ଭୁଲ୍ ସୁଧାରିଲେ କି ବିଧାୟକ? ଦୁଷ୍କର୍ମ ଅଭିଯୋଗ କରିଥିବା ମହିଳାଙ୍କୁ କଲେ ବିବାହ

ନୂଆ ଦିଲ୍ଲୀ: ତ୍ରିପୁରାରେ ଭାଜପା ନୀତି ଗଠ ବନ୍ଧନର ସହଯୋଗୀ ଆଇପିଏଫଟିର ବିଧାୟକ ଧନଞ୍ଜୟ ତାଙ୍କ ବିରୋଧରେ ବଳତ୍କାର ଏବଂ ଧୋକା ଦେବା ଅଭିଯୋଗ କରିଥିବା ମହିଳାଙ୍କୁ ବିବାହ କରିଛନ୍ତି। ଗତ ସୋମବାର ଦିନ ସେ ଅଗରତାଲାର ଚତୁରଦାସ ମନ୍ଦିରରେ ମହିଳାଙ୍କୁ ବିବାହ କରିଥିବା କଥା ସାକ୍ଷାତକାର ମାଧ୍ୟମରେ ଜଣାଇଛନ୍ତି। ବିଧାୟକ ଧନଞ୍ଜୟଙ୍କ ଓକିଲ ଅମିତ ଦେବବର୍ମା କହିଛନ୍ତି ବିଧାୟକଙ୍କ ବିବାହ ଗତ ରବିବାର ଦିନ ଚତୁରଦାସ ମନ୍ଦିରରେ ସମ୍ପର୍ଣ୍ଣ ହୋଇଛି। ଓକିଲଙ୍କ କହିବା ଅନୁଯାୟୀ ଦୁଇ ପକ୍ଷଙ୍କ ମଧ୍ୟରେ ବୁଝାବଣା ହେବା ପରେ ବର୍ତ୍ତମାନ ପରସ୍ପର କାହା ବିପକ୍ଷରେ ଅଭିଯୋଗ କରିବେ ନାହିଁ। ବର୍ତ୍ତମାନ ନବବିବାହିତା ଢଲାଇ ଜିଲ୍ଲାର ଗଡାଚେରାରେ ରହୁଛନ୍ତି।

happy marriageବିବାହ ପ୍ରମାଣ ପତ୍ର ହାସଲ କରିବା ପାଇଁ ଆଜି ବିବାହର ସମସ୍ତ କାଗଜପତ୍ର ପ୍ରଦାନ କରାଯିବ। ମହିଳା ଜଣକ ଗତ ମେ ୨୦ ତାରିଖରେ ଅଗରତାଲା ମହିଳା ଥାନାରେ ବିଧାୟକ ତାଙ୍କ ସହ ବଳତ୍କାର କରିଥିଲେ ଏବଂ ବିବାହ କରିବା ନା ରେ ଧୋକା ଦେଇଛନ୍ତି ବୋଲି ଅଭିଯୋଗ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.