ଚଳନ୍ତା କାରରେ ମହିଳାଙ୍କୁ ଦୁର୍ବ୍ୟବହାର ପରେ ଫିଙ୍ଗିଦେଲେ ରାସ୍ତାପାର୍ଶ୍ୱକୁ

ଏକ ଚଳନ୍ତା କାରରେ ଜଣେ ବିବାହିତ ଯୁବତୀଙ୍କୁ ଦୁର୍ବ୍ୟବହାର ପରେ ରାସ୍ତାପାର୍ଶ୍ୱକୁ ଫିଙ୍ଗି ଦିଆଯାଇଛି । ଏପରି ଖବର ଦେଖିବାକୁ ମିଳିଛି ଲକ୍ଷ୍ନୌରେ । ପୋଲିସ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ମହିଳାଙ୍କୁ ଚାରବାଗ୍‌ ରେଳ ଷ୍ଟେସନ ନିକଟ ମଜଜିଦ ରୋଡରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଏକ ସରକାରୀ ହସପିଟାଲରେ ଭର୍ତ୍ତି କରାଯାଇଛି । ଦୁଇ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ଲକ୍ଷ୍ନୌ : ଏକ ଚଳନ୍ତା କାରରେ ଜଣେ ବିବାହିତ ଯୁବତୀଙ୍କୁ ଦୁର୍ବ୍ୟବହାର ପରେ ରାସ୍ତାପାର୍ଶ୍ୱକୁ ଫିଙ୍ଗି ଦିଆଯାଇଛି । ଏପରି ଖବର ଦେଖିବାକୁ ମିଳିଛି ଲକ୍ଷ୍ନୌରେ । ପୋଲିସ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ମହିଳାଙ୍କୁ ଚାରବାଗ୍‌ ରେଳ ଷ୍ଟେସନ ନିକଟ ମଜଜିଦ ରୋଡରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଏକ ସରକାରୀ ହସପିଟାଲରେ ଭର୍ତ୍ତି କରାଯାଇଛି । ଦୁଇ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ମହିଳା ଜଣକ ପଶ୍ଚିମବଙ୍ଗର ରିଙ୍କୁ ଇସଲାମ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିବା ବେଳେ ନାକାର ପିଣ୍ଡାରିବା ଠାରେ ରହୁଛନ୍ତି । ମଙ୍ଗଳବାର ରାତିରେ ସେ କ୍ୱେସରବାଗ ଛାଡିଥିଲେ ମଧ୍ୟ ସେବେଠାରୁ ଘରେ ପହଞ୍ଚିନଥିଲେ । ଦୁଇଜଣ ଯୁବକ ତାଙ୍କୁ ଜୋରଜବରଦସ୍ତ କାରରେ ବସାଇ ନେଇଯିବା ପରେ ତାଙ୍କ ସମ୍ବେଦନଶୀଳ ଅଂଶକୁ ଛୁଇଁବା ସହ ଦୁର୍ବ୍ୟବହାର କରିଥିଲେ ।

ସେ ଯେତେବେଳେ ଏହାକୁ ପ୍ରତିରୋଧ କରିଥିଲେ ଦୁର୍ବୃତ୍ତମାନେ ତାଙ୍କର ପୋଷାକ ଚରିଦେବା ସହ ତାଙ୍କୁ ଦୁର୍ବ୍ୟବହାର କରି ଚଳନ୍ତା ଗାଡିରୁ ଠେଲି ଦେଇଥିଲେ ବୋଲି ମହିଳା ଜଣକ କହିଛନ୍ତି । ପୋଲିସ ଦୁର୍ଘଟଣା ଅଂଚଳର ସିସି ଟିଭି ଫୁଟେଜ ଯାଞ୍ଚ କରିବା ସହ ଅପରାଧୀଙ୍କୁ ଧରିବା ପାଇଁ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି ବୋଲି ଡିସିପି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.