ସୁପ୍ରିମକୋର୍ଟରେ ଝୁଲୁଛି ଇମ୍ରାନଙ୍କ ଭାଗ୍ୟ, ଆଜି ମାମଲାର ହେବ ଶୁଣାଣି

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ଝୁଲୁଛି ଇମ୍ରାନଙ୍କ ଭାଗ୍ୟ । ଆଜି ମାମଲାର ଶୁଣାଣି ହେବ । ଶୁଣାଣି ବେଳେ ଗୃହକାର୍ଯ୍ୟର ଭିଡିଓ ମାଗିଛନ୍ତି ଖଣ୍ଡପୀଠ । ଇମ୍ରାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ଉପବାଚସ୍ପତି ଖାରଜ କରିଦେବାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ବିରୋଧୀ । ଏହାର ଶୁଣାଣି କରୁଛନ୍ତି ୫ ଜଣିଆ ଖଣ୍ଡପୀଠ । ଗତ ରବିବାର ଗୃହକାର୍ଯ୍ୟ କିଛି ସମୟ ପାଇଁ ଚାଲିଥିଲା। ଇମ୍ରାନଙ୍କ ବିରୋଧରେ ଆସିଥିଲା ଅନାସ୍ଥା ପ୍ରସ୍ତାବ । ଅନାସ୍ଥା ପ୍ରସ୍ତାବକୁ ଖାରଜ କରିଦେଇଥିଲେ ଉପବାଚସ୍ପତି ।

ଏହି ଭିଡିଓ ଦେଖିବାକୁ ଚାହିଁଛନ୍ତି ବିଚାରପତି। ଉପବାଚସ୍ପତି ଦେଇଥିବା ରୁଲିଂକୁ ସମୀକ୍ଷା କରିବେ ସୁପ୍ରିମକୋର୍ଟ । ସଂସଦର ନିୟମ ସମ୍ବିଧାନର ନିୟମ ଠାରୁ ବଡ଼ ନୁହେଁ ବୋଲି ଖଣ୍ଡପୀଠ କହିଛନ୍ତି। ରବିବାର ଅନାସ୍ଥା ପ୍ରସ୍ତାବ ଖାରଜ ହେବା ପରେ ସଂସଦକୁ ଭାଙ୍ଗି ୩ ମାସ ଭିତରେ ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ରାଷ୍ଟ୍ରପତି। କାମଚଳା ପ୍ରଧାନମନ୍ତ୍ରୀ ପାଇଁ ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଗୁଲଜାର ଅହମ୍ମଦଙ୍କ ନାଁ ସୁପାରିସ କରିଥିଲେ ଇମ୍ରାନ୍‌ ଖାନ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.