ଇମ୍ରାନ ଖାନଙ୍କୁ ପୁଣି ଏକ ଝଟ୍‌କା, ପତ୍ନୀ ବୁଶରା ବିବିଙ୍କ ସହିତ ୧୪ ବର୍ଷର ଜେଲ୍‌ ଦଣ୍ଡାଦେଶ

ପାକିସ୍ତାନରେ ଫେବୃୟାରୀ ୮ରେ ହେବ ନିର୍ବାଚନ । ଏହି ନିର୍ବାଚନର କିଛି ଦିନ ପୂର୍ବରୁ ଇମ୍ରାନ ଖାନଙ୍କୁ ପୁଣିଥରେ ଦଣ୍ଡିତ କରାଯାଇଛି । ସାଇଫର୍‌ (Cipher) ମାମଲାରେ ୧୦ ବର୍ଷର ଜେଲ୍‌ ଦଣ୍ଡାଦେଶ ଶୁଣାଯିବା ପରେ ଏବେ ପୁଣି ୧୪ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ।

ପାକିସ୍ତାନରେ ଫେବୃୟାରୀ ୮ରେ ହେବ ନିର୍ବାଚନ । ଏହି ନିର୍ବାଚନର କିଛି ଦିନ ପୂର୍ବରୁ ଇମ୍ରାନ ଖାନଙ୍କୁ ପୁଣିଥରେ ଦଣ୍ଡିତ କରାଯାଇଛି । ସାଇଫର୍‌ (Cipher) ମାମଲାରେ ୧୦ ବର୍ଷର ଜେଲ୍‌ ଦଣ୍ଡାଦେଶ ଶୁଣାଯିବା ପରେ ଏବେ ପୁଣି ୧୪ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ୧୪ ବର୍ଷର ଏହି କଠୋର ଦଣ୍ଡ ଇମ୍ରାନ ଖାନଙ୍କ ସହିତ ତାଙ୍କ ପତ୍ନୀଙ୍କୁ ମଧ୍ୟ ଦିଆଯାଇଛି ।

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ରାୱଲପିଣ୍ଡିର ଏକ ସ୍ୱତନ୍ତ୍ର କୋର୍ଟ ୧୪ ବର୍ଷ କଠୋର କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । କୋର୍ଟ ସେମାନଙ୍କୁ ତୋସଖାନା ଦୁର୍ନୀତି ମାମଲାରେ ଏହି ଦଣ୍ଡ ଶୁଣାଇଛନ୍ତି ।

ଇମ୍ରାନ ଖାନଙ୍କ ପତ୍ନୀଙ୍କ ପୂର୍ବତନ ସ୍ୱାମୀ ଖାୱର ଫରିଦ ମନେକା ୨୦୨୩ ନଭେମ୍ବର ୨୫ରେ ଉଭୟଙ୍କ ବିରୋଧରେ ବ୍ୟଭିଚାର ଏବଂ ଜାଲିଆତି କରି ବିବାହ କରିଥିବାର ଅଭିଯୋଗ ଆଣିଥିଲେ । ୭୧ ବର୍ଷୀୟ ଇମ୍ରାନ ଏବଂ ତାଙ୍କର ୪୯ ବର୍ଷୀୟା ପତ୍ନୀ ବୁଶରାଙ୍କ ବିରୋଧରେ ପାକିସ୍ତାନ ଦଣ୍ଡ ସଂହିତାର ବିଭିନ୍ନ ଧାରାରେ କୋର୍ଟରେ ମାମଲା ଚାଲିଥିଲା । ବର୍ତ୍ତମାନ କୋର୍ଟ ଏହି ଦଣ୍ଡାଦେଶ ଜାରି କରିଛନ୍ତି ।

କହି ରଖୁଛୁ, ସାଇଫର୍‌ ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ମୁଖ୍ୟ ଇମ୍ରାନ ଖାନଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ଇମ୍ରାନଙ୍କ ସହ ତାଙ୍କ ସହଯୋଗୀ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେସୀଙ୍କୁ ମଧ୍ୟ ୧୦ ବର୍ଷର ଦଣ୍ଡ ଶୁଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.