ଡୋମିନିକାରେ ପହଁଚିଲା ଭାରତୀୟ ବିମାନ, ମେହୋଲ ଚୋକସିଙ୍କୁ ଭାରତ ଅଣାଯିବା ନେଇ ଚାଳିଛି ପ୍ରକ୍ରିୟା

କେନ୍ୟୁଜ୍(ବ୍ୟୁରୋ):  ଡୋମିନିକାରେ ପହଁଚିଲା ଭାରତୀୟ ବିମାନ । ଭାରତୀୟ ବିମାନ ସେଠାରେ ପହଁଚିଥିବା ସ୍ପଷ୍ଟ କଲେ ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ ଗାଷ୍ଟନ ବ୍ରାଉନେ । ଡଗଲସ୍‌ ଚାର୍ଲସ ବିମାନ ବନ୍ଦରରେ ପ୍ରାଇଭେଟ ଜେଟ୍‌ ପହଁଚିଛି । ଅନୁମାନ କରାଯାଉଛି, ପିଏନବି ଘୋଟାଲାର ଅଭିଯୁକ୍ତ ମେହୋଲ ଚୋକସିଙ୍କୁ ଭାରତ ଅଣାଯିବ । ପଳାତକ ହୀରା ବେପାରୀ ମେହୁଲ ଚୋକସିଙ୍କୁ ଭାରତ ଆଣିବାକୁ ବିମାନ ଯାଇଥିବା ଜଣାପଡିଛି । ଏହାପୂର୍ବରୁ ତାଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଥିଲା । ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ କି ମେହୁଲ ଚୋକସି ଏକ ଲୁହା ଫାଟକ ପଛରେ ଠିଆ ହୋଇଥିବା ଦେଖିବାକୁ ମିଳିଛି ।

mehul choksi2

ମେହୁଲ ଚୋକସି ଡୋମିନିକାର କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ ଅଧିନରେ ଅଛନ୍ତି । ଚାରି ଦିନ ପୂର୍ବରୁ ବେଆଇନ ପ୍ରବେଶ ଯୋଗୁଁ ମେହୁଲ ଚୋକସିଙ୍କୁ ଗିରଫ କରାଯାଇଥିଲା । ୨୦୧୮ ଜାନୁଆରିରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ୧୩ହଜାର କୋଟି ହଡ଼ପ କରି ମେହୁଲ ଚୌକସ ଫେରାର ହୋଇଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.