର ସୁଯୋଗ ନେଇ ଯୁବତୀ ତାଙ୍କୁ ଗଳା କାଟି ହତ୍ୟା କରିଥିବା ସ୍ୱୀକାର କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.