ବିଜେପି ସରକାର ଗଠନ କରିବାକୁ ମନା କରିବା ପରେ ଶିବ ସେନାକୁ ଆମନ୍ତ୍ରଣ କଲେ ରାଜ୍ୟପାଳ

କେନ୍ୟୁଜ୍(ବ୍ୟୁରୋ):   ମହାରାଷ୍ଟ୍ରରେ ଘଡିକେ ଘୋଡା ଛୁଟୁଛି । ବିଜେପି ସରକାର ଗଠନ କରିବାକୁ ମନା କରିବା ପରେ ଶିବ ସେନାକୁ ଆମନ୍ତ୍ରଣ କରିଛନ୍ତି ରାଜ୍ୟପାଳ । ଦ୍ୱିତୀୟ ବଡ଼ ଦଳ ଭାବେ ଶିବସେନାକୁ ଆମନ୍ତ୍ରଣ କରିଛନ୍ତି । ଆସନ୍ତାକାଲି ରାତି ୭ଟା ୩୦ ସୁଦ୍ଧା ରାଜ୍ୟପାଳଙ୍କୁ ଭେଟିବାକୁ କୁହାଯାଇଛି । ଶିବସେନା ସରକାର ଗଠନ କରିନପାରିଲେ, ରାଜ୍ୟପାଳ ଅନ୍ୟ ବିକଳ୍ପ ଆପଣେଇ ପାରନ୍ତି । ନଚେତ୍‌ ରାଷ୍ଟ୍ରପତି ଶାସନ ଲାଗୁ ପାଇଁ କେନ୍ଦ୍ରକୁ ସୁପାରିଶ କରିପାରନ୍ତି ରାଜ୍ୟପାଳ । ରାଜ୍ୟାପଳଙ୍କ ଆମନ୍ତ୍ରଣ ପରେ ଶିବସେନାର ବୈଠକ ହୋଇଛି । ସରକାର ଗଠନ ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ବରିଷ୍ଠ ଶିବସେନା ନେତା ସଞ୍ଜୟ ରାଉତ । କହିଛନ୍ତି, ଯେକୌଣସି ଉପାୟରେ ଶିବସେନା ସରକାର କରିବ ।

ସେପଟେ ମହାରାଷ୍ଟ୍ରରେ ସରକାର ଗଠନ କରିବ ନାହିଁ ବିଜେପି । ରାଜ୍ୟପାଳଙ୍କୁ ଭେଟି ନିଷ୍ପତ୍ତି ଜଣାଇଛି ଦଳ । ଏକାକୀ ସରକାର ଗଠନ କରିପାରିବ ନାହିଁ ବୋଲି ଦଳ କହିଛି । ଗତକାଲି ରାଜ୍ୟପାଳ ବିଜେପିକୁ ସରକାର ଗଠନ କରିବାକୁ ଆମନ୍ତ୍ରଣ କରିଥିଲେ । ସୋମବାର ସଂଧ୍ୟା ସୁଦ୍ଧା ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ କହିଥିଲେ ରାଜ୍ୟପାଳ । ଏହାକୁ ନେଇ ଆଜି ବିଜେପିର ବାରମ୍ବାର କୋର କମିଟି ବୈଠକ ବସିଥିଲା । ଏହା ପରେ ସଂଧ୍ୟାରେ ରାଜ୍ୟପାଳଙ୍କୁ ଭେଟିଥିଲେ ବିଜେପି ନେତା । ଏକାକୀ ସରକାର ଗଠନ କରିପାରିବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.