Below header

ସାରା ବିଶ୍ୱକୁ ଘାରିଲା ଓମିକ୍ରନ ଭୟ; ବେଙ୍ଗାଲୁରୁ ଚିହ୍ନଟ ପରେ ଭାରତରେ ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ: ବିଶ୍ୱରେ ଓମିକ୍ରନ ଆତଙ୍କ। ୩୨ ଦେଶକୁ ବ୍ୟାପିଲାଣି ଓମିକ୍ରନ । ଆମେରିକାରେ ଆଉ ୫ଜଣ ଓମିକ୍ରନ ଭାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮ରେ ପହଞ୍ଚିଛି। ସେହିପରି ସାଉଥ ଆଫ୍ରିକାରେ ପ୍ରଥମ ଥର ଦେଖାଦେଇଥିବା ଏହି ଭାରିଆଣ୍ଟ ଏବେ ବିଶ୍ୱର ବିଭିନ୍ନ ଦେଶକୁ ବ୍ୟାପିବାରେ ଲାଗିଛି। ଗତକାଲି ସାଉଥ ଆଫ୍ରିକାରେ ୧୧ହଜାର ୫୦୦ ଜଣ କରୋନାରେ ସଂକ୍ରମିତ ହୋଇଥିଲେ।

ଏପଟେ ଭାରତରେ ମଧ୍ୟ ପ୍ରବେଶ କରିଛି ଓମିକ୍ରନ ଭାରିଆଣ୍ଟ। କର୍ଣ୍ଣାଟକରେ ଦୁଇଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦୁଇ ଜଣଙ୍କ ଭିତରୁ ଜଣେ ଡାକ୍ତର ବୋଲି ସୂଚନା ମିଳିଛି । ବେଙ୍ଗାଲୁରୁର ଏହି ଡାକ୍ତରଙ୍କ ବୟସ ୪୬ ବର୍ଷ ହେବ । ସେ କୁଆଡ଼େ ଯାଇ ନଥିଲେ ଏଥି ସହିତ ସେ ଦୁଇ ଡୋଜ୍‌ ଭ୍ୟାକ୍ସିନ୍‌ ନେଇଛନ୍ତି ବୋଲି କୁହାଯାଉଛି । ସେ ସିଧାସଳଖ ୧୩ ଜଣଙ୍କ ସଂପର୍କରେ ଆସିଛନ୍ତି ଓ ପରୋକ୍ଷରେ ଏହି ସଂଖ୍ୟା ୨୫୦ ହେବ । ପ୍ରତ୍ୟକ୍ଷ ସଂପର୍କରେ ଆସିଥିବା ଲୋକଙ୍କର ଟେଷ୍ଟ କରିବା ପରେ ୫ ଜଣଙ୍କର ରିପୋର୍ଟ ପଜିଟିଭ୍‌ ଆସିଛି ।

ସେହିପରି ଅନ୍ୟ ଓମିକ୍ରନ ସଂକ୍ରମିତ ଦକ୍ଷିଣ ଆଫ୍ରିକାର ନାଗରିକ । ତାଙ୍କ ପାଖରେ କୌଣସି ଲକ୍ଷଣ ଦେଖାଯାନାହିଁ । ସେ ମଧ୍ୟ ଦୁଇ ଡୋଜ୍‌ ଟିକା ନେଇଥିଲେ । ବେଙ୍ଗାଲୁରୁରେ ପହଞ୍ଚିବା ପରେ ତାଙ୍କର ଆରଟିପିସିଆର ଟେଷ୍ଟ ହୋଇଥିଲା । ପରେ ରିପୋର୍ଟ ପଜିଟିଭ୍‌ ଆସିଥିଲା । ୭ ଦିନ ପୂର୍ବରୁ ଏକ ଘରୋଇ ଲ୍ୟାବରୁ ନେଗେଟିଭ୍‌ ରିପୋର୍ଟ ଆଣି ସେ ଦୁବାଇ ଆସିଥିଲେ । ତାଙ୍କ ସହ ପ୍ରତ୍ୟକ୍ଷ ସଂପର୍କରେ ଆସିଥିବା ୨୪ ଜଣ ଓ ପରୋକ୍ଷ ସଂପର୍କରେ ଆସିଥିବା ୨୪୦ ଜଣଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି । ଦୁଇ ଜଣ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ ହେବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.