୩ ଛୁଆ ଓ ସ୍ତ୍ରୀକୁ ମାରିବା ପରେ ସ୍ବାମୀ କଲା ଆତ୍ମହତ୍ୟା, ସୁସାଇଡ୍ ନୋଟରେ ଲେଖିଲେ ଏମିତି କଥା

ରାଜଧାନୀ ଦିଲ୍ଲୀର ଗାଜିଆବାଦ ସ୍ଥିତ ମସୁରୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଯାହା ସମଗ୍ର ଅଞ୍ଚଳରେ ଶୋକର ବାତାବରଣ ଖେଳାଇଦେଇଛି। ଏଠାରେ ଜଣେ ବ୍ୟକ୍ତି ନିଜ ତିନି ସନ୍ତାନ ଓ ସ୍ତ୍ରୀକୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି।

ସୂଚନା ମୁତାବକ ମସୁରୀର ଶତାଦ୍ଧୀପୁରମ ଆଇଡିଆଲ କଲେଜ ନକଟରେ ପ୍ରଦୀପ ନାମକ ଜଣେ ବ୍ୟକ୍ତି ନିଜ ଛୋଟ ପରିବାର ସହ ରହୁଥିଲେ। କିଛି ପାରିବାରିକ କଳହକୁ କେନ୍ଦ୍ର କରି ପ୍ରଦୀପ ନିଜ ପରିବାରର ସମସ୍ତ ସଦସ୍ୟଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିଛନ୍ତି।

ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବ ଗୁଡିକ ସହ ପ୍ରଦୀପଙ୍କ ମରଶରୀର ନିକଟରୁ ଏକ ସୁସାଇଡ଼ ନୋଟ ଜବତ କରିଛି। ଏହି ସୁସାଇଡ଼ ନୋଟରେ ପ୍ରଦୀପ  ଲେଖିଛନ୍ତି ଯେ,  ତାଙ୍କ ପତ୍ନିଙ୍କୁ ତାଙ୍କ ଉପରେ ସନ୍ଦେହ ଥିଲା ତେଣୁ ଏହି କାରଣରୁ ସେ ପରିବାରକୁ ହତ୍ୟା କରି ନିଜେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି। ଏହି ଘଟଣାର ଖବର ବ୍ୟାପିଯିବା ପରେ ସମଗ୍ର ଅଞ୍ଚଳର ଲୋକେ ପ୍ରଦୀପଙ୍କ ଘର ନିକଟରେ ଭିଡ ଜମାଇଥିଲେ। ଅଧିକ ତଥ୍ୟ ପାଇଁ ପୋଲିସ ତଦନ୍ତ ଚଳାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.