ମହାରାଷ୍ଟ୍ର: ଅନୀଲ ଦେଶମୁଖଙ୍କ ଇସ୍ତଫା ପରେ ଦାୟିତ୍ୱ ଗ୍ରହଣ କରିବେ ଦିଲୀପ ଓ୍ଵାଲସେ ପାଟିଲ୍‌

ମହାରାଷ୍ଟ୍ର :  ମହାରାଷ୍ଟ୍ର ଗୃହ ମନ୍ତ୍ରୀ ପଦରୁ ଅନୀଲ ଦେଶମୁଖ ଇସ୍ତଫା ଦେବା ପରେ ଏବେ ତାଙ୍କ ପଦ ସମ୍ଭାଳିବେ ଏନ୍‌ସିପି ନେତା ଦିଲୀପ ଓ୍ଵାଲସେ ପାଟିଲ । ଏଭଳି ଚର୍ଚ୍ଚା ଏବେ ଜୋର ଧରିଛି ରାଜନୈତିକ ମହଲରେ । ଦିଲୀପ ଓ୍ଵାଲସେ ବର୍ତ୍ତମାନ ଶ୍ରମ ଓ ଅବକାରୀ ମନ୍ତ୍ରୀ ଭାବେ କାମ କରୁଛନ୍ତି । ତେବେ ଏଥିପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ କୌଣସି ଘୋଷଣା କରିନାହାଁନ୍ତି ।

ସୂଚନାନୁଯାୟୀ, ଆଜି ମୁମ୍ବାଇ ହାଇକୋର୍ଟ ଅନୀଲ ଦେଶମୁଖଙ୍କ ମାମଲାର ବିଚାର କରି ସିବିଆଇକୁ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଅନୀଲ ଦେଶମୁଖ ଶରଦ ପାଓ୍ଵାରଙ୍କୁ ଦେଖାକରିଥିଲେ । ସେଠାରୁ ଫେରି ମୁଖ୍ୟମନ୍ତ୍ରୀଙ୍କୁ ଇସ୍ତଫା ପତ୍ର ଦେଇଥିବା ଜଣାଯାଇଛି ।

ପ୍ରକାଶଯୋଗ୍ୟ ଯେ ଏଣ୍ଟିଲିଆ ମାମଲାରେ ମୁମ୍ବାଇ ପୋଲିସ ଅଧିକାରୀ ସଚିନ ବାଜେଙ୍କୁ ଗିରଫ କରାଯିବା ସହ ପୋଲିସ କମିଶନର ପରମବୀର ସିଂହଙ୍କୁ ବଦଳି କରିଥିଲେ । ତେବେ ତାଙ୍କର ଗୋଟିଏ ସ୍ଥାନରେ ୩ ବର୍ଷ ପୂରଣ ହୋଇ ନଥିବାରୁ ଏହା ଆଇନ ବିରୁଦ୍ଧ ବୋଲି ଅଭିଯୋଗ କରି ପରମବୀର ହାଇକୋର୍ଟରେ ମାମଲା ଦାୟର କରିଥିଲେ । ପରମବୀର ନିଜ ବଦଳିକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯିବା ସହ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ମଧ୍ୟ ପତ୍ର ଲେଖିଥିଲେ ଯେ ସଚିନ ବାଜେଙ୍କୁ ମାସିକ ୧୦୦ କୋଟି ଚାନ୍ଦା ଆଦାୟ ପାଇଁ ଗୃହମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଅନିଲ ଦେଶମୁଖ ବିରୋଧରେ ପରମବୀର ମଧ୍ୟ ସୁପ୍ରିମକୋର୍ଟ ଯାଇଥିଲେ । ସୁପ୍ରିମକୋର୍ଟ ତାଙ୍କୁ ହାଇକୋର୍ଟ ଯିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ଉପରେ ହାଇକୋର୍ଟ ଆଜି ନିଷ୍ପତ୍ତି ନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.