ଯୁଦ୍ଧ ମଧ୍ୟରେ ଜୋ ବାଇଡେନଙ୍କ ବଡ଼ ବୟାନ: ଇସ୍ରାଏଲ ଓ ୟୁକ୍ରେନକୁ ସହାୟତା ବୃଦ୍ଧି କରିବ ଆମେରିକାର

ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ବଡ଼ ବୟାନ । କହିଛନ୍ତି ଇସ୍ରାଏଲ ଓ ୟୁକ୍ରେନ ଯୁଦ୍ଧ ଜିତିବା ଆମେରିକା ଜାତୀୟ ସୁରକ୍ଷା ପାଇଁ ଗୁରୁତ୍ବପୂର୍ଣ୍ଣ । ହମାସ ଆତଙ୍କ ଓ ପୁଟିନଙ୍କ ଆକ୍ରମଣ ଭିନ୍ନ ବିପଦ ସୃଷ୍ଟି କରୁଛି ବୋଲି ଆମେରିକା ରାଷ୍ଟ୍ରପତି ସ୍ପଷ୍ଟ କରିଛନ୍ତି ।

ନୂଆଦିଲ୍ଲୀ : ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ବଡ଼ ବୟାନ । ଇସ୍ରାଏଲ ଗସ୍ତ ପରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ବାଇଡେନ । କହିଛନ୍ତି ଇସ୍ରାଏଲ ଓ ୟୁକ୍ରେନ ଯୁଦ୍ଧ ଜିତିବା ଆମେରିକା ଜାତୀୟ ସୁରକ୍ଷା ପାଇଁ ଗୁରୁତ୍ବପୂର୍ଣ୍ଣ । ହମାସ ଆତଙ୍କ ଓ ପୁଟିନଙ୍କ ଆକ୍ରମଣ ଭିନ୍ନ ବିପଦ ସୃଷ୍ଟି କରୁଛି ବୋଲି ଆମେରିକା ରାଷ୍ଟ୍ରପତି ସ୍ପଷ୍ଟ କରିଛନ୍ତି । ଉଭୟ ହମାସ ଓ ପୁଟିନ ପଡୋଶୀ ରାଷ୍ଟ୍ରକୁ ଧ୍ବଂସ କରିବାକୁ ଚାହୁଁଛନ୍ତି । ଇସ୍ରାଏଲ ଓ ୟୁକ୍ରେନକୁ ସହାୟତା ଆମେରିକାର ସୁରକ୍ଷା ବୃଦ୍ଧି କରିବ। ଆମେରିକା ସଂସଦ ଇସ୍ରାଏଲ ଓ ୟୁକ୍ରେନ ପାଇଁ ସାମରିକ ସହାୟତାକୁ ମଞ୍ଜରୀ ଦେବାକୁ ବାଇଡେନ ଅନୁରୋଧ କରିଛନ୍ତି ।

ଏହା ମଧ୍ୟ କହିଛନ୍ତି ଯେ ଗାଜା ହସ୍ପିଟାଲ ଉପରେ ହୋଇଥିବା ଆକ୍ରମଣ ପଛରେ ନାହିଁ ଇସ୍ରାଏଲର ହାତ। ଅପର ପକ୍ଷରୁ ଏହି ଆକ୍ରମଣ ହୋଇଥାଇପାରେ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ତେଲ ଆଭିଭ ଗସ୍ତରେ ଆସି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଯୁଦ୍ଧ ପ୍ରସଙ୍ଗରେ କରିଛନ୍ତି ଆଲୋଚନା । ଇହୁଦି ରାଷ୍ଟ୍ର ଗଠନକୁ ଆମେରିକା ସମର୍ଥନ କରିବ ବୋଲି କହିଛନ୍ତି ବାଇଡେନ। ସେ କହିଛନ୍ତି ୩୧ ଆମେରିକୀୟ ସମେତ ୧୩୦୦ରୁ ଅଧିକ ଲୋକଙ୍କ ହତ୍ୟା ପଛରେ ରହିଛି ହମାସ। ସେମାନେ ଆଇଏସଆଇଏସ ପରି ଆତଙ୍କ ସୃଷ୍ଟି କରିଚାଲିଛନ୍ତି । ପାଲେଷ୍ଟାଇନବାସୀଙ୍କ ପ୍ରତିନିଧିତ୍ବ ହମାସ କରୁନାହିଁ। ଇସ୍ରାଏଲ ଲାଗି ଆମେରିକା ସର୍ବଦା ଠିଆ ହେବ ବୋଲି କହିଛନ୍ତି ବାଇଡେନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.