ଜାପାନୀ କୋଟିପତି ନିଜ ଟ୍ୱିଟର ଫଲୋର୍ସଙ୍କ ଭିତରେ ବାଣ୍ଟିବେ ୬୫ କୋଟି ଟଙ୍କା, କାରଣ ଜାଣି ଆପଣ ବି ନ ହସି ରହିପାରିବେ ନାହିଁ

ଜାପାନର ଜଣେ କୋଟିପତି ୟୁସକୁ ମଇଜାବା ନିଜ ଟ୍ୱିଟର ଫଲୋର୍ସଙ୍କ ଭିତରେ ନିଜ ସମ୍ପତ୍ତିର ୬୫ କୋଟି ଟଙ୍କା ବାଣ୍ଟିବା ପାଇଁ ସ୍ଥିର କରିଛନ୍ତି । ନିଜ ୧୦୦୦ ଜଣ ନିୟମିତ ଫଲୋର୍ସଙ୍କ ମଧ୍ୟରେ ହିଁ ସେ ଏହି ଏହି ଅର୍ଥରାଶିକୁ ବାଣ୍ଟିବେ । ନିଜ ପ୍ରତିକ୍ରିୟାରେ ମଇଜାବା କହିଛନ୍ତି କି ସେ ଏହି ବର୍ଷ ଜାଣିବାକୁ ଚାହୁଁଛନ୍ତି କି ‘ସତରେ କଣ ପଇସା କଣ ପଇସା ମଣିଷକୁ ଖୁସି ଦେଇପାରେ’ । ଏହି କଥାର ସତସତ୍ୟ ଜାଣିବା ପାଇଁ ହିଁ ସେ ଏପରି ଏକ ପଦକ୍ଷେପ ନେବା ପାଇଁ ସ୍ଥିର କରିଛନ୍ତି ବୋଲି କହିଛନ୍ତି । ପୁରସ୍କାର ପାଇବା ବାବଦରେ କେବଳ ଗୋଟିଏ ହିଁ ସର୍ତ ରଖାଯାଇଥିଲା । ଆଉ କୁହାଯାଇଥିଲା କି ଜାନୁଆରୀ ୭ ପୂର୍ବରୁ ମଇଜାବାଙ୍କ ଟ୍ୱିଟକୁ ଯେଉଁମାନେ ରିଟ୍ୱିଟ କରିଥିବେ ସେହି ମାନଙ୍କୁ ହିଁ ଏଥିରେ ସାମିଲ କରାଯିବ ।

japan
ନିର୍ଦ୍ଦିଷ୍ଟ ସମୟ ଭିତରେ ପ୍ରାୟ ୪୦ ଲକ୍ଷରୁ ଅଧିକ ଲୋକ ମୋଜାଇବାଙ୍କ ୩୧ ଡିସେମ୍ବର ଭିତରେ ହୋଇଥିବା ଟ୍ୱିଟକୁ ରିଟ୍ୱିଟ କରିସାରିଛନ୍ତି । ଆହୁରି ମଧ୍ୟ କୁହାଯାଉଛିକି ପୁରସ୍କାର ଅର୍ଥ ପାଇବାକୁ ଥିବା ଲୋକଙ୍କ ଚୟନ ଲଟେରୀ ଆଧାରରେ ହିଁ କରାଯିବ । ଚୟନ କରାଯାଇଥିବା ଟ୍ୱିଟର ୟୁଜର୍ସଙ୍କୁ ମେସେଜ ଜରିଆରେ ହିଁ ସୂଚନା ପଠାଇ ଦିଆଯିବ । ସୂଚନା ଦେବା ଯୋଗ୍ୟକି ଗତବର୍ଷ ମଧ୍ୟ ଏହି ପରି ଭାବେ କୋଟିପାଟି ମୋଜାଇବା ୬.୫ କୋଟି ଟଙ୍କା ବାଣ୍ଟିଥିଲେ । ପୂର୍ବବର୍ଷ ମୋଜାଇବାଙ୍କ ଟ୍ୱିଟକୁ ୫୦ ଲକ୍ଷ ଲୋକଙ୍କ ଦ୍ୱାରା ରିଟ୍ୱିଟ କରାଯାଇଥିଲା । କିନ୍ତୁ ଏହି ବର୍ଷ ନିଜର ଏକ ଅଭିନ୍ନ ପଦକ୍ଷେପକୁ ମୋଜାଇବା ଏକ ସାମାଜିକ ଦାୟିତ୍ୱ ଭାବେ ହିଁ ନେଇଛନ୍ତି ।

japan ସେ ଏହା ମଧ୍ୟ କହିଛନ୍ତି କି ତାଙ୍କ ମନରେ ଏହା ଜାଣିବାକୁ ଉତ୍କଣ୍ଠା ରହିଛି କି ୬.୫ ଲକ୍ଷ ଟଙ୍କାର ଅର୍ଥ ଜଣେ ସାଧାରଣ ବ୍ୟକ୍ତି ଉପରେ କିପରି ପ୍ରଭାବ ପକାଇପାରେ । ସେ ଏହାକୁ ନେଇ କେମିତି ଉପଯୋଗ କରିପାରେ । ମୋଜାଇବା ଏହା ମଧ୍ୟ ଅନୁରୋଧ କରିଛନ୍ତିକି ବିଜେତା ମାନେ ନିଜ ନିଜ ଅର୍ଥ ରାଶିକୁ ନିଜ ଇଚ୍ଛା ଅନୁସାରେ ହିଁ ଖର୍ଚ୍ଚ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.