ନିଜର ଦୁଇ ଗାର୍ଲଫ୍ରେଣ୍ଡକୁ ଏକ ସମୟରେ ବିବାହ କଲେ ଯୁବକ, କାରଣ ଜାଣିଲେ ଆପଣବି ହୋଇଯିବେ ଆଶ୍ଚର୍ଯ୍ୟ

ଦୁନିଆର ସମସ୍ତ ବଏଫ୍ରେଣ୍ଡ ଗୋଟେ ପଟେ ଏବଂ ଏହି ଯୁବକ ଅନ୍ୟପଟେ । ଇଣ୍ଡୋନେସିଆର ଜଣେ ବ୍ୟକ୍ତି ନିଜର ଦୁଇଜଣ ଗାର୍ଲଫ୍ରେଣ୍ଡଙ୍କୁ ଏକ ସମୟରେ ବିବାହ କରିଛନ୍ତି କାରଣ ସେ ଦୁଇଜଣଙ୍କ ମଧ୍ୟରୁ କାହାକୁ ଦୁଃଖୀ ଦେଖିବାକୁ ଚାଁହୁନଥିଲେ । ଫେସବୁକରେ ଭାଇରଲ ହୋଇଥିବା ଏହି ଭିଡିଓରେ ଜଣେ ବରଙ୍କୁ ଦୁଇଜଣ କନ୍ୟା ମିଶି ବିବାହ କରୁଛନ୍ତି ।

Image result for indonesian-man-marries-two-girlfriends-cuz-he-didnt-wanted-to-hurt-her

ଅଗଷ୍ଟ ମାସ ୧୭ ତାରିଖ ଏୟାରଟ୍ରାପ କାଲିମଣ୍ଟନରେ ହୋଇଥିଲା ଏହି ବାହାଘର । ସୋସିଆଲ ମିଡିଆରେ ଲୋକମାନେ ଏହି ବ୍ୟକ୍ତିଙ୍କୁ ତାରିଫ କରିଛନ୍ତି । ସୂଚନା ଅନୁଯାୟୀ ଇଣ୍ଡୋନେସିଆରେ ବିବାହ ହେଲେ ବରପକ୍ଷ କନ୍ୟା ଏବଂ ତାର ପରିବାରକୁ ଅନେକ ଉପହାର ଯୌତୁକ ଦେଇଥାନ୍ତି । ଏହି ଉପହାର ବା ଯୌତୁକ କନ୍ୟାର ଧ୍ୟାନ ରଖିବା ଏବଂ ତାକୁ ଖୁସିରେ ରଖିବାର କ୍ଷମତାକୁ ଦର୍ଶାଇଥାଏ । କିନ୍ତୁ ଏହି ଯୁବକ ଜଣକ ତାଙ୍କର ଦୁଇ କନ୍ୟାକୁ କୌଣସି ବି ଉପହାର କିମ୍ବା ଯୌତୁକ ଦେଇନାହାନ୍ତି ।

Polygamy Indonesia

ଏହି ଫଟୋ ଦେଖି ଏପରି ଲାଗୁଛି ଯେପରି ଦୁଇ ମହିଳାଙ୍କର ଏହି ବିବାହକୁ ନେଇ କୌଣସି ସମସ୍ୟା ନାହିଁ ଏବଂ ଦୁହେଁ ବହୁତ ଖୁସି ଅଛନ୍ତି । ଯୁବକ ଜଣକ ଏହି ବିବାହକୁ ନେଇ କହିଛନ୍ତି ଯେ “ମୁଁ ଦୁଇ ଜଣଙ୍କ ମଧ୍ୟରୁ କାହାକୁବି ଦୁଃଖୀ ଦେଖିବାକୁ ଚାଁହୁ ନଥିଲି ସେଥିପାଇଁ ଏକାବେଳେ ଦୁଇ ଜଣଙ୍କୁ ବିବାହ କରିବି ବୋଲି ନିଷ୍ପତ୍ତି ନେଇଥିଲି ” ।

ଏହାସହ ପଢନ୍ତୁ ଫେସବୁକରେ ହେଲା ପ୍ରେମ, ଆମେରିକା ଝିଅ ସାଜିଲେ ଜଣେ ସ୍କୁଟର ମେକାନିକଙ୍କ ସ୍ତ୍ରୀ

ଭାଇସ ଇଣ୍ଡୋନେସିଆର ଏକ ରିପୋର୍ଟ ଅନୁଯାୟୀ ଏପରି ପ୍ରଥମ ଥର ହୋଇଛି ଯେଉଁଠି ଜଣେ ପୁରୁଷ ଦୁଇଜଣ ମହିଳାଙ୍କୁ ବିବାହ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.