କାଶ୍ମୀର ସମସ୍ୟା ପ୍ରସଙ୍ଗ,ଆଲୋଚନା ପାଇଁ ଆନ୍ଦୋଳନକାରୀଙ୍କୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ଆହ୍ଵାନ

କାଶ୍ମୀର ସମସ୍ୟା ସମାଧାନ ହେବ । ପୃଥିବୀର କୌଣସି ଶକ୍ତି ଏହାକୁ ଅଟକାଇ ପାରିବ ନାହିଁ । ଜମ୍ମୁ-କାଶ୍ମୀର କଠଓ୍ଵାରେ ଏହା କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଇଛା ନକଲେ, ସମାଧାନ କିଭଳି ହେବ ତାହା ଆମକୁ ଜଣା ବୋଲି ରାଜନାଥ କହିଛନ୍ତି। ଜମ୍ମୁ-କାଶ୍ମୀରରେ ଯେଉଁମାନେ ଆନ୍ଦୋଳନ କରୁଛନ୍ତି, ସେମାନେ ଅତି କମ୍‌ରେ ଥରଟିଏ ଆଲୋଚନା ପାଇଁ ଆଗେଇ ଆସନ୍ତୁ ବୋଲି ସେ ଆହ୍ଵାନ ଦେଇଛନ୍ତି। ସମସ୍ୟାକୁ ଏକାଠି ବସି ମସାଧାନ କରାଯିବ ବୋଲି ରାଜନାଥ କହିଛନ୍ତି। ଆଜି କାର୍ଗିଲ ଡ୍ରାସ ସ୍ଥିତ ଓ୍ଵାର ମେମୋରିଆଲ ଯାଇଥିଲେ ରାଜନାଥ । ସେଠାରେ କାରଗିଲ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ତାଙ୍କ ସହ ସେନା ମୁଖ୍ୟ ବିପିନ ରାଓ୍ଵତ ଉପସ୍ଥିତ ଥିଲେ । ଚଳିତ ବର୍ଷ କାର୍ଗିଲ ବିଜୟର ୨୦ ବର୍ଷ ପୂର୍ତ୍ତି ଉପଲକ୍ଷେ ତିନି ଦିନ ବ୍ୟାପୀ କାର‌୍ୟ୍ୟକ୍ରମ କରାଯାଉଛି । ଦିଲ୍ଲୀରେ କାର୍ଗିଲ ବିଜୟ ମଶାଲ ପ୍ରଜ୍ୱଳନ କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ । ବିଭିନ୍ନ ସହ ପରିକ୍ରମା କରି ଏହି ମଶାଲ ଡ୍ରାସ୍‌ ସ୍ଥିତ କାର୍ଗିଲ ଓ୍ଵାର ମେମୋରିଆଲରେ ପହଞ୍ଚିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.